• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଏବେବି ଲୋକଙ୍କ ମନରୁ ହଟିନି ଅନ୍ଧବିଶ୍ବାସ । ସମସ୍ୟାର ସମାଧାନ ଲାଗି କାଳେସୀ ନିକଟରେ ଶରଣ ପଶୁଛୁନ୍ତି ଗାଁଲୋକେ। କାଳେସୀ ନିକଟରେ ଲାଗିଛି ଲୋକଙ୍କ ଭିଡ଼। ଜଣେ ଯୁବକ ପ୍ରତାପ ଭୋଇଙ୍କୁ ଲାଗିଛି କାଳେସୀ । ପୁରୀ ଜିଲ୍ଲା କୋଣାର୍କ ଅଂଚଳର ଏ ଘଟଣା । ଗୋପ ବ୍ଲକ ଜମରା ଗାଁରେ ଜଣେ ମହିଳାଙ୍କୁ କାଳେସୀ ଲାଗିଛି । ଯୁବକଙ୍କ ନିକଟରେ ଭିଡ଼ ଲଗାଇଛନ୍ତି ଶହ ଶହ ସଂଖ୍ୟାରେ ଲୋକ । ଅନେକ ଲୋକ ସମସ୍ୟାର ସମାଧାନ ନେଇ ବର୍ଷ ବର୍ଷ ଧରି ଏଠାକୁ ଆସୁଥିବା କହିଛନ୍ତି । 

କିଛି ମହିଳା ଓ ପୁରୁଷ ମାନସିକ ପୂରଣ ପାଇଁ କାଳେସୀଙ୍କ ନିକଟରେ ଆସି ପୂଜାର୍ଚ୍ଚନା କରୁଛନ୍ତି । କିଛି ଲୋକ ରୋଗରେ ଆକ୍ରାନ୍ତ ହୋଇ ମଧ୍ୟ କାଳେସୀଙ୍କ ନିକଟକୁ ଆସି ଉପଶମ ହେବାକୁ ପୂଜାର୍ଚ୍ଚନା କରୁଛନ୍ତି । ପ୍ରତିଦିନ ମଙ୍ଗଳବାର ଦିନ ଏଠାରେ ପୂଜା ଲାଗୁଛି । ଧୂପ, ଦୀପ ନେଇ ପୂଜା କରିଛନ୍ତି ଆସୁଛନ୍ତି ଅନେକ ଲୋକ । କାଳେସୀଙ୍କ ନିଆଁ ବଳିତା ଖାଇବା, ନିଆଁରେ ଚାଲିବା, ଝୁଣା ଧୂଆଁ ଉପଚାର ଦେଖିବାକୁ ଲୋକେ ଆସୁଛନ୍ତି । କାଳେସୀ ଲାଗିବା ପରେ ଜଣ ଜଣ କରି ଲୋକଙ୍କ ସମସ୍ୟା ବୁଝିବା ସହ ପ୍ରତିକାର କହୁଛନ୍ତି କହିଛନ୍ତି ଏଠାକୁ ଆସୁଥିବା ଲୋକେ ।

ସମାସ୍ୟା ସମାଧାନ ପାଇଁ ଗାଁ କାଳେସୀ ନିକଟରେ ଲୋକଙ୍କ ଭିଡ଼ । ଚିକିତ୍ସା ବିଜ୍ଞାନର ଅହେତୁକ ଉନ୍ନତି ସତ୍ତ୍ୱେ ଏବେ ବି ଗାଁ ଗଣ୍ଡାରେ ଚାଲିଛି କାଳେସୀ ପରମ୍ପରା । ନିଜ ନିଜର ବିଭିନ୍ନ ସମାସ୍ୟା ସହ ଶାରିରୀକ ସୁସ୍ଥତା ପାଇଁ କାଳେସୀଙ୍କ ନିକଟରେ ଲାଗୁଛି ଲୋକଙ୍କ ଭିଡ଼ । 

ପୁରୀ ଜିଲ୍ଲା ଗୋପ ବ୍ଲକ ଜମରା ଗାଁର ଆଶାଲତା ନାୟକ କହିଛନ୍ତି ଯେ, ଜମରା ଗାଁ ଅନୁସୁଚିତ ସାହିର ଯୁବକ ପ୍ରତାପ ଭୋଇଙ୍କ ଠାରେ ମା ମଙ୍ଗଳା ଆସୁଛନ୍ତି । ମା’ଙ୍କ କୃପା ଲାଭ ପାଇଁ ବର୍ଷେ ହେଲା ପ୍ରତି ମଙ୍ଗଳବାରରେ ପୂଜାର୍ଚ୍ଚନା ପାଇଁ ଏଠାକୁ ଆସୁଛନ୍ତି । ଦୀର୍ଘ ୧୬ ବର୍ଷ ଧରି ତାଙ୍କ ଝିଅର ସନ୍ତାନ ସନ୍ତତି ହେଉନଥିଲା । ମା’ଙ୍କ ଆଶ୍ରିତ ହେବା ପରେ ତାଙ୍କ ଝିଅ ସନ୍ତାନ ଲାଭ କରିଛି ବୋଲି ସେ ଦାବି କରିଛନ୍ତି । କେବଳ ଆଶାଲତା ନୁହନ୍ତି ଶତାଧିକ ଲୋକେ କିଏ ରୋଗ ଭଲ ପାଇଁ ଆସୁଛି ତ କିଏ ନିଜ ପରିବାର ସମସ୍ୟା ସମାଧାନ ପାଇଁ ଆସୁଛନ୍ତି । ଯାହା ମାନସିକ କରୁଛନ୍ତି ତାହା ମିଳୁଛି ବୋଲି ଏଠାକୁ ଆସୁଥିବା ଲୋକେ ଦାବି କରୁଛନ୍ତି । 

ଅନ୍ୟ ପକ୍ଷରେ ପିଲାଦିନୁ ମା’ ମଙ୍ଗଳାଙ୍କୁ ପୂଜାର୍ଚ୍ଚନା କରି ଆସୁଥିବା ପ୍ରତାପ ନବମ ଶ୍ରେଣୀରେ ପାଠ ପଢୁଥିବା ବେଳେ ତାଙ୍କ ଦେହରେ ସ୍ପିରିଟ୍‌ ଲାଗୁଥିବା ଅନୁଭବ କରିଥିଲେ । ସ୍ପିରିଟ ଆସିବା ପରେ ୫ ବର୍ଷ ହେଲା ସେ ନିଶୁକ୍ଲରେ ହୁକୁମ ଦେଇ ଆସୁଛନ୍ତି ବୋଲି ସେ କହିଛନ୍ତି । ପ୍ରତ୍ୟହ ମଙ୍ଗଳାବାରରେ ଦ୍ବିପ୍ରହରରେ ପ୍ରତାପ ନାରି ବେଶରେ ସଜେଇ ହୋଇ ମା’ଙ୍କୁ ପୂଜାର୍ଚନା କରିବା ପରେ ନିଆଁ ବଳିତା ଖାଇବା , ନିଆଁରେ ଚାଲିବା ଓ ଝୁଣା ଧୂଆଁ ଖାଇବା ଦୃଶ୍ୟ ଉପସ୍ଥିତ ଲୋକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥାଏ । କାଳେସୀ ଲାଗିବା ପରେ ସେ ଜଣ ଜଣ କରି ଲୋକଙ୍କ କଥା ଶୁଣିବା ସହ ତାହାର ପ୍ରତିକାର ବତାଇଥାନ୍ତି ।

ଏବେ ପ୍ରଶ୍ନ ଉଠୁଛି ବିଜ୍ଞ୍ୟାନ ବା ଚିକିତ୍ସା ବିଜ୍ଞ୍ୟାନ ଯୁଗରେ ଗାଁ ଗଣ୍ଡାରେ ଏଭଳି କାଳେସୀଙ୍କ ପାଖରେ ଲୋକଙ୍କ ଭିଡ଼ ଜମିବା ଘଟଣା ବିଶ୍ୱାସ ନା ଅନ୍ଧବିଶ୍ୱାସ  ?

(ବି.ଦ୍ର : ଓଟିଭି କୌଣସି ଅନ୍ଧବିଶ୍ୱାସକୁ ପ୍ରଶୟ ଦିଏନାହିଁ..କେବଳ ଖବର ପ୍ରସାରଣ ପାଇଁ ଏହା ଉଦ୍ଧିଷ୍ଟ)