• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ବ୍ରଣ ସମସ୍ୟାକୁ ଦୁର କରେ ଲବଙ୍ଗ ତେଲ

  • ଦାନ୍ତ ବିନ୍ଧାରୁ ମୁକ୍ତି ଦିଏ ଲବଙ୍ଗ ତେଲ

  • ମାନସିକ ଥକାପଣ ଦୂର କରେ ଲବଙ୍ଗ ତେଲ

ଶରୀରର ବିଭିନ୍ନ ଯନ୍ତ୍ରଣା ପାଇଁ ଲବଙ୍ଗ ତେଲ ବହୁତ ଲାଭଦାୟକ ଅଟେ । ଆୟର୍ବେଦରେ ଲବଙ୍ଗ ଏକ ଔଷଧୀୟ ଦ୍ରବ୍ୟ ଅଟେ । ଲବଙ୍ଗର ତେଲ ଅନେକ ଯନ୍ତ୍ରଣା ଓ ଶରୀର ପିଡ଼ାରୁ ମୁକ୍ତି ଦେଇଥାଏ । ଲବଙ୍ଗ ତେଲରେ ଆଣ୍ଟି ଭାଇରାଲ୍ , ଆଣ୍ଟି ଫଙ୍ଗଲ ଓ ଆଣ୍ଟି ସେପଟିକ୍ ଗୁଣ ରହିଛି । ଯାହା ଶରୀରର ବାତ ପିତ ଓ ପାଚନ ସମ୍ବନ୍ଧୀୟ ସମସ୍ୟାରୁ ଆରାମ ଦେଇଥାଏ ଲବଙ୍ଗ ତେଲ । ଚାଲନ୍ତୁ ଜଣିବା ଲବଙ୍ଗ ତେଲର ବହୁ ଉପକାରିତା ବିଷୟରେ...

  • ଲବଙ୍ଗ ତେଲରେ ଆଣ୍ଟି ଇମ୍ପ୍ଳାମେଟାରି ଗୁଣ ରହିଥିବା କାରଣରୁ ଏହା ମୁଣ୍ଡ ଭିତରର ବିଭିନ୍ନ ଯନ୍ତ୍ରଣା ଯେପରି ମାଇଗ୍ରେନ ଇତ୍ୟାଦିକୁ ଠିକ୍ କରେ । ମାଇଗ୍ରେନ ସମୟରେ କିଛି ମାତ୍ରାରେ ଲବଙ୍ଗ ତେଲ ନେଇ ଲୁଣ ସହିତ ମିଶାଇ ଲଗାଇଲେ ମାଇଗ୍ରେନ ସମସ୍ୟା ଦୂର ହୋଇଥାଏ ।
  • ଲବଙ୍ଗ ତେଲ ମୁଣ୍ଡର ବିଭିନ୍ନ ଯନ୍ତ୍ରଣାରୁ ଉପଶମ ଦେଇଥାଏ । ଯେତେବେଳେ ଥଣ୍ଡା ଯୋଗୁଁ ମୁଣ୍ଡ ବ୍ୟଥା ହୁଏ ସେହି ସମୟରେ କିଛି ବୁନ୍ଦା ଲବଙ୍ଗ ତେଲକୁ ଗୋଟିଏ ତୁଳା ସାହାଯ୍ୟରେ ନେଇ ଶୁଙ୍ଘିବା ଦ୍ଵାରା ଥଣ୍ଡାରୁ ନାକ ଖୋଲିବା ସହ ମୁଣ୍ଡ ବ୍ୟଥା ଦୂରେଇ ଯାଇଥାଏ ।
  • ମାନସିକ ଥକାପଣ ଦୂର କରେ ଲବଙ୍ଗ ତେଲ । ଲବଙ୍ଗ ତେଲକୁ ଆୟୁର୍ବେଦ ରେ ମାନସିକ ଚିନ୍ତା ଦୁର କରିବା ପାଇଁ ବ୍ୟବହାର କରାଯାଏ । ଏହାକୁ ଚିନ୍ତା , ଉତେଜନା ଓ ମାନସିକ ଥକାପଣ ଦୂର କରିଥାଏ । ମାନସିକ ଶାନ୍ତି ପାଇଁ ଆପଣ ଦେଶୀ ଘିଅରେ ଲବଙ୍ଗ ତେଲ ମିଶାଇ ଲଗାଇଲେ ଆରାମ ମିଳିଥାଏ ।
  • ବ୍ରଣ ସମସ୍ୟାକୁ ଦୁର କରେ ଲବଙ୍ଗ ତେଲ । ଲବଙ୍ଗ ତେଲକୁ ଜୀବାଣୁ ନାଶକ ଭାବରେ ଗ୍ରହଣ କରାଯାଏ । ମୁହଁରୁ ବ୍ରଣ ସମସ୍ୟାକୁ ଦୁର ହୋଇଥାଏ । ଏଲୋଭେରା ଜେଲ୍ କିଛି ନେଇ ସେଥିରେ ଲବଙ୍ଗ ତେଲ ମିଶାଇ ବ୍ରଣରେ ଲଗାଇବା ଦ୍ଵାରା ବ୍ରଣ ସମସ୍ୟା ଦୂର ହୁଏ ।
  • ଲବଙ୍ଗ ତେଲକୁ ଶରୀରର ବିଭିନ୍ନ ଯଏଣ୍ଟ ପେନ୍ ପାଇଁ ବ୍ୟବହାର କରାଯାଏ । ଲବଙ୍ଗ ତେଲକୁ ଆମେ ଆଣ୍ଠୁ ଗଣ୍ଠି ଯନ୍ତ୍ରଣାରେ ବ୍ୟବହାର କରି ପାରିବା । ଲବଙ୍ଗ ତେଲକୁ ଉଷୁମ ସୋରିଷ ତେଲ ସହିତ ମିଶାଇ ଗଣ୍ଠିରେ ମାଲିସ କରିବା ଦ୍ଵାରା ଗଣ୍ଠି ଫୁଲାରୁ ଆରାମ ମିଳିଥାଏ ।
  • ଦାନ୍ତ ବିନ୍ଧାରୁ ମୁକ୍ତି ଦିଏ ଲବଙ୍ଗ ତେଲ । ଦାନ୍ତ ମାଢିରେ ଲବଙ୍ଗ ତେଲ ଲଗାଇଲେ ଦାନ୍ତ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ ।