• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Jajpur

JAJPUR FARMER
ଫସଲବୀମା ଅର୍ଥରାଶୀ ଓ ନୂତନ ବୀମା ଲାଗି ପଞ୍ଜିକୃତ କରୁନି ସମବାୟ ସମିତି: ଚିନ୍ତାରେ ଚାଷୀ

ହଳଦିଢିହ ଓ ଆଉଁରୀ ପଂଚାୟତର ସମବାୟ ସମିତି ଗୋଟିଏ ହୋଇଥିବାରୁ ପକ୍ଷପାତିତା କରି ସମବାୟ ସମିତି ସମ୍ପାଦକ ଏଭଳି ହଇରାଣ ହରକତ କରୁଥିବା ଚାଷୀମାନେ ସିଧାସଳଖ ଅଭିଯୋଗ କରିଛନ୍ତି

nagada scam
ନଗଡ଼ା- ବିକାଶ ଆଢୁଆଳରେ ଚାଲିଛି ବଡ଼ ଧରଣର ଦୁର୍ନୀତି

ପୁଣି ଚର୍ଚ୍ଚାରେ ନଗଡା । ଏଥର କିନ୍ତୁ ଅପପୁଷ୍ଟି ପାଇଁ ନୁହେଁ, ବରଂ ଦୁର୍ନୀତି ପାଇଁ। ଟେଣ୍ଡର ନାଁରେ ଲକ୍ଷଲକ୍ଷ ଟଙ୍କାର ସ୍କାମ ଅଭିଯୋଗ ଏବେ ନଗଡାରେ।  

Kalamatia Sahid Peetha
ରାକ୍ଷୀ ଆସିଲେ ମନେ ପଡ଼େ ବରୀର ସହିଦ୍‌ ପୀଠ କଳାମାଟିଆ, ଗୋଟିଏ ଦିନରେ ସହୀଦ ହୋଇଥିଲେ ୪ ଯୁବକ

ସ୍ୱାଧୀନତା ସଂଗ୍ରାମର ମାଟି ହେଉଛି ଯାଜପୁର ଜିଲ୍ଲାର ବରୀ ଅଂଚଳ । ୧୯୪୨ ମସିହା ଅଗଷ୍ଟ ମାସ ୨୬ତାରିଖ ଗହ୍ମା ପୁର୍ଣ୍ଣମୀ ଦିନ ବରୀ କଳାମାଟିଆଠାରେ ବ୍ରିଟିଶ ପୋଲିସ ଗୁଳିରେ ଟଳିପଡିଥିଲେ ସାଉଁଟି ମଳିକ, ସାନନ୍ଦ ସ୍ୱାଇଁ, ହାଡିବଂଧୁ ପଣ୍ଡା ଓ ମାୟାଧର ଭୂୟାଁ। ଏହାସହ ଅନେକ ସଂଗ୍ରାମୀ ଆହତ ମଧ୍ୟ ହୋଇଥିଲେ। ରକ୍ତରଂଜିତ ହୋଇଥିଲା କଳାମାଟିଆ ମାଟି

pihu
ପିହୁ ନିଖୋଜ ମାମଲାରେ ପୋଲିସ ମହାନିର୍ଦ୍ଦେଶକଙ୍କୁ NHRCଙ୍କ ଜବାବ ତଲବ

ବହୁ ଚର୍ଚ୍ଚିତ ପିହୁ ନିଖୋଜ ମାମଲାରେ ପୋଲିସ ମହାନିର୍ଦ୍ଦେଶକଙ୍କୁ NHRC ଙ୍କ ଜବାବ ତଲବ । ୪ ସପ୍ତାହ ମଧ୍ୟରେ ଆକ୍ସନ ଟେକେନ ରିପୋର୍ଟ ଦାଖଲ କରିବା ପାଇଁ ଡିଜିପିଙ୍କୁ ଜାତୀୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ ।

Road Problem
ସ୍ୱାଧୀନତାର କେତେ ବର୍ଷ ପରେ ମୌଳିକ ସୁବିଧା ପାଇବେ ଲୋକେ?

ଗାଁ ର ଚାରି କଡରେ ରହିଛି ବିଲ। କେନାଲ ଠାରୁ ଗାଁକୁ ଯିବାକୁ ହେଲେ ଆପଣଙ୍କୁ ବିଲ ଭିତରେ ପାଣି କାଦୁଅରେ ପଶିବାକୁ ପଡ଼ିବ। ମୋଟ୍‌ ଉପରେ କହିବାକୁ ଗଲେ, ଯାଜପୁର ପୌରପାଳିକାର ୧୪ ନଂ ୱାର୍ଡର ହରିପୁର ଗ୍ରାମବାସୀଙ୍କ ପାଇଁ ପକ୍କା ରାସ୍ତା ଟିଏ ନିର୍ମାଣ ଆଜି ପର୍ଯ୍ୟନ୍ତ ହୋଇପାରିଲା ନାହିଁ

Jajpur
ଇଏ ରାସ୍ତା ନୁହେଁ ଯମ ପୁରକୁ ବାଟ : ଦୁର୍ଘଟଣାରେ ଯାଉଛି ଜୀବନ କିନ୍ତୁ ଚେତୁନାହିଁ ପ୍ରଶାସନ

ବଡ଼ବଡ଼ ଗାତ ସୃଷ୍ଟି ହେବା ଫଳରେ ଗାଡି ଗୁଡ଼ିକ ବିପଦଜନକ ଭାବେ ଯାଆସ କରୁଛି। ଯାତ୍ରୀ ମାନଙ୍କ ପାଇଁ କୌଣସି ବିଶ୍ରାମାଗାର ନାହିଁ। ଫଳରେ ଖରା ବର୍ଷାରେ ପିଲାଛୁଆ ଧରି ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମହିଳାଙ୍କ ପାଇଁ ସର୍ବନିମ୍ନ ମୌଳିକ ଅଧିକାର ନିମନ୍ତେ ଶୌଚାଳୟ ଟିଏ ନଥିବାରୁ ଅନେକ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡୁଛି।

jajpur pmay
ଥିଲା ବାଲାଙ୍କୁ ମିଳୁଛି, ନଥିଲା ବାଲାଙ୍କୁ ମିଳୁଛି ଫମ୍ପା ପ୍ରତିଶ୍ରୁତି

ଆବାସ ଯୋଜନାରେ ପୁଣି ଦୁର୍ନୀତି ହୋଇଥିବା ନେଇ ଆସିଲା ଅଭିଯୋଗ। ଯୋଜନାରୁ ବଂଚିତ ହୋଇଛନ୍ତି ବହୁ ଯୋଗ୍ୟ ହିତାଧିକାରୀ। କେବଳ ଏତିକି ନୁହେଁ ବରଂ ଆବାସ ଗୃହ ଯୋଗାଇ ଦେବା ଲାଗି ହିତାଧିକାରୀମାନଙ୍କୁ ଲାଂଚ ମଗାଯାଉଥିବା ପରି ଅଭିଯୋଗ ବି ହୋଇଛି । ହାତଗୁଞ୍ଜା ନଦେଲେ ଆବାସ ଗୃହ ମିଳୁ ନଥିବା ଲୋକେ ସିଧାସଳଖ ଅଭିଯୋଗ କରିଛନ୍ତି

Divyang man
ଭେଣ୍ଡିଆ ବୟସରେ ଭିନ୍ନକ୍ଷମ ଅଦୈତ୍ୟ : ବିନା ସାହାରାରେ ଉଠି ବସି ପାରୁନାହାନ୍ତି

ଯାଜପୁର ଜିଲ୍ଲା କୋରାଇ ବ୍ଲକ୍ ଗୋଳେଇପୁର ପଞ୍ଚାୟତ ମିର୍ଜାପୁର ଗାଁର ସେହି ଅବହେଳିତ ନିଷ୍ପେସିତ ପରିବାରର । ଭିନ୍ନକ୍ଷମ ଯୁବକ ଅଦୈତ ମଳିକଙ୍କ ଘର । ବାପା ମାଙ୍କ ଏକମାତ୍ର ପୁଅ ହେଲେ ଅଦୈତ୍ୟ, ବୟସ ୩୨ । ଭେଣ୍ଡିଆ ବୟସରେ ଭିନ୍ନକ୍ଷମ ହୋଇ ବେସାହାରା ହୋଇପଡିଛନ୍ତି । ପରିବାର ବୋଝ ମୁଣ୍ଡାଇବା ପରିବର୍ତ୍ତେ ନିଜେ ପରିବାର ବୋଝ ପାଲିଟି ଯାଇଛନ୍ତି

Jajpur
ସରକାରୀ ସାହାଯ୍ୟକୁ ଅପେକ୍ଷା କରିଛନ୍ତି ଅଦୈତ

ଏମିତି ଘଟଣା ଘଟିଛି, ଯାଜପୁର ଜିଲ୍ଲା କୋରାଇ ବ୍ଲକ୍ ଗୋଳେଇପୁର ପଞ୍ଚାୟତ ମିର୍ଜାପୁର ଗାଁରେ। ଭିନ୍ନକ୍ଷମ ଯୁବକ ଅଦୈତ ମଳିକଙ୍କ ଘର ଓ ପରିବାରର କରୁଣଭରା କାହାଣୀର ଚିତ୍ର ଯିଏ ଦେଖିବ ତା ଆଖିରେ ବି ଲୁହ ଆସିଯିବ। ବାପା ମାଙ୍କ ଏକମାତ୍ର ପୁଅ ଅଦୈତ କିନ୍ତୁ ସେ ଭିନ୍ନକ୍ଷମ। ଭେଣ୍ଡିଆ ବୟସରେ ଭିନ୍ନକ୍ଷମ ସାଜି ବେସାହାରା ହୋଇପଡିଛନ୍ତି ଅଦୈତ୍ୟ । ଏହି ବୟସରେ ସେ ପରିବାର ବୋଝ ମୁଣ୍ଡାଇବା ପରିବର୍ତ୍ତେ ନିଜେ ପାଲିଟିଯାଇଛନ୍ତି ପରିବାର ପାଇଁ ବୋଝ

jajpur Vigilance
୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଡ୍ରେନେଜ୍ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ ଯାଜପୁର ଡ୍ରେନେଜ୍ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ । ଲାଞ୍ଚ ନେଇ ଧରାପଡ଼ିଲେ ଅଧୀକ୍ଷଣ ଯନ୍ତ୍ରୀ ଚଣ୍ଡିପ୍ରସାଦ ମହାପାତ୍ର । ଜଣେ ଗାଡ଼ି ମାଲିକଙ୍କ ଠାରୁ ୧୦ ହଜାର ଲାଞ୍ଚ ନେଲା ବେଳେ ସେ ଧରାପଡ଼ିଛନ୍ତି ।

NOBEL
ଯେତେ ଜୀବନ, ସେତେ ଉପନ୍ୟାସ

ଯେଉଁମାନେ ଲେଖକ, ସେମାନେ ଉପନ୍ୟାସ ଲେଖିବା ପୂର୍ବରୁ ଓ ପରେ ଏଇ ଜୀବନ ନିକଟରେ ହିଁ ଋଣ ସ୍ୱୀକାର କରିବାକୁ ବାଧ୍ୟ। କିଏ କିପରି ଭାବରେ ଜୀବନକୁ ଅନୁଭବ କରିଛନ୍ତି, ସେ ଅନୁଭବକୁ ଉପନ୍ୟାସ ରୂପେ ଫୁଟାଇବାକୁ ଯାଇ କାହାଣୀର କାୟାରେ ଛନ୍ଦି ହୋଇଛନ୍ତି କି ଚରିତ୍ରମାନଙ୍କ ମାୟାରେ ବାନ୍ଧି ହୋଇଛନ୍ତି - ବିଭିନ୍ନ ସାକ୍ଷାତକାରରେ ଏ ବାବଦରେ ଭିନ୍ନ ଭିନ୍ନ ଲେଖକୀୟ ବୟାନ ଆମକୁ ବେଳେବେଳେ ଶୁଣିବାକୁ ମିଳିଥାଏ। ଏବେ ପୁଣି ଆହୁରି ଗୋଟିଏ ନୂଆ କଥାର ଚଳଣି ଆରମ୍ଭ ହୋଇସାରିଲାଣି - ଗୋଟିଏ ଗୋଟିଏ ଉପନ୍ୟାସର ସୁବର୍ଣ୍ଣ ଜୟନ୍ତୀ ପାଳନ।

Jawan Killed
ରାସ୍ତାକଡ଼ରୁ ମିଳିଲା ଯବାନଙ୍କ ସନ୍ଦେହ ଜନକ ମୃତଦେହ

ଯାଜପୁର ଜିଲ୍ଲା ଧର୍ମଶାଳାରେ ଯବାନଙ୍କ ସନ୍ଦେହଜନକ ମୃତ୍ୟୁ । ରାୟଧରାପୁର-ବନ୍ଧଡିହ ରାସ୍ତାର ଅରାବଳ ଗାଁ ପାଖରେ ଜନକ ଗାଁର ଯବାନ ଜିତେନ୍ଦ୍ର ଜେନାସାମନ୍ତଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଛି ।

rain
ବର୍ଷା ଅଭାବରୁ ଧାନ କ୍ଷେତ ଫାଟି ଆଁ : ଉଠା ଜଳ ସେଚନରୁ ଉଠୁନି ପାଣି, ଚିନ୍ତାରେ ଚାଷୀ

ମୌସୁମୀ ବର୍ଷାର ନାଁ ଗନ୍ଧ ନଥିବା ବେଳେ ବିଲକୁ କେନାଲ ପାଣି ଯୋଗାଇବାର ବ୍ୟବସ୍ଥା ବି ନାହିଁ । ଚାଷୀଙ୍କ ପାଇଁ କେବଳ ଏଲ ଆଇ ପଏଣ୍ଟ ସାହା ଭରସା । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ପାଣି ପଞ୍ଚାୟତ ପକ୍ଷରୁ ପାଞ୍ଚଟି ପଏଣ୍ଟ ଖୋଲା ଯାଇଛି, ହେଲେ ଗୋଟିଏରୁ ବି ପାଣି ବାହାରୁନି ।

Biraja Temple
ଆସନ୍ତା ୪ରୁ ଖୋଲିବ ବିରଜା ମନ୍ଦିର: ଭକ୍ତଙ୍କ ମନରେ ବଢିଲା ଉତ୍ସାହ

ଆସନ୍ତା ଅଗଷ୍ଟ ୪ ତାରିଖ ବୁଧବାରଠାରୁ ଖୋଲିବ ଯାଜପୁର ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ। ଏନେଇ ସୂଚନା ଦେଇଛନ୍ତି ଯାଜପୁର ଜିଲ୍ଲପାଳ ଚକ୍ରବର୍ତି ସିଂ ରାଠୋର। କୋଭିଡ କଟକଣାରେ ଶ୍ରଦ୍ଧାଳୁ ଦେବା ଦେବୀଙ୍କ ଦର୍ଶନ କରିବେ ବୋଲି ସୂଚନା ମିଳିଛି । ଦ୍ୱୀତିୟ ଲହର କରୋନା କଟକଣାରେ ମନ୍ଦିର ବନ୍ଦ ଥିବାରୁ ଶ୍ରଦ୍ଧାଳୁ ଙ୍କୁ ମନ୍ଦିର ବାରଣ କରାଯାଇ ଥିବାରୁ ମନ୍ଦିର ମଧ୍ୟକୁ ଭକ୍ତମାନେ ପ୍ରବେଶ କରିପାରୁନଥିଲେ

Jajpur
ଅନଲକ୍‌: ଯାଜପୁରରେ ଖୋଲିଲା ମଲ୍‌ ଓ ଫିଲ୍ମ ହଲ୍‌

ତେବେ ମଲ, ଦୋକାନ ମାନଙ୍କରେ କୋଭିଡ଼୍ ନିୟମକୁ କଡାକଡି ପାଳନ କରାଯାଉଥିବା ବେଳେ ସରକାର ପୁଣିଥରେ ସେମାନଙ୍କ ପେଟପାଟଣା କଥାକୁ ବୁଝିପାରି ବ୍ୟବସାୟ ପାଇଁ ସୁଯୋଗ ଦେଇଥିବାରୁ ସେମାନେ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ideal leader pabitra mohan jena
ଜଣେ ପୂର୍ବତନ ବିଧାୟକ, ଯିଏ ଆଜି ବି ବିଲରେ ଖଟୁଛନ୍ତି, ଗୋ ସେବା କରୁଛନ୍ତି

ପ୍ରାଚୁର୍ଯ୍ୟ ଓ ବିଳାସ ତାଙ୍କ ହାତ ପାହାନ୍ତାରେ ଥିଲା। କିନ୍ତୁ ସେ ଏଡାଇ ଦେଇଥିଲେ। ନିଜ ଆଦର୍ଶ ସହ କୌଣସି ସାଲିସ କରି ନ ଥିଲେ। ସେଥିପାଇଁ ତ ଆଜି ବିଧାୟକ ପଦରେ ଥାଇ ବି ଜିଉଁଛନ୍ତି ଏକ ସାଧାରଣ ଜୀବନ।

dead-murder-suicide.jpg.image.784.410
ଏକା ସାଙ୍ଗରେ ଆତ୍ମହତ୍ୟା କଲେ ସ୍ୱାମୀ-ସ୍ତ୍ରୀ

ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ଗୌରପୁର ପଞ୍ଚାୟତର ଜୁଗଳ ଗ୍ରାମରେ ଅଭାବନୀୟ ଘଟଣା। ସ୍ୱାମୀ ଓ ସ୍ତ୍ରୀ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଛନ୍ତି। ସ୍ତ୍ରୀ ଘର ଭିତରେ ଆତ୍ମହତ୍ୟା କରିଥିବା ବେଳେ ସ୍ୱାମୀ ଘର ବାହାରେ ଏକ ଗଛରେ ଆତ୍ମହତ୍ୟା କରିଛନ୍ତି। ସ୍ୱାମୀଙ୍କ ନାମ ସାନ୍ତନୁ ଜେନା ହୋଇଥିବା ବେଳେ ସ୍ତ୍ରୀଙ୍କ ନାମ ସବିତା ଜେନା ବୋଲି ଜଣାପଡ଼ିଛି।

ex mla
ପୂର୍ବତନ ବିଧାୟକଙ୍କ ନିରାଡମ୍ବର ଜୀବନ : ଖଦି ପୋଷାକ ପିନ୍ଧୁଛନ୍ତି, ଚାଳଘରେ ରହୁଛନ୍ତି

ନିରାଡମ୍ବର ଜୀବନ ବିତାଉଛନ୍ତି ପୂର୍ବତନ ବିଧାୟକ । ନିଜର ସରଳ, ଅମାୟିକ, ନିଷ୍କପଟ ଓ ସରଳ ଜୀବନ ଶୈଳୀ ପାଇଁ ସେ ଚର୍ଚ୍ଚାରେ । ସାଇକେଲରେ ଯିବାଆସିବା କରିବା ସହ ବୟସର ଅପରାହ୍ନରେ ନିଜ ଗାଁରେ ଚାଳଛପର ଘରେ ଜୀବନ ଅତିବାହିତ କରୁଛନ୍ତି ।

dutee chand
ଚର୍ଚ୍ଚାରେ ସରସ୍ୱତୀ ଚାନ୍ଦ : ଖେଳକୁଦରେ ରୁଚି ରଖୁଥିବା ପିଲାଙ୍କୁ ମାଗଣାରେ ଦେଉଛନ୍ତି ତାଲିମ

ଖେଳକୁଦ ପ୍ରତି ରୁଚି ରଖୁଥିବା ପିଲାମାନଙ୍କୁ ମାଗଣାରେ ପ୍ରଶିକ୍ଷଣ ଦେଇ ଭଲ ଆଥଲେଟ୍ ଭାବେ ଗଢିବାକୁ ପ୍ରୟାସ । ଏଭଳି ନିଆରା ଉଦ୍ୟମ କରୁଛନ୍ତି ଅନ୍ତର୍ଜାତୀୟ ସ୍ତରର ଆଥଲେଟ୍ ତଥା ସ୍ପ୍ରିଂଟ କୁଇନ ଦୂତି ଚାନ୍ଦଙ୍କ ବଡ଼ ଭଉଣୀ ସରସ୍ୱତୀ ଚାନ୍ଦ

couple found hanging
ଘର ଭିତରୁ ମିଳିଲା ଦମ୍ପତିଙ୍କ ଝୁଲନ୍ତା ମୃତଦେହ

ଘର ଭିତରୁ ମିଳିଲା ଦମ୍ପତିଙ୍କ ଝୁଲନ୍ତା ମୃତଦେହ। ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ପ୍ରୀତିପୁର ପଞ୍ଚାୟତ ସୁନ୍ଦରପୁର ଗାଁରେ ଏହି ଘଟଣା ଘଟିଛି। ବର୍ଷକ ତଳେ ସେମାନଙ୍କର ବିବାହ ହୋଇଥିଲା।

Mother Dies Of Snakebite
ପୁଅକୁ ବଂଚାଇବା ଲାଗି ନିଜ ଜୀବନ ଦେଇଦେଲା ମାଆ

ପୁଅ ପାଇଁ ବଳିଦାନ ପରେ ଚିର ନିଦ୍ରାରେ ଶୋଇଛି ମାଆ। ସେ ଏମିତି ଅଫେରା ରାଇଜକୁ ଯାଇଛି ଯେ, ଆଉ ଫେରିବନି। ଆଉ ଏପଟେ ଏତେ କଅଁଳ ବୟସରୁ ସେ ଘଟଣା କଣ ସିନା ବୁଝିନି, ହେଲେ ମାଆକୁ ଖୋଜି ପାଇବାକୁ ଯେମିତି ଘୁରି ବୁଲୁଛି ତା କୁନି କୁନି ଆଖି। ବୟସ ମାତ୍ର ଦେଢ଼ ବର୍ଷ

Jajpur external marital affair Case
ରସକିଆ ପୋଲିସ କର୍ମଚାରୀ। ବିବାହର ପ୍ରତିଶ୍ରୁତି ଦେଇ ରଖିଥିଲେ ଶାରୀରିକ ସମ୍ପର୍କ

ପୁଣି ଖାକିରେ ଲାଗିଲା କଳଙ୍କ, ଓଏପିଏଫ କର୍ମଚାରୀଙ୍କ ନାଁରେ ଲଭ ସେକ୍ସ ଧୋକା ଅଭିଯୋଗ ହୋଇଛି। ସୁରକ୍ଷା ଦାୟିତ୍ୱ ବହନ କରୁଥିବା ପୋଲିସ ବିଭାଗର ଜଣେ କର୍ମଚାରୀ ବିଧବା ମହିଳାଙ୍କୁ ଧୋକା ଦେଇଥିବା ଅଭିଯୋଗ ହୋଇଛି । ଏନେଇ ମହିଳା ଜଣକ ଥାନାରେ ଅଭିଯୋଗ କରିବା ପରେ ସଂପୃକ୍ତ ପୋଲିସ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏଭଳି ଘଟଣା ଧର୍ମଶାଳା ଥାନା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି