• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ରିମାଣ୍ତରେ ଗଲେ ଆଶିଷ ମିଶ୍ରା

ଲକ୍ଷ୍ନୌ: ତିନି ଦିନିଆ ରିମାଣ୍ତରେ ଗଲେ ଆଶିଷ ମିଶ୍ରା । ଲଖିମପୁର ଖେରି ହିଂସା ମାମଲା ଅଭିଯୋଗରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାକୁ ତିନି ଦିନିଆ ପୋଲିସ ରିମାଣ୍ତକୁ ପଠାଯାଇଛି । ଆଶିଷ ବର୍ତ୍ତମାନ ୧୪ ଦିନ ଲାଗି ବିଚାର ବିଭାଗୀୟ ହାଜତରେ ରହିଥିବାବେଳେ, ଗତ ୯ ତାରିଖରେ ପ୍ରାୟ ୧୨ ଘଣ୍ଟା ଧରି ଜେରା କରିବା ପରେ ଆଶିଷ ମିଶ୍ରଙ୍କୁ ଗିରଫ କରାଯାଇଥିଲା । ଏହାସହ ରବିବାର ଦିନ ତଦନ୍ତକାରୀ ଟିମ୍ ହିଂସାକାଣ୍ଡ ଘଟଣା ସ୍ଥଳକୁ ଯାଇ ସିସିଟିଭି ଯାଂଚ କରିଥିଲା ।

ସୂଚନା ଅନୁସାରେ, ଆଶିଷଙ୍କୁ ରିମାଣ୍ଡରେ ନେଇ ତଥ୍ୟ ଉଗାଳିବାକୁ ଚେଷ୍ଟା କରିଥିଲା କ୍ରାଇମବ୍ରାଞ୍ଚ । ହତ୍ୟା, ଦୁର୍ଘଟଣା ଜନିତ ମୃତ୍ୟୁ, ଅପରାଧିକ ଷଡ଼ଯନ୍ତ୍ର ତଥା ବେପରୁଆ ଗାଡ଼ି ଚାଳନା ଅଭିଯୋଗରେ ଆଶିଷଙ୍କୁ ଗିରଫ କରାଯାଇଥିଲା । ଉତ୍ତର ପ୍ରଦେଶ ଲଖିମପୁର ଖେରିରେ ୩ ତାରିଖରେ ବିକ୍ଷୋଭ ପ୍ରଦର୍ଶନ ବେଳେ ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇ ହତ୍ୟା କରାଯାଇଥିବା ଅଭିଯୋଗ କରାଯାଇଛି ।

ଘଟଣା ଓ ପରବର୍ତ୍ତୀ ହିଂସାକାଣ୍ଡ ଯୋଗୁ ୮ ଜଣଙ୍କ ମୃତ୍ୟୁ ହୋଇଥିଲା ଆଶିଷ ମିଶ୍ରାଙ୍କ ମୋବାଇଲରୁ ତାଙ୍କ ଲୋକେସନ୍ ପୋଲିସ ଜାଣିବାକୁ ପାଇଥିବା ସୂଚନା ମିଳିଥିଲା । ଘଟଣା ଦିନ ଆଶିଷ ସେଠାରେ ନଥିବା ସେ ମନାକରୁଥିଲେ ମଧ୍ୟ ମଧ୍ୟ ତାଙ୍କ ମୋବାଇଲ ଲୋକେସନ୍ ଘଟଣାସ୍ଥଳର ଆଖପାଖରେ ଥିବା ଦର୍ଶାଇଥିଲା । ଏହି ସବୁ ପ୍ରମାଣକୁ ଆଧାର କରି ତଦନ୍ତ କରୁଛି ୟୁପି କ୍ରାଇମବ୍ରାଞ୍ଚ ।

ପୂର୍ବରୁ ମଧ୍ୟ ଆଶିଷ ଓ ତାଙ୍କ ଭାଇ କହିଥିଲେ କି ଉକ୍ତ ଘଟଣାରେ ଆଶିଷ ସେଠାରେ ନଥିଲେ । ହେଲେ ମୋବାଇଲ୍‌ ଲୋକେସନ୍‌ କିନ୍ତୁ ଅଲଗା ସୂଚନା ଦେଇଉଛି । ଯେଉଁଥିରେ ଘଟଣାଟି ଅଲଗା ମୋଡକୁ ନେଇଯାଉଛି । ଯାହାକୁ ନେଇ କ୍ରାଇମ୍‌ବ୍ରାଞ୍ଚ ଘଟଣାର ଚେର ଖୋଳିବାରେ ଲାଗିପଡିଛି । ଏନେଇ ଆଗକୁ କ୍ରାଇମ୍ବ୍ରାଞ୍ଚ କେତେ ସଫଳ ହେଉଛି ତାହା କେବଳ ଦେଖିବାକୁ ବାକି ରହିଲା । ଏହି ତିନି ଦିନିଆ ରିମାଣ୍ତରେ ଆଶିଷଙ୍କ ଠାରୁ ମାମଲାର ସମ୍ପୂର୍ଣ୍ଣ ତଥ୍ୟ ପାଇହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଘଟଣାକୁ ନେଇ ଦେଶବ୍ୟାପି ଆକ୍ରୋଷ ବଢିବା ସହ କୃଷକ ଗୋଷ୍ଠିଙ୍କର ମଧ୍ୟ ଉତ୍ତେଜନା ବଢିବାରେ ଲାଗିଛି ।

ଏହି ମାମଲାରେ କେନ୍ଦ୍ର ମନ୍ତ୍ରୀଙ୍କ ପୁଅକୁ ଅଭିଯୁକ୍ତ କୁହାଯାଉଥିଲେ ମଧ୍ୟ ସେ ଏବେ ଯାଏଁ ନିଜକୁ ଦୋଷୀ ବୋଲି ସ୍ୱୀକାର କରିନାହାନ୍ତି । ଆଶିଷଙ୍କ ଦଳର ଲୋକମାନେ ଘଟଣା ସ୍ଥଳରେ ଆଶିଷ ନଥିବା ନେଇ ଅନେକ ଫଟୋ ପ୍ରସ୍ତୁତ କରିଛନ୍ତି । ତେବେ ଏହା କେତେ ଦୂର ସତ ତାହା ତଦନ୍ତ ଦ୍ୱାରା ଜଣାପଡିବ ।