Advertisment

ଯନ୍ତ୍ରଣା ଦେଉଛି ବାଉଁଶ ପୋଲ

ଗତ ୧୮ ବର୍ଷ ଧରି ବାଉଁଶ ପୋଲ ଉପରେ ନିର୍ଭର କରି ରହିଛନ୍ତି ଗାଁ ଲୋକେ । ଅଢେଇ ବର୍ଷ ପୂର୍ବେ ଭିତ୍ତିପ୍ରସ୍ତର ସ୍ଥାପନ ସରିଥିଲେ ମଧ୍ୟ ଆଜି ଯାଏ ନିର୍ମାଣ ହୋଇପାରିନି ପୋଲ ।

author-image
Otv Khabar Bureau
ଅଦ୍ୟତନ ହୋଇଛି
18 Years On, Wait For Bridge Over Baitarani River In Jajpur Continues

18 Years On, Wait For Bridge Over Baitarani River In Jajpur Continues

ଯାଜପୁର (ସଞ୍ଜୀବ ନାୟକ) : ବିପଦପୂର୍ଣ୍ଣ ନଦୀ ଯାତ୍ରା । ଗତ ୧୮ ବର୍ଷ ଧରି ଯାଜପୁର ଦଶରଥପୁରର ଦତ୍ତପୁର ବାସିନ୍ଦା ଲେକେ ବୈତରଣୀ ନଦୀ ପାର ହେବା ପାଇଁ ଏକ ବାଉଁଶ ପୋଲ ଉପରେ ନିର୍ଭର କରୁଛନ୍ତି । ବାଉଁଶ ପୋଲ ବ୍ୟତୀତ ପ୍ରାୟ ଲୋକେ ଦେଶୀ ଡଙ୍ଗା ଉପରେ ମଧ୍ୟ ଭରସା କରି ରହୁଛନ୍ତି । ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।

Advertisment

ସୂଚନା ଅନୁସାରେ, ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀରେ ଆସୁଥିବା ଦତ୍ତପୁର ବାସିନ୍ଦାଙ୍କ ଦାବି ପରେ ୨୦୧୯ ନିର୍ବାଚନ ପୂର୍ବରୁ ଫେବୃଆରୀ ୧୯ ତାରିଖରେ ନିଜେ ମୁଖ୍ୟମନ୍ତ୍ରୀ ଏଠି ସ୍ଥାୟୀ ପୋଲର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ହେଲେ ଆଜିକୁ ପ୍ରାୟ ଅଢ଼େଇ ବର୍ଷ ହେଲାଣି ପୋଲ ତ ଦୂରର କଥା ପଥର ଖଣ୍ଡେ ବି ରଖାଯାଇନି । ଫଳରେ ଲୋକମାନଙ୍କ ଯନ୍ତ୍ରଣା ଅସହ୍ୟ ହେବାକୁ ଲାଗୁଛି । କିଏ ସାଇକେଲ ତ କିଏ ମୋଟର ସାଇକେଲ ଗଡ଼େଇ ଗଡ଼େଇ ନଦୀ ପାର୍ ହେଉଥିବା ବେଳେ ଅନ୍ୟ କିଏ ବୋଝ ମୁଣ୍ଡେଇ ଚାଲିଛି ।

ଉକ୍ତ ପଞ୍ଚାୟତ ଓ ଏହାର ପଡ଼ୋଶୀ ଗ୍ରାମବାସୀ, ଯାଜପୁର ସୀମାନ୍ତରେ ଥିବାରୁ ଏମାନେ ଭଦ୍ରକ ବେତାଳି ଗାଁରେ ଥିବା ସ୍କୁଲ, କଲେଜ, ମେଡିକାଲ୍ ଓ ବଜାର ଘାଟ ଉପରେ ଅଧିକ ନିର୍ଭର କରନ୍ତି । କିନ୍ତୁ ଯିବାଆସିବା ପାଇଁ ଦୀର୍ଘଦିନ ଧରି ଏହି ଦୁଃସ୍ଥିତି ଲାଗି ରହିଛି । ଗତ ୧୮ ବର୍ଷ ହେଲାଣି ନିଜସ୍ୱ ଉଦ୍ୟମରେ ତିଆରି କରିଆସୁଥିବା ବାଉଁଶ ପୋଲ ସେମାନଙ୍କ ସାହା ପାଲଟିଗଲାଣି ।

Advertisment

ପୂର୍ବରୁ ଗାଁ ଲୋକେ ଦେଶୀ ଡଙ୍ଗା ଉପରେ ଭରସା କରି ରହିଥିଲେ । ହେଲେ ଡଙ୍ଗା ବୁଡ଼ି ହୋଇ ଅନେକ ଜୀବନ ଯିବାରୁ ସ୍ଥାନୀୟ ବାସିନ୍ଦା ବାଧ୍ୟ ହୋଇ ବାଉଁଶ ପୋଲଟି ତିଆରି କରିଛନ୍ତି । ହେଲେ ସେଟା ବି କେତେ ଦିନ ପର୍ଯ୍ୟନ୍ତ ତିଷ୍ଠି ପାରିବ । ତେଣୁ ଏବେ ସେଠାକାର ଲୋକେ ସରକାରୀ ପ୍ରତିଶ୍ରୃତିର ପ୍ରହେଳିକା ଭିତରେ ହିଁ ଦିନ କାଟୁଛନ୍ତି । ଭିତ୍ତି ପ୍ରସ୍ତର ସ୍ଥାପନ ପରେ ବି ପୋଲ ନିର୍ମାଣ ହେଉନି ଯାହାର ଦୋଷ ଲୋକମାନେ ସିଧାସଳଖ ପ୍ରଶାସନ ଓ ରାଜନେତାଙ୍କୁ ଦେଇଛନ୍ତି । ସେମାନଙ୍କ ଅବହେଳା ହେତୁ ଏହିପରି ସମସ୍ୟା ଉପୁଜିଥିବାର ଗାଁ ଲୋକେ ଅଭିଯୋଗ କରିଛନ୍ତି ।

ସେପଟେ ଏନେଇ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର କହିଛନ୍ତି, ଜମି ଅଧିଗ୍ରହଣରେ ବିଳମ୍ବ କାରଣରୁ ହିଁ ସେତୁ ନିର୍ମାଣରେ ବିଳମ୍ବ ହୋଇଛି । ହେଲେ ଖୁବ୍‌ଶୀଘ୍ର ଏ ସମସ୍ୟାର ସମାଧାନ କରାଯିବ ।

Village Problem Jajpur Odisha
Advertisment
Advertisment