• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଡାକ୍ତର ବେଶରେ ବିଘ୍ନହର୍ତ୍ତା ଶ୍ରୀଗଣେଶ । ପାଖରେ ଔଷଧ ଓ ଅନ୍ୟାନ ଉପକରଣ ଧରି ଛିଡ଼ା ହୋଇଛନ୍ତି ମୂଷକ ମହାରାଜ । ଏପଟେ ହାତରେ ଷ୍ଟେଥୋଷ୍କୋପ ଧରି ଅସୁସ୍ଥ ମୂଷକର ଚିକିତ୍ସା କରୁଛନ୍ତି ବିଘ୍ନ ବିନାଶକ । ତେବେ ସବୁଠାରୁ ରୋଚକର କଥା ହେଉଛି ସେଠାରେ ଲେଖାଯାଇଥିବା ଏହି ସୁନ୍ଦର ବାର୍ତ୍ତା, Doctor is God ଅର୍ଥାତ ଡାକ୍ତର ହିଁ ଭଗବାନ ।

ଏହି ନିଆରା ପୂଜା ମଣ୍ଡପ ବନାଇ ଚର୍ଚ୍ଚାରେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରର ଯୁବଗୋଷ୍ଠୀ । ଏହି ପୂଜା ମାଧ୍ୟମରେ ସେମାନେ ବାର୍ତ୍ତା ଦେଇଛନ୍ତି ଯେ ଡାକ୍ତର ହେଉଛନ୍ତି ଚଳନ୍ତି ଭଗବାନ । ତେଣୁ ତାଙ୍କ ଉପରେ ଅତ୍ୟାଚାର ନ କରିବାକୁ ସେମାନେ ସଚେତନତା ବାର୍ତ୍ତା ଦେଇଛନ୍ତି। ଏହା ସହ ବର୍ତ୍ତମାନ କଲିକତାର ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା ପାଇଁ ସାରା ଦେଶ ଲଜ୍ଜିତ। ତେଣୁ ଏପରି ଘଟଣା ପୁନରାବୃତ୍ତି ନ ହେବା ପାଇଁ ସେମାନେ ପ୍ରାର୍ଥନା କରିଛନ୍ତି ।

ଅଧିକ ପଢନ୍ତୁ: ସବୁଦିନ ଏଠି ଗାଈଙ୍କୁ ଲାଗିହୁଏ ୫୬ ଭୋଗ

ମୃତ୍ୟୁମୁଖରେ ପଡ଼ିଥିବା ବ୍ୟକ୍ତିଙ୍କ ପାଖରେ ଦେବଦୂତ ହୋଇ ଛିଡ଼ା ହୁଅନ୍ତି ଡାକ୍ତର । ସେବା ଶୁଶ୍ରୁଷା କରି ସେମାନେ ରୋଗୀଙ୍କୁ ଭଲ କରିବାକୁ ଚେଷ୍ଟା କରନ୍ତି । ତେଣୁ ତାଙ୍କ ଉପରେ ଅତ୍ୟାଚାର ନିହାତି ନିନ୍ଦାର ବିଷୟ । ଏହାଛଡା ଏବେ ସାରା ଦେଶରେ ଡାକ୍ତରମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ତେଣୁ ଯୁବଗୋଷ୍ଠୀଙ୍କ ଏହି ନିଆରା ପଦକ୍ଷେପକୁ ସମସ୍ତେ ପ୍ରଶଂସା କରୁଛନ୍ତି ।

ଚଳିତ ଗଣେଶ ପୂଜାରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅନେକ ଥିମର ମୂର୍ତ୍ତି ହୋଇଛି । ହେଲେ ଆଦିବାସୀ ଅଧ୍ୟୁଷିତ କୋରାପୁଟର ଯୁବଗୋଷ୍ଠୀଙ୍କ ଏହି ନିଆରା ପ୍ରୟାସ ନିଶ୍ଚିତ ଭାବେ ବେଶ ପ୍ରଶଂସନୀୟ ।

  • Reported by:
  • T GOURISHANKAR

OTV is now on Whatsapp

Join and get latest news update delivered to you via whatsapp

Join Now