Advertisment

ଘର ଉପରକୁ ହଠାତ୍ ଖସିପଡିଲା ଚଳନ୍ତା ବିମାନ, ଦେଖନ୍ତୁ ଏହି ଭିଡିଓ....

ଘର ଉପରକୁ ଖସିପଡିଲା ଚଳନ୍ତା ବିମାନ । ଆମେରିକାର କାଲିଫର୍ନିଆରେ ଏହି ବଡ଼ ଦୁର୍ଘଟଣା ଘଟିଛି । ଯାହାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
plane crashes

plane crashes

ୱାସିଙ୍ଗଟନ୍: ଘର ଉପରକୁ ଖସିପଡିଲା ଚଳନ୍ତା ବିମାନ । ଆମେରିକାର କାଲିଫର୍ନିଆରେ ଏହି ବଡ଼ ଦୁର୍ଘଟଣା ଘଟିଥିବାର ଚିତ୍ର ସାମ୍ନାକୁ ଆସିଛି । ଯାହାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି । ଭିଡିଓରେ ବିମାନଟି ବିଦ୍ୟାଳୟ ନିକଟରେ ଥିବା ଏକ ଘର ଉପରେ ଖସି ପଡିଥିଲା ।  ଫଳରେ ଆଖ ପାଖ ଘର ମାନଙ୍କରେ ମଧ୍ୟ ନିଆଁ ଲାଗିଯାଇଥିଲା ।

Advertisment

ସୂଚନାନୁସାରେ, ଦୁଇଟି ଇଞ୍ଜିନ ରହିଥିବା ଏହି ପ୍ଲେନ୍‌ଟି ଜନବସତି ଅଞ୍ଚଳ କାଲିଫୋର୍ନିଆ ନିକଟରେ ଖସି ପଡିଥିଲା । ଦୁର୍ଘଟଣା ଫଳରେ ପ୍ଲେନ୍‌ଟିରେ ନିଆଁ ଲାଗିଯାଇଥିଲା। ଲସ ଏଞ୍ଜେଲ୍ସର ସାଣ୍ଟି ନିକଟସ୍ତ ସାନ୍ତାନା ହାଇସ୍କୁଲ ନିକଟରେ ଏହି ଦୁର୍ଘଟଣା ଘଟିଥିବାର ସୂଚନା ମିଳିଛି । ଦୁଇଟି ଇଞ୍ଜିନ୍ ଥିବା "ସେସନା ୩୪୦" ପ୍ଲେନ୍‌ଟିରେ ୬ ଜଣ ଯାତ୍ରୀଙ୍କୁ ନେଇ ଯିବା ସକ୍ଷମ ରହିଥିବାବେଳେ, ଏହି ବିମାନଟି ଏରିଜୋନା ସହରର ୟୁମା ଠାରୁ ଉଡାଣ ଭରିଥିଲା ।

Advertisment


— G219_Lost (@in20im) October 11, 2021

ଅଗ୍ନିଶମ କର୍ମଚାରୀମାନେ ଆଖ ପାଖରେ ଲାଗିଥିବା ନିଆଁକୁ ଆୟତ କରିବାକୁ ଚେଷ୍ଟା କରୁଥିବାର ଏହି ଭିଡିଓରେ ଦେଖିବାକୁ ମିଳିଛି । କେବଳ ଏତିକି ନୁହେଁ ବରଂ ପାଖରେ ଥିବା ଏକ ଟ୍ରକ୍‌ ଲାଗିଥିବା ନିଆଁକୁ ମଧ୍ୟ ଆୟତ୍ତ କରାଯାଇଥିଲା । ସହରର ଅଗ୍ନିଶମ ଅଧିକାରୀ ଜନ୍ ଗାର୍ଲୋ କହିଛନ୍ତି, ଛୋଟ ବିମାନଟି ଏକ ଘରକୁ ଧକ୍କା ଦେଇଥିଲା। ଯାହା ପରେ ସାନ ଡିଏଗୋ କାଉଣ୍ଟି ସିଟିରେ ଏକ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ।

California Plane Crash
Advertisment
Advertisment