/odishatv-khabar/media/post_attachments/uploadimage/library/16_9/16_9_0/IMAGE_1685636658.jpg)
Woman sleep
ରାସ୍ତା ଉପରେ ହାଇଡ୍ରାମା । ସ୍ୱାମୀ ଗାଡି ନେଇଯାଉଥିବା ବେଳେ କାର୍ ସାମ୍ନାରେ ଶୋଇଲେ ସ୍ତ୍ରୀ । ବର୍ଷେ କି ୨ ବର୍ଷ ନୁହେଁ ବରଂ ୩୫ ବର୍ଷ ଲଢେଇ ପରେ କିଛି ଏମିତି ଢଙ୍ଗରେ ନିଜ ପ୍ରତିବାଦ ଜଣାଇଛନ୍ତି ପ୍ରଥମ ପତ୍ନୀ । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଏବେ ଭାରି ଚର୍ଚ୍ଚା ।
ଗୋଟିଏ କି ଦୁଇଟି ନୁହେଁ ବରଂ ସ୍ୱାମୀ କରିଛନ୍ତି ୬ଟି ବିବାହ । ପୁଣି ରୀତିମତ ପିଉଛନ୍ତି ମଦ । ଆଉ କହୁଛନ୍ତି, ପର ପୁରୁଷ ପାଖକୁ ଯାଅ...ଟଙ୍କା ଆଣି ମତେ ଦିଅ । ଏମିତି ସଙ୍ଗୀନ ଅଭିଯୋଗ ନିଜ ସ୍ୱାମୀଙ୍କ ନାଁରେ ଆଣିଛନ୍ତି ଜଣେ ସ୍ତ୍ରୀ । ସ୍ୱାମୀଙ୍କ ନିର୍ଯାତନା ସମ୍ପର୍କରେ ଦୀର୍ଘବର୍ଷ କୋର୍ଟ ଥାନାର ଚକ୍କର କାଟିକାଟି ନିରାଶ ହେବା ପରେ ବୁଧବାର ଗୋପ ବ୍ଲକ ପରିସରରେ ସ୍ୱାମୀ ଗାଡି ଆଗରେ ଶୋଇ ପଡିଥିଲେ ସ୍ତ୍ରୀ । ଯାହାକୁ ନେଇ ପୂରା ଗୋପ ଅଂଚଳରେ ଚର୍ଚ୍ଚା ଚାଲିଛି । ଆଉ ପୋଲିସ ଖବର ପାଇବା ପରେ ସ୍ତ୍ରୀକୁ ଉଠାଇ ନେଇଛି ।
ଅଭିଯୋଗ ଅନୁସାରେ, ଗୋପ ଅଂଚଳର ରାଜକିଶୋର ବିଶ୍ୱାଳଙ୍କ ପ୍ରଥମ ପତ୍ନୀ ରାଜଲକ୍ଷ୍ମୀ ବିଶ୍ୱାଳ ନିଜର ହକ ଦାବି କରି କାର୍ ଆଗରେ ଶୋଇ ପ୍ରତିବାଦ କରୁଥିଲେ । ୧୦ କି ୧୫ ମିନିଟ୍ ନୁହେଁ ବରଂ ୨ ଘଂଟା ଧରି ରାସ୍ତାରେ ଚାଲୁଥିଲା ଏଇ ଡ୍ରାମା । ତେବେ ପୂରା ଘଟଣାର ତଦନ୍ତ ଏବେ ପୋଲିସ ଚଲାଇଥିବା ବେଳେ ଅନୈତିକ ସମ୍ପର୍କ ପାଇଁ ଏମିତି ସ୍ଥିତି ଉପୁଜିଥିବା ସ୍ଥାନୀୟ ଅଂଚଳବାସୀ କହିଛନ୍ତି । ହେଲେ ପୂରା ଘଟଣାରେ ପୋଲିସର ପ୍ରତିକ୍ରିୟା ମିଳିପାରିନି ।
(କୋଣାର୍କରୁ ସଂଜୟ ପତିଙ୍କ ରିପୋର୍ଟ)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)