Advertisment

ଝୁଲୁଛି କୋରାପୁଟ ବସ୍ ଟର୍ମିନାଲର ଭାଗ୍ୟ, ଦିନ ଗଡୁଥିବାରୁ ମଉଳୁଛି ଆଶା

ଝୁଲୁଛି କୋରାପୁଟ ବସ୍ ଟର୍ମିନାଲର ଭାଗ୍ୟ । ବସ ଷ୍ଟାଣ୍ଡଟି ଅବ୍ୟବସ୍ଥା ଘେରରେ ଥିବା କେତେବେଳେ ଯେ ଅଘଟଣ ଘଟିବ କିଛି କହିହେବ ନାହିଁ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Bus Stand

Bus Stand

ଅବ୍ୟବସ୍ଥା ଘେରରେ କୋରାପୁଟ ପୌର ପରିଷଦ ଅଧିନରେ ଥିବା ଏହି ବସଷ୍ଟାଣ୍ଡ । ପ୍ରାୟ ୩୦ ବର୍ଷ ପୂର୍ବେ ନିର୍ମାଣ ହୋଇଥିଲା ବସଷ୍ଟାଣ୍ଡ । କୋଠାର ତଳ ମହଲାରେ ଦୋକାନ ଘର ସହିତ ଯାତ୍ରୀମାନେ ବସିବା ପାଇଁ ବ୍ୟବସ୍ଥା ରହିଛି। ସରକାରୀ ବସ ଟିକେଟ ଗୃହ, ଘରୋଇ ବସ ଟିକଟ ଗୃହ ସହିତ କିଛି ଉଠା ଦୋକାନୀ ମଧ୍ୟ ଅଛନ୍ତି। ପ୍ରଥମ ମହଲା ନିର୍ମାଣ ହୋଇଥିଲେ ମଧ୍ୟ ଏହା ବ୍ୟବହାର ହେଉନାହିଁ। କୋଠାର ମରାମତି ଅଭାବରୁ ପରିତ୍ୟକ୍ତ ହୋଇ ପଡିରହିଛି। ଛାତ କାନ୍ଥରୁ ସିମେଣ୍ଟ ଖଣ୍ଡ ଖସୁଛି। ଏହି ବସ୍ ଷ୍ଟାଣ୍ଡରୁ ରାଜ୍ୟର ବିଭିନ୍ନ ସ୍ଥାନ ସହ ଅନ୍ୟ ରାଜ୍ୟକୁ ବସ ଚଳାଚଳ କରୁଥିବା ବେଳେ ଅସୁରକ୍ଷିତ କୋଠା ତଳେ ହଜାର ହଜାର ଲୋକେ ବସକୁ ଅପେକ୍ଷା କରି ବସି ରହୁଛନ୍ତି।

Advertisment

ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗକୁ ଦୁଇ ବର୍ଷ ପୂର୍ବେ ଏହି ବସ୍ ଷ୍ଟାଣ୍ଡର ପୁନରୁଦ୍ଧାର ପାଇଁ ପ୍ରସ୍ତାବ ଦିଆଯାଇଥିଲା। ରାଜ୍ୟ ସରକାର୍ କିନ୍ତୁ ବସ୍ ଷ୍ଟାଣ୍ଡର ପୁନରୁଦ୍ଧାର ବଦଳରେ ଏଠାରେ ସ୍ୱତନ୍ତ୍ର ବସ୍ ଟର୍ମିନାଲ ନିର୍ମାଣ ପାଇଁ ଯୋଜନା କରିଥିଲେ । ଏନେଇ ଜିଲ୍ଲା ପ୍ରଶାସନକୁ ଜାଗା ଚିହ୍ନଟ କରିବା ସହିତ ପ୍ଲାନ୍ ଓ ଡିଜାଇନ୍ ପ୍ରସ୍ତୁତ ପାଇଁ କୁହାଯାଇଥିଲା। ପୂର୍ତ୍ତ ବିଭାଗ ମଧ୍ୟ ସ୍ୱତନ୍ତ୍ର ଡିଜାଇନ୍ ପ୍ରସ୍ତୁତ କରିବା ସହିତ ୨୦ କୋଟି ଟଙ୍କା ମଧ୍ୟରେ ଏହି ପ୍ରକଳ୍ପ ନିର୍ମାଣ ପାଇଁ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବକୁ ସରକାର ସମୀକ୍ଷା କରିବା ପରେ ଭୁବନେଶ୍ବର ବରମୁଣ୍ଡା ବସଷ୍ଟାଣ୍ଡ ଢାଞ୍ଚାରେ ନିର୍ମାଣ ପାଇଁ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ । ପୁଣି, ବସ୍ ଷ୍ଟାଣ୍ଡ ସହିତ ଲାଗି ରହିଥିବା ହକି ଫିଲ୍ଡକୁ ମିଶାଇ ଏହି ସ୍ଥାନରେ ଟର୍ମିନାଲ ନିର୍ମାଣ ପାଇଁ ଜାଗା ଚିହ୍ନଟ ହୋଇଥିଲା। ନୂଆ କମ୍ପ୍ଲେକ୍ସ ନିର୍ମାଣ ସହିତ ବସ୍ ଟର୍ମିନାଲ ପାଇଁ ଡିଜାଇନ୍ ପ୍ରସ୍ତୁତ ହୋଇଥିଲା। ଏହାର ବଜେଟ୍ ପ୍ରାୟ ୮୦ କୋଟି ଟଙ୍କା ରହିଛି।

ବସଷ୍ଟାଣ୍ଡଟି ବିପଦ ସଂକୁଳ ସ୍ଥିତିକୁ ଆସିବା ପରେ ଏବେ, ଜିଲ୍ଲା ପ୍ରଶାସନ ମଧ୍ୟ ଏହାକୁ ଗୁରୁତ୍ବ ଦେଇ କାମ ବିଳମ୍ୱ ହେଉଥିବାର କାରଣ ଖୋଜୁଛି। ଜିଲ୍ଲାପାଳଙ୍କ କହିବା କଥା ବସ୍ ଟର୍ମିନାଲ ନିର୍ମାଣ ସଂପର୍କିତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଓଡ଼ିଶା ରାଜ୍ୟ ପରିବହନ ନିଗମ ଏହାର ନିର୍ମାଣ କାର୍ଯ୍ୟ କରିବ। ସହରାଞ୍ଚଳ ଉନ୍ନୟନ ଅଧିକାରୀଙ୍କ କହିବା କଥା ଡିଜାଇନ୍ ଓ ବଜେଟ ଦ୍ବନ୍ଦ ପାଇଁ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ଏହାର ସମୀକ୍ଷା ପରେ ହିଁ ପ୍ରକଳ୍ପ ଆରମ୍ଭ ହୋଇ ପାରିବ।

Advertisment

Bus Stand
Advertisment
Advertisment