• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏଥର ଖାଲି ବିଭ୍ରାଟ୍‌.. ବିଭ୍ରାଟ୍‌... ଆଉ ବିଭ୍ରାଟ୍‌.. । ଗଣ୍ଡଗୋଳ-ମାରପିଟ୍‌- ହତ୍ୟା- ବୁଥ୍‌ ରିଗିଂ- ବୁଥ୍ କ୍ୟାପ୍‌ଚରିଂ- ବାଲଟ୍‌ ବକ୍ସ ଲୁଟ୍‌- ଗୋଷ୍ଠି ସଂଘର୍ଷ ଏମିତି ଅନେକ ବିଭ୍ରାଟ୍ ଦେଖିବାକୁ ମଳିଛି ଏଥର ପଞ୍ଚାୟତ ନିର୍ବାଚନରେ । ପ୍ରଥମ ପର୍ଯ୍ୟାୟରେ ଯେତିକି ହିଂସା କାଣ୍ଡ ଦେଖାଯାଇଥିଲା, ଦ୍ୱିତୀୟ ପର୍ଯ୍ୟାୟରେ ହିଂସାକାଣ୍ଡ ଥମିବା ପରିବର୍ତ୍ତେ ତାହା ଦ୍ୱିଗୁଣିତ ହୋଇଥିଲା । ଆଉ ତୃତୀୟ ପର୍ଯ୍ୟାୟ ବେଳକୁ ହିଂସାକାଣ୍ଡ ଚରମ ସୀମାରେ ପହଞ୍ଚିଥିଲା । ଏଥର ପଞ୍ଚାୟତ ନିର୍ବାଚନରେ ଲୋକେ ପାଲିସକୁ ପାଇପ୍‌ରେ ପିଟିବା ସହ ସାମ୍ବାଦିକଙ୍କୁ ମଧ୍ୟ ମରାନ୍ତକ ଆକ୍ରମଣ କରିଥିବା ଦେଖାଯାଇଛି । ପରେ ପୋଲିସ ମଧ୍ୟ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଛି ।

Panchayat ElectionPanchayat Election

ତେବେ ଏହା ବାଦ୍‌ ଏଥର ନିର୍ବାଚନରେ ଏକ ସାଂଘାତିକ ବିଭ୍ରାଟ୍‌ ଦେଖାଯାଇଛି । ବୁଥ୍‌ରେ ଭୋଟର ସଂଖ୍ୟା ଯେତିକି, ତାଠାରୁ ଅଧିକ ମତଦାନ କରାଯାଇଥିବା ଅଭିଯୋଗ ହୋଇଛି । ଅର୍ଥାତ୍‌ ଭୋଟର ନାହାନ୍ତି ହେଲେ ଭୋଟ୍‌ ବାକ୍ସ ଫୁଲ୍‌ । ସମସ୍ତେ ଜାଣନ୍ତି ଶତପ୍ରତିଶ ଭୋଟିଂ ହେବା ଏତେ ସହଜ ନୁହେଁ । କିନ୍ତୁ କିଛି ବୁଥ୍‌ରେ ଶହେରୁ ଅଧିକ ପ୍ରତିଶ ଭୋଟିଂ ହୋଇଛି । ତେବେ ଏଥିରୁ ସ୍ପଷ୍ଟ ବାରି ହୋଇପଡ଼ୁଛି ଯେ, କୌଣସି ରାଜନୈତିକ ଦଳ ବୁଥ୍‌ ରିଗିଂ କିମ୍ବା ବୁଥ୍‌ କ୍ୟାପ୍‌ଚର କରି ମନ ଇଚ୍ଛା ଭୋଟ୍ ଦେଇ ବାଲଟ୍‌ ବକ୍ସରେ ପକାଇଛି । 

ଏହି ଅଭିଯୋଗ ଆସିଛି, ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଦୁଦୁରଆଣ୍ଟା ଭାଗେଶ୍ୱରୀ ସ୍କୁଲରେ ହୋଇଥିବା ୯ ନମ୍ବର ବୁଥ୍, କୟାଁ ପଞ୍ଚାୟତ ଗୋପବନ୍ଧୁ ସ୍କୁଲର ୨ ନମ୍ବର ବୁଥ୍ ଓ ଅସନପୁର ରାଧାପଲ୍ଲଭ ସ୍କୁଲରେ ହୋଇଥିବା ୯ ନମ୍ବର ବୁଥ୍‌ରୁ ।

Panchayat ElectionPanchayat Election

ଏହି ସବୁ ବୁଥ୍‌ରେ ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ହୋଇଥିଲା । ଆଶ୍ଚର୍ଯ୍ୟର କଥା ଏହି ସବୁ ବୁଥ୍‌ରେ ମୋଟ ଭୋଟର ସଂଖ୍ୟା ଯେତିକି, ତାଠାରୁ ଅଧିକ ଲୋକ ଭୋଟ ଦେଇଛନ୍ତି । ଏନେଇ ବିଡିଓଙ୍କୁ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି, ସେକ୍ଟର ଅଫିସରଙ୍କ ରିପୋର୍ଟ ଅନୁସାରେ ଭୋଟ ହାର ତାଲିକା ବାହାରିଛି । ଯେଉଁଠି ତ୍ରୁଟି ବାହାରିବ, ତାର ତଦନ୍ତ କରି ସଂଶୋଧନ କରାଯିବ ।

Panchayat ElectionPanchayat Election

ତେବେ ଏଠି ପ୍ରଶ୍ନ ଉଠୁଛି ବୁଥ୍‌ରେ ନିୟୋଜିତ ପ୍ରିଜାଇଡିଂ ଅଫିସର୍‌ ଏହି ସମୟରେ କରୁଥିଲେ କ’ଣ ? ବୁଥ୍‌ ସୁରକ୍ଷା ପାଇଁ ନିଯୁକ୍ତ ପୋଲିସ କର୍ମଚାରୀ କେଉଁଠି ଥିଲେ ?