Advertisment

କୋରାପୁଟିଆ କଫି ଏବେ ବ୍ରାଣ୍ଡ ଅଫ୍ ଓଡ଼ିଶା, ହେଲେ ଚାଷୀ ନିରାଶ !

ବିଶ୍ୱର ନାମିଦାମୀ ବ୍ରାଣ୍ଡକୁ ଟକ୍କର ଦେଉଛି କୋରାପୁଟ କଫି । ଅଧିକ ପ୍ରୋତ୍ସାହନ ଓ ବଜାର ସୁବିଧା କରିବାକୁ ଦାବି ।

author-image
Satyendu Shekher Mishra
Koraput Coffee

Koraput Coffee

ମାଳଭୂମି କୋରାପୁଟ। ପ୍ରାଇଡ୍ ଅଫ୍ ଓଡ଼ିଶା। ଏଠିକାର କଫି, ଏବେ ପାଲଟିଛି ବ୍ରାଣ୍ଡ ଅଫ୍ ଓଡ଼ିଶା। ଦିନେ ପରୀକ୍ଷାମୂଳକ ଭାବରେ କୋରାପୁଟରେ ଆରମ୍ଭ ହୋଇଥିଲା କଫି ଚାଷ। ଏବେ ବିଶ୍ୱର ନାମିଦାମୀ ବ୍ରାଣ୍ଡକୁ ଟକ୍କର ଦେଉଛି। ସମୁଦ୍ର ପତ୍ତନରୁ ବହୁ ଉଚ୍ଚରେ ଥିବା କୋରାପୁଟରେ ବିକଳ୍ପ ଚାଷ ପାଇଁ ଦେଖାଇଛି ନୂଆ ରାହା। ଏଠାରେ ଭୌଗୋଳିକ ସ୍ଥିତି ସହ ପାଣିପାଗ ଯୋଗୁ ପାରମ୍ପରିକ ଚାଷ ସହ କଫି ପ୍ରତି ବଢିଛି ଲୋକଙ୍କ ଆଗ୍ରହ। କିନ୍ତୁ କୋରାପୁଟ କଫିରୁ ସେହି ପରିମାଣର ପ୍ରୋତ୍ସାହନ କି ସମ୍ମାନ ମିଳି ପାରିନି।

Advertisment

ଏଠାକୁ ଅନୁକରଣ କରି ବହୁ ବର୍ଷ ପରେ ଆନ୍ଧ୍ର ଆରମ୍ଭ କରିଥିବା କଫି ଚାଷ ଜିଆଇ ଟ୍ୟାଗ୍ ପାଇ ସାରିଛି। କୋରାପୁଟର ଚାଷୀଙ୍କର ସେମିତି ଆଖି ଦୃଶିଆ ଉନ୍ନତି ହୋଇ ପାରିନି।

କୋରାପୁଟରେ ୧୯୯୦ ମସିହାରେ ପ୍ରଥମେ ୨ହଜାର ୩୦୦ ହେକ୍ଟର ଜମିରେ ଆରମ୍ଭ ହୋଇଥିଲା କଫି ଚାଷ। ବର୍ତ୍ତମାନ ଜିଲ୍ଲାରେ ମୋଟ୍ ୩ହଜାର ୯୦୭ ହେକ୍ଟର ଜମିରେ ଚାଷ ହେଉଛି। ଏଥିରୁ ୨ହଜାର ୭୫୯ ହେକ୍ଟର ଜମିରେ କଫି ଚାଷ କରୁଛନ୍ତି ଆଦିବାସୀ। ଏଠାରୁ ଉତ୍ପାଦିତ ଆରବିକା ଫ୍ଲେବର୍ କଫିର ରହିଛି ଡିମାଣ୍ଡ। ଯାହା ବିଶ୍ୱର ସର୍ବପୁରାତନ କଫି ଓ ପ୍ରଥମେ ଆରବରେ ଚାଷ ହୋଇଥିଲା। ବର୍ତ୍ତମାନ ଜିଲ୍ଲାରେ ପ୍ରାୟ ୩ହଜାର ୩୦୦ ହେକ୍ଟର ଅଞ୍ଚଳରେ ଆରବିକା ଫ୍ଲେଭର କଫି ଚାଷ ହେଉଛି। ଏବେ ଉପଯୁକ୍ତ ବଜାର ବ୍ୟବସ୍ଥାର ଆବଶ୍ୟକତା ରହିଛି।

Advertisment

କୋରାପୁଟରୁ ଉତ୍ପାଦିତ କଫି ବିଶ୍ୱ ବଜାରରେ ନିଜ ସ୍ଥିତି ଜାହିର କରି ପାରିଛି। ପ୍ରତିବର୍ଷ ବଢ଼ିବାରେ ଲାଗିଛି କଫି ଚାଷ ଓ ଉତ୍ପାଦନ ପରିମାଣ। ଜିଲ୍ଲାର ବିଭିନ୍ନ ବ୍ଲକରେ ଚାଷୀ ଏହାକୁ ଆଦରି ନେଲେଣି। ସେହିପରି ବର୍ତ୍ତମାନ କୋରାପୁଟର କଫି ଚାଷକୁ ବ୍ୟାପକ କରିବା ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରୁଛନ୍ତି ସରକାର। ବର୍ତ୍ତମାନ କୋରାପୁଟ କଫିର ରାଜ୍ୟରେ ୭ଟି ଆଉଟ୍ ଲେଟ୍ ଅଛି। ଆଗକୁ ବିଭିନ୍ନ ସ୍ଥାନରେ ଖୋଲିବାକୁ ଯୋଜନା ରହିଛି।

ବଣ ପାହାଡ଼ ଘେରା ପରିବେଶ, ଉନ୍ନତ ମାଟି କୋରାପୁଟ କଫିର ଗୁଣବତ୍ତାକୁ ସମୃଦ୍ଧ କରି ପାରିଛି। ଯେଉଁଥିପାଇଁ ଏହା ଦେଶ ତଥା ବିଦେଶରେ ଅନ୍ୟ ବ୍ରାଣ୍ଡକୁ ଟକ୍କର ଦେଇ ପାରୁଛି।

Koraput Coffee
Advertisment
Advertisment