Advertisment

ହାତୀବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ତିନିଠାକୁର, ଆସନ୍ତାକାଲିଠୁ ମହାପ୍ରଭୁଙ୍କ ଅନବସର ନୀତି

ସ୍ନାନବେଦୀରେ ଶ୍ରୀଜୀଉଙ୍କ ଦିବ୍ୟସ୍ନାନ। ହାତୀବେଶରେ ଭକ୍ତଙ୍କୁ ଦେଉଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ଏଥିପାଇଁ ଲୋକାରଣ୍ୟ ହୋଇପଡ଼ିଛି ବଡ଼ଦାଣ୍ଡ। ପ୍ରବଳ ଗରମ, ଗୁଳୁଗୁଳି ସତ୍ତ୍ବେ ସ୍ନାନମଣ୍ଡପରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଲକ୍ଷଲକ୍ଷ ଭକ୍ତଙ୍କ ସମାଗମ ହୋଇଛି ପୁରୀରେ

author-image
Prangyan Parimita
ଅଦ୍ୟତନ ହୋଇଛି
Snana Purnima

Snana Purnima

ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତି। ହାତୀ ବା ଗଜାନନ ବେଶରେ ଶୋଭା ପାଉଛନ୍ତି ଶ୍ରୀଜୀଉ।...ସେଇ ଅପୂର୍ବ ଦୃଶ୍ୟ...ସେଇ ଅବର୍ଣ୍ଣନୀୟ ଅନୁଭୂତି।...ସକାଳେ ଘଣ୍ଟଘଣ୍ଟାର ତାଳେ ତାଳେ ଟାହିଆର ଅପୂର୍ବ ଦୋଳଣରେ, ରତ୍ନବେଦୀରୁ ଧାଡ଼ି ପହଣ୍ଡିରେ ସ୍ନାନବେଦୀକୁ ବିଜେ କରିଥିଲେ ତିନି ଦିଅଁ ଓ ଚକ୍ରରାଜ ସୁଦର୍ଶନ।...ବିଭିନ୍ନ ନୀତିକାନ୍ତି ପରେ ସୁନା କୂଅର ୧୦୮ କୁମ୍ଭ ସୁବାସିତ ଜଳରେ ସଂପନ୍ନ ହୋଇଥିଲା ତିନି ଠାକୁରଙ୍କ ସ୍ନାନ। ପରେ ଗଜପତି ମହାରାଜା ଦିବ୍ୟ ସିଂହ ଦେବ ଛେରା ପହଁରା କରିଥିଲେ। ଏହାପରେ ମହାପ୍ରଭୁଙ୍କୁ ସଜାଇ ଦିଆଯାଇଥିଲା ହାତୀ ବେଶରେ।...

Advertisment

ପ୍ରବଳ ଖରା ଓ ଗୁଳୁଗୁଳି ସତ୍ତ୍ୱେ ଶ୍ରୀଜୀଉଙ୍କ ହାତୀବେଶ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ଥିଲା ନାହିଁ ନଥିବା ଉତ୍ସାହ।...ଭକ୍ତିଭାବରେ ଜଡ଼ସଡ଼ ଭକ୍ତ...କିଏ ଅତି ନିକଟରୁ ଶ୍ରୀଜୀଉଙ୍କ ଦର୍ଶନ କରୁଥିଲା ତ କିଏ ସ୍ନାନବେଦୀ ପାଖକୁ ଯାଇନପାରି ବଡ଼ଦାଣ୍ଡରୁ ବଡ଼ଠାକୁରଙ୍କୁ ବଢାଉଥିଲା ଭକ୍ତିର ଅର୍ଘ୍ୟ।...

ଭକ୍ତ ଗହଣରେ ଭାବଗ୍ରାହୀଙ୍କ ଦିବ୍ୟସ୍ନାନ ଯାତ୍ରା ପାଇଁ ଟ୍ରାଫିକଠୁ ନେଇ ଆଇନଶୃଙ୍ଖଳା...ପ୍ରବଳ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଭକ୍ତଙ୍କ ଉପରେ ଜଳସିଞ୍ଚନ...ସବୁକିଛିକୁ ଶୃଙ୍ଖଳିତ କରିବାକୁ ବ୍ୟାପକ ବନ୍ଦୋବସ୍ତ କରିଥିଲା ପୋଲିସ ଓ ପ୍ରଶାସନ।...

Advertisment

ଅଧିକ ସ୍ନାନ କରିବା ଯୋଗୁ ଶ୍ରୀଜୀଉଙ୍କୁ ଜ୍ୱର ଆସିଥାଏ । ତେଣୁ ଏହାପରେ ୧୫ ଦିନ ପାଇଁ ଅଣସର ଘରେ ରହିବେ ଶ୍ରୀଜୀଉ। ଏହି ସମୟରେ ଶ୍ରୀମନ୍ଦିରରେ ପୂଜା ପାଇବେ ପଟି ଦିଅଁ।...ଆଉ ରତ୍ନ ସିଂହାସନରେ ଠାକୁରଙ୍କ ଦର୍ଶନ କରି ନପାରି ଜଗନ୍ନାଥ ଦର୍ଶନ ସମଫଳ ପାଇଁ ଅଲାରନାଥ ଧାଇଁବେ ଭକ୍ତ।...

Snana Purnima Hati Besha Debasnana Purnima
Advertisment
Advertisment