Advertisment

ବିକାଶ ବାଟ ହୁଡ଼ିଲା କିଏ? ବିନା ନାଉରିଆରେ ଘରୁ ବାହାରି ପାରନ୍ତି ନାହିଁ ଲୋକ

ନେତା ନୁହେଁ ଗାଁ କୁ ସାହା ନାଉରିଆ । ଲୋକଙ୍କୁ ନଦୀ ପାର କରାଇବାକୁ ନାଉରିଆ ତିଆରି କରିଛନ୍ତି ବାଉଁଶ ପୋଲ । ଜାନୁଆରୀରୁ ଜୁନ ମାସ ଯାଏ ବାଉଁଶ ପୋଲ ନିର୍ମାଣ କରୁଥିବା ବେଳେ ଜୁନରୁ ଡିସେମ୍ବର ଯାଏ ଡଙ୍ଗାରେ ନଦୀ ପାର କରାଉଛନ୍ତି...

author-image
Sarbeswar
ଅଦ୍ୟତନ ହୋଇଛି
jajpur

jajpur

ନାଉରିଆଙ୍କ ଉଦ୍ୟମରେ ନଦୀ ପାର ହେଉଛନ୍ତି ପଂଚାୟତବାସୀ । ନଦୀ ପାର ହେବାକୁ ନାଉରିଆ କରୁଛନ୍ତି    ବ୍ୟବସ୍ଥା। ହେଲେ ଏଠି ନିର୍ବାଚନ ବେଳେ ନେତାଙ୍କର ମିଳେ ପ୍ରତିଶୃତି କିନ୍ତୁ ପରେ ପାଲଟିଯାଏ ପ୍ରତାରଣା । ଏପରି ଏକ ପଂଚାୟତ ହେଉଛି ଯାଜପୁର ବରୀ ବ୍ଲକର ବୋଦୁଅ ପଂଚାୟତ । ଚାରିପଟୁ ନଦୀ ନାଳ ଘେରିଥିବା ଏହି ପଂଚାୟତରେ ଯାତାୟତ ଲାଗି ଲୋକ ଘରୁ ବାହାରିଲେ ଦେବାକୁ ପଡେ ପଇସା । କାରଣ ନାଉରିଆ ନିଜ ଡଙ୍ଗାରେ ବର୍ଷା ଦିନେ ନଦୀ ପାର କରାଏ ପୁଣି ଖରା ଦିନ ଆସିଲେ ନିଜ ଉଦ୍ୟମରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି  ଲୋକଙ୍କ ଯାତାୟତ ଲାଗି ବାଉଁଶ ପୋଲ ବି ତିଆରି କରନ୍ତି। ଯାହା ଲାଗି ଲୋକଙ୍କୁ ଦେବାକୁ ପଡେ ପଇସା । ଏହି ପଂଚାୟତ ବାସୀଙ୍କ ଲାଗି ସରକାରୀ ସ୍ତରରେ କୌଣସି ଉଦ୍ୟମ ହେଉନଥିବା ଗାଁ ଲୋକ ଅଭିଯୋଗ ମଧ୍ୟ କରିଛନ୍ତି। ସେତୁ ନିର୍ମାଣ ଲାଗି ପ୍ରଶାସନର ଆନ୍ତରିକତା ନଥିବାରୁ ସ୍ଥାନୀୟ ଅଂଚଳରେ ଦେଖା ଦେଇଛି ଅସନ୍ତୋଷ ।

Advertisment

ନେତା ନୁହେଁ ଗାଁ କୁ ସାହା ନାଉରିଆ । ନଦୀ ପାର ହେବାକୁ ନିଜ ଉଦ୍ୟମରେ ନାଉରିଆ ତିଆରି କରିଛନ୍ତି ନାଉରିଆ। ଜାନୁଆରୀରୁ ଜୁନ ମାସ ଯାଏ ବାଉଁଶ ପୋଲ ନିର୍ମାଣ କରୁଥିବା ବେଳେ ଜୁନରୁ ଡିସେମ୍ବର ଯାଏ ଡଙ୍ଗାରେ ନଦୀ ପାର କରାଉଛନ୍ତି । ମଣିଷ, ସାଇକେଲ ଓ ମଟରସାଇକେଲ ଯିଏବି ନଦୀ ପାର ହୁଏ ନାଉରିଆକୁ ଏସବୁର ରକ୍ଷଣାବେକ୍ଷଣ ଲାଗି ଖୁସିରେ ପଇସା ଦିଏ । ନାଉରିଆ ନଥିଲେ ଏହି ପଂଚାୟତ ବାସୀ ନଦୀ ପାର ହୋଇ ବ୍ଲକ ତହସିଲ ମେଡିକାଲ ଥାନା ଯିବା କଷ୍ଟକର ହୋଇପଡନ୍ତା ବୋଲି କହିଛନ୍ତି ଅଂଚଳବାସୀ । ଏ କୌଣସି ଉପାନ୍ତ ଅଂଚଳ ନୁହେଁ ବରଂ ଯାଜପୁର ଜିଲ୍ଲା ଭଳି ଉପକୁଳ ଜିଲ୍ଲାରେ ଏହି ସମସ୍ୟା ରହିଛି। ଏହି ସମସ୍ୟା ଆଜିର ନୁହଁ ଶହ ଶହ ବର୍ଷର । ବରୀ ବ୍ଲକ ବୋଦୁଅ ପଂଚାୟତରେ ତନ୍ତିଘାଇ ନାଳ ଉପରେ ଯାତାୟତ ଲାଗି ପଂଚାୟତବାସୀ ଭୋଗୁଛନ୍ତି ଏହି ଦୁର୍ଦ୍ଦଶା । ନଦୀ ନାଳ ଘେରି ରହିଥିବା ଏହି ପଂଚାୟତ ବାସୀଙ୍କ ଯାତାୟତ ସୁବିଧା ଲାଗି ସ୍ଥାନୀୟ ବିଧାୟକ କି ପ୍ରଶାସନ କୌଣସି ପଦକ୍ଷେପ ନେଉ ନଥିବାରୁ ନିଜ ଉଦ୍ୟମରେ ଏଭଳି ସେବା କାର୍ଯ୍ୟ କରୁଥିବା କହିଛି ନାଉରିଆ ।

ଏହି ଘାଟ ଉପରେ ଭଅଁରା ଭୁରୁଙ୍ଗା ବୋଦୁଅ କନ୍ତିଆ, କୁମ୍ଭୁକା, ବାଳିଆପାଳ ଆଦି ଅଂଚଳର ୮ ରୁ ୧୦ ହଜାର ଲୋକ ନିର୍ଭର କରନ୍ତି । ହେଲେ ଏଠାରେ ସ୍ଥାୟୀ ସେତୁ କିମ୍ବା କାଠ ପୋଲ ନିର୍ମାଣ ଲାଗି ଅଂଚଳବାସୀ ବହୁ ବାର ଦାବି କରି ଆସୁଛନ୍ତି । ଏପରିକି ପଂଚାୟତ ନିର୍ବାଚନ ହେଉ କି ସାଧାରଣ ନିର୍ବାଚନ ସମୟରେ ନେତାଙ୍କୁ ଚଲାଇ ନିଜର ଏହି ସମସ୍ୟା ଦେଖାଇଛନ୍ତି । ହେଲେ ନିର୍ବାଚନ ସରିଲେ ବାବୁ ମାନେ ଏହି ପଂଚାୟତ ବାସୀଙ୍କ ବେଦନାକୁ ଭୁଲି ଯାଆନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ନିଜର ସମସ୍ୟା ସମାଧାନ ଲାଗି ଏମାନେ ଶାସକ ଦଳକୁ ଭୋଟ ଦିଅନ୍ତି ହେଲେ ସାରା ରାଜ୍ୟରେ ଏଭଳି ଅସୁବିଧା କେଉଁ ଗ୍ରାମରେ ନଥିବ ବୋଲି କ୍ଷୋଭ ପ୍ରକାଶ କରି କହିଛନ୍ତି ଗ୍ରାମବାସୀ । ପଂଚାୟତ ନେତା ହୁଅନ୍ତୁ ବା ବିଧାନସଭା ନିର୍ବାଚନ ମଣ୍ଡଳୀ.. ନେତା ପଂଚାୟତ ବାସୀଙ୍କ ଏହି ସମସ୍ୟା ପ୍ରତି ଆନ୍ତରିକତା ଦେଖାଉନଥିବା ବେଳେ ନୁଆଁଣିଆ ଘରେ ଗରିବ ନାଉରିଆ ଓ ତାର ପିଲାଛୁଆ ଧରି ଦୁଃଖରେ ନଦୀ କୂଳେ ବାସ କରୁଥିଲେ ବି ଆବାସ କି ଭତ୍ତା ଖଣ୍ଡେ ଯୋଗାଇ ଦେବାରେ ବିଫଳ ସରପଂଚ ଓ ପ୍ରଶାସନ ।

Advertisment

ଯାଜପୁର ରୁ ସଂଜୀବ ନାୟକଙ୍କ ରିପୋର୍ଟ 

Bridge Problem
Advertisment
Advertisment