/odishatv-khabar/media/post_attachments/uploadimage/library/16_9/16_9_0/IMAGE_1686484418.jpg)
Rath jatra 2023
ଆସୁଛି ଶ୍ରୀଜିଉଙ୍କ ରଥଯାତ୍ରା । ଏଥିପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସୁରକ୍ଷା ଦୃଷ୍ଟିକୁ ନଜରରେ ରଖି ପୁରୀ ପ୍ରଶାସନ ପକ୍ଷରୁ ବ୍ୟପକ ବ୍ୟବସ୍ଥା କରାଯାଇଥିବା ବେଳେ ପୁରୀରେ ରଥଯାତ୍ରାବେଳେ ଡ୍ରୋନ୍ ଉଡ଼ାଣ ଉପରେ କଟକଣା ଲାଗୁ କରାଯାଇଛି । ଡ୍ରୋନ ଉଡ଼ାଣ କଟକଣା ନେଇ ଟ୍ୱିଟ୍ କରି ସୂଚନା ଦେଇଛି ପୁରୀ ପୋଲିସ ।
ପୋଲିସର ସୂଚନା ଅନୁସାରେ ଶ୍ରୀଜଗନ୍ନାଥ ମନ୍ଦିର ରେଡ୍ ଜୋନ୍ରେ ଯାଉଛି । ତେଣୁ ଡ୍ରୋନ୍ ଉଡ଼ାଣ ଉପରେ ମନା ରହିଛି । ବିନା ଅନୁମତିରେ କେହି ଡ୍ରୋନ୍ ଉଡ଼ାଇ ପାରିବେ ନାହିଁ ବୋଲି କହିଛି ପୁରୀ ପୋଲିସ । ଖାଲି ସେତିକି ନୁହେଁ, ସେପଟେ ୩ ରଥ ପାଖରେ ଓ ଗୁଣ୍ଡିଚା ମନ୍ଦିର ଉପରେ ମଧ୍ୟ ଡ୍ରୋନ୍ ଉଡ଼ାଣ ମନା କରାଯାଇଛି ।
ଅନ୍ୟପଟେ ରଥଯାତ୍ରା ପ୍ରସ୍ତୁତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ସେ କହିଛନ୍ତି, ସବୁ ପ୍ରକାର ପ୍ରସ୍ତୁତି ଚାଲିଛି । ସବୁ ବିଭାଗ ସମସ୍ତ କାମ ଗୁଡ଼ିକୁ ଫାଇନାଲ ଷ୍ଟେଜକୁ ଆଣିଛନ୍ତି । ରଥ ନିର୍ମାଣ ବି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଦିନେ ଦୁଇଦିନ ପରେ ଆଉଟର ଆକ୍ସେସ ରୋଡ ଖୋଲିଦେଉଛୁ । ଟଏଲେଟ୍, ରେଷ୍ଟ ସେଡ୍, ଜୋତା ଷ୍ଟାଣ୍ଡ ସବୁ ଖୋଲାଯିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)