Advertisment

୨୪ ଘଣ୍ଟାରେ ୧୯୩ ଜଣଙ୍କ ପ୍ରାଣ ନେଲା ମହାମାରୀ

ଦେଶରେ ଗତକାଲି ଯେତିକି ସଂକ୍ରମଣ ଥିଲା ଆଜି ବି ସେତିକି ପରିମାଣରେ ରହିଛି। ଅର୍ଥାତ୍‌ ଆଜି ବି ଦେଶରେ ୧୮ ହଜାର ପାଖାପାଖି ସଂକ୍ରମଣ ରହିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଟ୍ୱିଟ୍‌ ଅନୁସାରେ, ଗତ ୨୪ ଘଂଟାରେ ଦେଶରେ ମୋଟ୍‌ ୧୮, ୧୩୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ୨୪ ଘଂଟାରେ ୧୯୩ ଜଣଙ୍କ ପ୍ରାଣ ନେଇଛି ମହାମାରୀ।

author-image
Sarbeswar
undefined

corona

ନୂଆଦିଲ୍ଲୀ: ଦେଶରେ ଗତକାଲି ଯେତିକି ସଂକ୍ରମଣ ଥିଲା ଆଜି ବି ସେତିକି ପରିମାଣରେ ରହିଛି। ଅର୍ଥାତ୍‌ ଆଜି ବି ଦେଶରେ ୧୮ ହଜାର ପାଖାପାଖି ସଂକ୍ରମଣ ରହିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଟ୍ୱିଟ୍‌ ଅନୁସାରେ, ଗତ ୨୪ ଘଂଟାରେ ଦେଶରେ ମୋଟ୍‌ ୧୮, ୧୩୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ୨୪ ଘଂଟାରେ ୧୯୩ ଜଣଙ୍କ ପ୍ରାଣ ନେଇଛି ମହାମାରୀ। ଆଜିର ସଂକ୍ରମଣକୁ ମିଶାଇ ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୩,୩୯,୭୧,୬୦୭ରେ ପହଞ୍ଚିଛି।

Advertisment

ଏହାସହ ୨୪ ଘଂଟାର ମୃତ୍ୟୁକୁ ମିଶାଇ ଦେଶରେ ୪,୫୦,୭୮୨ରେ ପହଞ୍ଚିଛି ମୃତକଙ୍କ ସଂଖ୍ୟା। ସେହିପରି ଭାବରେ ୨୪ ଘଂଟାରେ କରୋନାରୁ ୨୧,୫୬୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବଂ ମୋଟ୍‌ ସୁସ୍ଥଙ୍କ ସଂଖ୍ୟା ୩,୩୨,୯୩,୪୭୮ରେ ପହଞ୍ଚିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦେଶରେ ଏବେ ବି ଆକ୍ଟିଭ୍‌ କେସ୍‌ର ସଂଖ୍ୟା ୨,୨୭,୩୪୭ ରହିଛି। ଯାହାକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଚିନ୍ତା ବଢିଛି।

Advertisment

ଏପଟେ, ରାଜ୍ୟରେ ୨୪ ଘଣ୍ଟାରେ ୪୪୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୫୯ ଆକ୍ରାନ୍ତ ରହିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨୫୯ ଏବଂ ଲୋକାଲ କେସ୍- ୧୮୯ ଚିହ୍ନଟ ହୋଇଛନ୍ତି। ତେବେ ଆଜି ବି ଖୋର୍ଦ୍ଧାରୁ ସର୍ବାଧିକ ୨୦୮ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି କଟକ- ୪୮ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୨ ହଜାର ୧୪୪କୁ ବୃଦ୍ଧି ହୋଇଛି। ୫,୦୮୭ ଆକ୍ଟିଭ କେଶ୍ ଥିବାବେଳେ ୧୦ ଲକ୍ଷ ୧୮ ହଜାର ୭୪୯ ସୁସ୍ଥ ହୋଇଛନ୍ତି।

Corona Virus India COVID19
Advertisment
Advertisment