• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରୋଗୀ ନେଇ ଯିବା ବେଳେ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ । ଏହି ଦୁର୍ଘଟଣାରେ ୫ ଜଣ ଗୁରୁତର ଆହତ ହୋଇଛି । ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥରେରେ ଘଟିଛି ଦୁର୍ଘଟଣା । ୧୦୮ ଆମ୍ବୁଲାନ୍ସ ଡମ୍ପରକୁ ପଛ ଆଡୁ ଧକ୍କା ଦେବା ଫଳରେ ଆମ୍ବୁଲାନ୍ ସରେ ଥିବା ୫ ଜଣ ଗୁରୁତର ଆହତ ହୋଇଛନ୍ତି ।

୩ ଜଣଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ୨ ଜଣଙ୍କୁ ଯାଜପୁର ସ୍ଥାନାନ୍ତର କରାଯାଇଛି । ଗୁରୁତରଙ୍କ ମଧ୍ୟରେ ରୋଗୀ ଓ ଦୁଇ ଆମ୍ବୁଲାନ୍ସ କର୍ମଚାରୀ ମଧ୍ୟ ଅଛନ୍ତି । ଭଦ୍ରକ ଭଣ୍ଡାରିପୋଖରୀ ଆଖୁଆପଦାଠାରେ ଦୁର୍ଘଟଣା ଘଟିଛି ।

ଅଧିକ ପଢ଼ନ୍ତୁ: ଟ୍ରକ୍‌ ସହ ଟ୍ରକ୍‌ ମୁହାଁମୁହିଁ ଧକ୍କା, ଚାଲିଗଲା ୬ ଜୀବନ

ସୂଚନା ଅନୁଯାୟୀ ବାଲେଶ୍ୱର ଖଇରା ମଧୁସୂଦନପୁର ଗାଁର ଜଣେ ମହିଳାଙ୍କର ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ସୋର ମେଡିକାଲରୁ କଟକ ସ୍ଥାନାନ୍ତର କରାଯାଉଥିଲା । ମାତ୍ର ଆମ୍ବୁଲାନ୍ ସରେ ଯିବା ବେଳେ ଆଖୁଆପଦାଠାରେ ଏହି ଦୁର୍ଘଟଣା ଘଟିଛି । ...