Advertisment

ଘରେ ଖାଇବାକୁ ନାହିଁ: ଝିଅକୁ ବିକ୍ରି କରିଦେଲା ବାପା

ଏ କେମିତିକା ବାପା? ଘରେ ଖାଇବାକୁ ନଥିବାରୁ ଝିଅକୁ ବିକ୍ରି କରିଦେଲା ବାପା

author-image
Sarbeswar
New Born Baby

New Born Baby

ଦାରିଦ୍ରର କରୁଣ ପରିଣତି। ଏମିତି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନାର ସାନରାଇପଡ଼ା ଗାଁରେ । ଦାରିଦ୍ର ପାଇଁ ଜନ୍ମିତ ଶିଶୁକନ୍ୟାକୁ ୧୨ ହଜାର ଟଙ୍କାରେ ବିକିଦେଲା ବାପା। ଏକଥା ଶିଶୁର ବାପା ମାଆ ସ୍ୱୀକାର ମଧ୍ୟ କରିଛନ୍ତି। ଘରେ ଖାଇବାକୁ ନଥିବାରୁ ଶିଶୁକନ୍ୟାକୁ ବିକି ଦେଇଥିବା ମାନିଛନ୍ତି। ସାନରାଇପଡା ଗାଁର କାଞ୍ଚନ ବେହେରା ଗତ ୨୭ ତାରିଖରେ ଧର୍ମଶାଳା ଡାକ୍ତରଖାନାରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ।

Advertisment

ଗତକାଲି ଧର୍ମଶାଳା ମେଡିକାଲ ପରିସରରେ ଜନ୍ମିତ ଶିଶୁକନ୍ୟାକୁ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ଅଂଚଳର ଜଣେ ଲୋକକୁ ୧୨ ହଜାର ଟଙ୍କାରେ ବିକି ଦେଇଥିଲେ। ଖବର ପାଇ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତନାଘନା କରିଛନ୍ତି। ବିକ୍ରି ହୋଇଥିବା ଶିଶୁକୁ ଉଦ୍ଧାର କରାଯିବା ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶିଶୁ ସୁରକ୍ଷା କର୍ମୀ କହିଛନ୍ତି।

Father Sold Young Daughter
Advertisment
Advertisment