/odishatv-khabar/media/post_attachments/uploadimage/library/16_9/16_9_0/IMAGE_1645364126.jpg)
Journalist attack
ଯାଜପୁର ବିଞ୍ଝାରପୁରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ପୋଲିସ । ଘଟଣାରେ ସମ୍ପୃକ୍ତ ୧୪ ଜଣ ଅଭିଯୁକ୍ତଙ୍କୁ ଉଠାଇନେଇଛି ପୋଲିସ । ଖାଲି ସେତିକି ନୁହେଁ ବାଛୋଳ ପଞ୍ଚାୟତରେ ସ୍ଥାନୀୟ ପୋଲିସ୍ ପକ୍ଷରୁ ଲୋକଙ୍କୁ ୱାର୍ଣ୍ଣିଂ ଦିଆଯିବା ସହ ଫ୍ଲାଗ ମାର୍ଚ୍ଚ କରାଯାଇଛି । ଲୋକମାନଙ୍କୁ ଶାନ୍ତିଶୃଙ୍ଖଳାର ସହ ରହିବାକୁ ପରାମର୍ଶ ଦିଆଯାଇଛି । ନଚେତ୍ ପୋଲିସ ଆହୁରି କଠୋର ହେବ ବୋଲି ଚେତାବନୀ ଦେଇଛି ।
ସୂଚନାଯୋଗ୍ୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି ତୃତୀୟ ପର୍ଯ୍ୟାୟ ମତଦାନ ସରିଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ କିଛି ସ୍ଥାନରେ ହିଂସା ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି । କେଉଁଠି ଦୁର୍ବୃତ୍ତମାନେ ଭୋଟ୍ ବାକ୍ସ ଉଠାଇ ନେଇଛନ୍ତି ତ ଆଉ କେଉଁଠି ଆକ୍ରମଣ କରିଛନ୍ତି । ପ୍ରଥମେ ଦୁର୍ବୃତ୍ତମାନେ ବୁଥ୍ରୁ ଭୋଟ୍ ବାକ୍ସ ନେଇ ପଳାଇଥିବା ଖବର ସାମ୍ନାକୁ ଆସିଥିଲା । ଏହାପରେ ଅନ୍ୟ ଏକ ସ୍ଥାନରେ ବିଡିଓଙ୍କୁ ଆକ୍ରମଣ ନେଇ ଅଭିଯୋଗ ଓ ଏବେ ସାମ୍ବାଦିକଙ୍କୁ ଆକ୍ରମଣ ନେଇ ଅଭିଯୋଗ ଆସିଥିଲା । ଯାଜପୁର ଜିଲ୍ଲାରେ ଏଭଳି ହିଂସାକାଣ୍ଡ ଘଟିଥିଲା ।
ଖବର ସଂଗ୍ରହ ବେଳେ ୩ ଜଣ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଯାଜପୁର ଜିଲ୍ଲା ବିଞ୍ଝାରପୁର ବାଛୋଳ ପଞ୍ଚାୟତର ୨ ନଂ ବୁଥ୍ ନିକଟରେ ଦୁର୍ବୃତ୍ତମାନେ ସାମ୍ବାଦିକଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ । ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଥିବା ବୈଦ୍ୟୁତିକ ଗଣମାଧ୍ୟମର ୩ ଜଣ ସାମ୍ବାଦିକ ହେଲେ- ଦେବାଶିଷ ସାହୁ, ଗୁଲସନ ଅଲ୍ଲୀ ନୱାଜ ଓ ବିଜୟ ସାହୁ ।
ଦୁର୍ବୃତ୍ତମାନେ ବୁଥ୍ ରିଗିଂ ସହ ଭୋଟ ବାକ୍ସ ଉଠାଇ ନେବାକୁ ଉଦ୍ୟମ କରୁଥିବା ବେଳେ ଏହି ସାମ୍ବାଦିକମାନେ ଖବର ସଂଗ୍ରହ କରୁଥିଲେ । ତେଣୁ ଦୁର୍ବୃତ୍ତମାନେ ଉତ୍କ୍ଷିପ୍ତ ହୋଇ ସାମ୍ବାଦିକଙ୍କୁ ନିର୍ଧୁମ ମାଡ଼ ମାରିଥିଲେ । ସମ୍ବାଦିକଙ୍କୁ ସଂଘବଦ୍ଧ ହୋଇ ମାଡ଼ ମାରିବାର ଦୃଶ୍ୟ ମଧ୍ୟ କ୍ୟାମେରାରେ କଏଦ ହୋଇଛି । ଏହି ଭିଡିଓକୁ ଆଧାର କରି ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)