Advertisment

ଶୋପିଆନ୍ ଏନକାଉଣ୍ଟରରେ ଟଳିଲେ ଲସ୍କର-ଇ-ତୋଏବାର ୩ ଦୁର୍ଦ୍ଦାନ୍ତ ଆତଙ୍କବାଦୀ

ଏନକାଉଣ୍ଟରରେ ୩ ଜଣ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ନିହତ ହୋଇଛନ୍ତି । ଜାମ୍ମୁ କାଶ୍ମୀର ଶୋପିଆନ୍‌ରେ ଆଜି ସକାଳେ ଏକ ଏନ୍‌କାଉଣ୍ଟର ହୋଇଥିଲା । ସୁରକ୍ଷା କର୍ମୀଙ୍କ ଦ୍ୱାରା କରାଯାଇଥିବା ଏହି ଏନକାଉଣ୍ଟରରେ ଲଶ୍କର-ଇ-ତାଇବାର ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।

author-image
Otv Khabar Bureau
jammu-and-kashmir-3-lashkar-e-taiba-trf-terrorists-killed-in-shopian-encounter

jammu-and-kashmir-3-lashkar-e-taiba-trf-terrorists-killed-in-shopian-encounter

ଜାମ୍ମୁକାଶ୍ମୀର: ଏନକାଉଣ୍ଟରରେ ୩ ଜଣ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ନିହତ ହୋଇଛନ୍ତି । ଜାମ୍ମୁକାଶ୍ମୀର ଶୋପିଆନ୍‌ରେ ଆଜି ସକାଳେ ଏକ ଏନ୍‌କାଉଣ୍ଟର ହୋଇଥିଲା । ସୁରକ୍ଷା କର୍ମୀଙ୍କ ଦ୍ୱାରା କରାଯାଇଥିବା ଏହି ଏନକାଉଣ୍ଟରରେ ଲସ୍କର-ଇ-ତୋଏବାର ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଘଟଣାସ୍ଥଳରୁ ଅସ୍ତ୍ରଶସ୍ତ୍ର ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ  କରାଯାଇଥିବାବେଳେ ସର୍ଚ୍ଚ ଅପରେସନ ଜାରି ରହିଛି ବୋଲି ପୋଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ସେହିପରି ଗତ ସୋମବାର ଦିନ ଇମାମସାହବ ଅଞ୍ଚଳର ତୁଲାରାନରେ ଶୋପିଆନ୍ ଏନକାଉଣ୍ଟର ଆରମ୍ଭ ହୋଇଥିଲା। ଏନେଇ କାଶ୍ମୀର ଜୋନ୍ ପୋଲିସ୍ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି, ଲସ୍କର-ଇ-ତୋଏବାର ୩ ଜଣ ଆତଙ୍କବାଦୀ ନିପାତ ହୋଇଥିବାବେଳେ ତାଙ୍କଠାରୁ ବିଭିନ୍ନ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଆଦି ଜବତ କରାଯାଇଛି ।

Advertisment

ଏନେଇ କାଶ୍ମୀର ଆଇଜିପି ବିଜୟ କୁମାର କହିଛନ୍ତି, ଜାମ୍ମୁ କାଶ୍ମୀରର ଶୋପିଆନ୍ ଏନକାଉଣ୍ଟରରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଏହି ଗାନ୍ଦରବଲର ମୁଖ୍‌ତାର୍ ଶାହା । ଯିଏକି ବିହାର ନିବାସୀ ବିରେନ୍ଦ୍ର ପାସୱାନଙ୍କୁ ହତ୍ୟା କରିବା ପରେ ଶୋପିଆନ୍କୁ ସ୍ଥାନାନ୍ତର ହୋଇଯାଇଥିଲା ।

Encounter In Jammu And Kashmir Shopian Encounter
Advertisment
Advertisment