• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସବୁଠି ଅନିୟମିତତା ! ପୋଲିସ ଅଛନ୍ତି, ସରକାରୀ ଅଧିକାରୀ ବି ଉପସ୍ଥିତ । ତଥାପି ହେଉଛି ଅନିୟମତତା । କେଉଁଠି ବୁଥ୍‌ ରିଗିଂ ହେଲାଣି ତ କେଉଁଠି, ପ୍ରିଜାଇଡିଂ ଅଫିସରଙ୍କୁ ପିଟିଲେଣି ଲୋକେ । ଏମିତିକି ଖୋଦ୍‌ ପ୍ରିଜାଇଡିଂ ଅଫିସର ବି ଖୋଲା ଖୋଲି କରୁଛନ୍ତି ନିୟମ ଉଲଂଘନ । ପଞ୍ଚାୟତ ନିର୍ବାଚନ ନିୟମକୁ ଫୁ’ କରି ପୁଲିଂ ବୁଥ୍‌ରେ ଥିବା ଅଧିକାରୀ ମନ ଇଚ୍ଛା କାର୍ଯ୍ୟ କରୁଛନ୍ତି । ଅନ୍ୟପଟେ ମାଳ ମାଳ ପୋଲିସ ଉପସ୍ଥିତ ଥିଲେ ବି ନାନା କାଣ୍ଡ ଭିଆଉଛନ୍ତି ଦୁର୍ବୃତ୍ତ ।

ପୋଖରୀକୁ ଫିଙ୍ଗିଦେଲେ ଭୋଟ ବାକ୍ସ । ଯାଜପୁର ଦଶରଥପୁର ବ୍ଲକ୍‌ରେ ଦେଖାଦେଇଛି ଏଭଳି ଉତ୍ତେଜନା । ଏଠାକାର ୯ ନମ୍ବର ବୁଥ୍‌ର ଭୋଟ୍ ବାକ୍ସ ନେଇ ପୋଖରୀରେ ଫିଙ୍ଗି ଦେଇଛନ୍ତି ଦୁର୍ବତ୍ତ । ମତଦାନ ପରେ ଦୁର୍ବତ୍ତ ମାନେ ଏଭଳି କାଣ୍ଡ ଘଟାଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି ।

ସେହିପରି ଯାଜପୁର ଦଶରଥପୁର ବ୍ଲକ କନିକାପଡ଼ା ପଞ୍ଚାୟତ ମଧୁପୁରର ୮ ନମ୍ବର ବୁଥ ରିଗିଂ, ବୁଥ କ୍ୟାପ୍ଚରିଂ ବେଳର ଭିଡିଓ କ୍ୟାମେରାରେ କଏଦ ହୋଇଛି । କିଛି ଲୋକ ବୁଥ ଭିତରେ ପଶି ଜୋର ଜବରଦସ୍ତ ବାଲାଟରେ ଷ୍ଟାମ୍ପ ଲଗାଇ ବୋଟ ବାକ୍ସରେ ଭର୍ତ୍ତି କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି । ପୂର୍ବରୁ ସେହି କନିକାପଡ଼ା ପଞ୍ଚାୟତର ୨ ଓ ୩ ନମ୍ବର ବୁଥରେ ବାଲାଟ୍ ଚିରିବା ସହ ଛଡ଼ାଇ ନେଇ ପଳାଇଥିଲେ ଦୁର୍ବୃତ୍ତ । ଫଳରେ ମତଦାନ ବନ୍ଦ ରହିଥିଲା । ଭୋଟ ଚାଲିଥିବା ବେଳେ ମୋଟ ୫୭୨ ଜଣଙ୍କ ମଧ୍ୟରୁ ୩୮୨ ପୋଲିଂ ହୋଇଥିଲା ।ଶେଷ ମୁହୁର୍ତ୍ତରେ ମହିଳା ଭୋଟର ଭୋଟ ଦେଉଥିବା ବେଳେ କିଛି ବ୍ୟକ୍ତି ଆସି ପ୍ରିଜାଇଡିଂ ଅପିସରଙ୍କ ଠାରୁ ବାଲାଟ ପେପର ଛଡ଼ାଇ ଜୋର ଜବରଦସ୍ତ ଭୋଟ୍ ଦେଇଥିଲେ । ଏହା ସହ କିଛି ବାଲାଟ୍ ପେପର ଚିରି ଦେଇଥିବା ଅଭିଯୋଗ ହୋଇଛି ।

ସେହିଭଳି ବାଲେଶ୍ୱର ବାଲିଆପାଳ ବ୍ଲକ ନୂଆଗାଁ ପଞ୍ଚାୟତର କଟରାମହଲାରେ ବୁଥ ରିଗିଂ ଅଭିଯୋଗ ସାମ୍ନାକୁ ଆସିଛି । ବୁଥ ଭିତରକୁ ଆସି ଜୋରଜବରଦସ୍ତ ଭୋଟ ଦେଲେ ନିର୍ଦ୍ଧିଷ୍ଟ ଦଳର ସମର୍ଥକ । ଏପରିକି ବୁଥରେ ଥିବା ଭୋଟର ମାନଙ୍କୁ ମଧ୍ୟ ନିର୍ଦ୍ଧିଷ୍ଟ ଦଳର ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ବାଧ୍ୟ କରୁଥିବା ଦେଖିବାକୁ ମିଳିଥିଲା । ବୁଥରେ ଉପସ୍ଥିତ ପୋଲିସ କର୍ମଚାରୀ ବାରଣ କଲେ ମଧ୍ୟ ଶୁଣୁନଥିବା ଅଭିଯୋଗ ହୋଇଛି । ଏନେଇ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିବା ବେଳେ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି ।

ସେପଟେ ନୂଆପଡ଼ାରେ ମଧ୍ୟ ତୁମୁଳ କାଣ୍ଡ ଘଟିଛି । ପ୍ରିଜାଇଡିଂ ଅଫିସରଙ୍କ ଗାଡ଼ିକୁ ଭାଙ୍ଗି ଦେଇଛନ୍ତି ସ୍ଥାନୀୟ ଜନତା । ନିଜ ଗାଡ଼ିରେ ଭୋଟ୍ ବାକ୍ସ ନେଇ ଯାଉଥିବାରୁ ଲୋକମାନେ ଉତ୍ତେଜିତ ହୋଇ ଗାଡ଼ିକୁ ଆକ୍ରମଣ କରିଥିଲେ । କୋମନା ବ୍ଲକ୍ ପାଏର ଗାଁ ୩ନଂ ବୁଥ୍ ଭୋଟ୍ ବାକ୍ସ ନେଇ ଏଭଳି ଉତ୍ତେଜନା ଦେଖାଯାଇଛି ।