Advertisment

ହମ୍‌ ଦୋ ହମାରେ ଦୋ’ ଟ୍ରେଲର୍‌ ରିଲିଜ୍

ବଲିଉଡ ଅଭିନେତା ରାଜକୁମାର ରାଓ ଓ କୃତୀ ସେନନଙ୍କ ଆଗାମୀ ଫିଲ୍ମ ‘ହମ ଦୋ ହମାରେ ଦୋ’ର ପ୍ରଥମ ଟିଜର ରିଲିଜ୍ ହୋଇଛି। ଏହି ଟିଜର ‘ଫାମିଲିବାଲୀ ଦିୱାଲୀ’ ଟ୍ୟାଗ୍‌ଲାଇନରେ ଜାରି ହୋଇଛି। ପୂର୍ବରୁ କୃତୀ ଏହାର ସୂଚନା ନିଜ ସୋସିଆଲ୍ ମିଡିଆ ମାଇକ୍ରୋବ୍ଲଗିଂ ଆକାଉଣ୍ଟ୍, କୁ ରେ ଦେଇଛନ୍ତି। ଏହି ଫିଲ୍ମରେ ପରେଶ ରାୱଲ, ରନ୍ନା ପାଠକ ଶାହ ଓ ଅପାରଶକ୍ତି ଖୁରାନା ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିବେ। ଏହି ଫିଲ୍ମ ଚଳିତ ମାସ ୨୯ ତାରିଖରେ ରିଲିଜ୍ ହେବ।

author-image
Pramod Behera
Hum do humare do trailer out

Hum do humare do trailer out

ନୂଆଦିଲ୍ଲୀ : ବଲିଉଡ ଅଭିନେତା ରାଜକୁମାର ରାଓ ଓ କୃତୀ ସେନନଙ୍କ ଆଗାମୀ ଫିଲ୍ମ ‘ହମ ଦୋ ହମାରେ ଦୋ’ର ପ୍ରଥମ ଟିଜର ରିଲିଜ୍ ହୋଇଛି। ଏହି ଟିଜର ‘ଫାମିଲିବାଲୀ ଦିୱାଲୀ’ ଟ୍ୟାଗ୍‌ଲାଇନରେ ଜାରି ହୋଇଛି। ପୂର୍ବରୁ କୃତୀ ଏହାର ସୂଚନା ନିଜ ସୋସିଆଲ୍ ମିଡିଆ ମାଇକ୍ରୋବ୍ଲଗିଂ ଆକାଉଣ୍ଟ୍, କୁ ରେ ଦେଇଛନ୍ତି। ଏହି ଫିଲ୍ମରେ ପରେଶ ରାୱଲ, ରନ୍ନା ପାଠକ ଶାହ ଓ ଅପାରଶକ୍ତି ଖୁରାନା ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିବେ। ଏହି ଫିଲ୍ମ ଚଳିତ ମାସ ୨୯ ତାରିଖରେ ରିଲିଜ୍ ହେବ। ଏହା ପୂର୍ବରୁ ନିର୍ମାତା ଏହାର ପ୍ରମୋଶନ କାମ ଆରମ୍ଭ କରିଦେଇଛନ୍ତି। ଗୋଟିଏ ପରେ ଗୋଟିଏ ପୋଷ୍ଟର ରିଲିଜ୍ କରିବା ପରେ ଏବେ ନିର୍ମାତା ଦର୍ଶକଙ୍କ ପାଇଁ ଏହାର ଟ୍ରେଲର ନେଇ ଆସିଛନ୍ତି। ଏହାକୁ ଦର୍ଶକ୍ ଖୁବ ପ୍ରଶଂସା କରୁଥିବା ଦେଖାଯାଏ।

Advertisment

ଟ୍ରେଲରରେ ଦେଖାଯାଉଛି ଯେ ବିଚଳିତ ହୋଇପଡିଥିବା ରାଜକୁମାର ରାଓ କୃତୀ ସେନନଙ୍କ ଆସିବା ବାଟକୁ ଅପେକ୍ଷା କରିଛନ୍ତି। ଏହାର କିଛି ସମୟ ପରେ କୃତିଙ୍କର ପ୍ରବେଶ ହେଉଥିବା ଦେଖାଯାଉଛି। ଏହା ପରେ ସେ ରାଜକୁମାରଙ୍କୁ କହୁଛନ୍ତି ଯେ ତାଙ୍କୁ ଏହି ମାମଲାର ପ୍ରତିଶୋଧ ନେବାର ଅଛି। ପ୍ରୋମୋରେ ପରେଶ ରାୱଲଙ୍କ ଭଏସଓଭର ଶୁଣିବାକୁ ମିଳେ। ଏଥିରେ କୁହାଯାଉଛି ଯେ ଯୁବ ଯୋଡି ମାତା-ପିତାଙ୍କୁ ଗ୍ରହଣ କରିବାକୁ ଇଛୁକ। ପରେଶ ରାୱଲଙ୍କ ସହିତ ରନ୍ନା ପାଠକଙ୍କ ଝଲକ ମଧ୍ୟ ଦେଖିବାକୁ ମିଳେ। ଏଥିରୁ ଅନୁମାନ କରାଯାଉଛି ଯେ ଏହି ଫିଲ୍ମ ନିଶ୍ଚିତ ଭାବେ ମଜ୍ଜାଳିଆ ହେବ।

Advertisment

ରାଜକୁମାର ରାଓ ଓ କୃତୀ ସେନନ୍ ଏହା ପୂର୍ବରୁ ଦିନେଶ ଭିଜନଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ରାସ୍ତା’ରେ ଏକତ୍ର କାମ କରିସାରିଛନ୍ତି। ଉଭୟ ଏଥିରେ ଡେବ୍ୟୁ କରିଥିଲେ। ସେହିପରି ଅଶ୍ୱିନୀ ଆୟରଙ୍କ ନିର୍ଦ୍ଦେଶିତ ‘ବରେଲୀ କି ବର୍ଫି’ରେ ରାଜକୁମାର ଓ କୃତୀଙ୍କ ସହିତ ଆୟୁଷ୍ମାନ ଖୁରାନା ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଥିଲେ।

ପ୍ରକାଶଥାଉ ଯେ ଚଳିତ ବର୍ଷ କୃତୀ ସେନନଙ୍କ ଏହା ଦ୍ୱିତୀୟ ଡାୟରେକ୍ଟ-ଟୁ-ଓଟିଟି ରିଲିଜ ହେବ। ଏହା ପୂର୍ବରୁ ‘ମିମୀ’ ନେଟ୍‌ଫ୍ଲିକ୍ସରେ ଆସିସାରିଛି। ଏଥିରେ ପଙ୍କଜ ତ୍ରିପାଠୀ ତାଙ୍କ ସହିତ ମୁଖ୍ୟ ଭୂମିକା ନିଭେଇଥିଲେ। ଏହି ଫିଲ୍ମକୁ ବହୁତ ପସନ୍ଦ କରାଯାଇଥିଲା। କୃତୀଙ୍କୁ ଏହି ଫିଲ୍ମ ପାଇଁ ବହୁତ ପ୍ରଶଂସା ମଧ୍ୟ କରାଯାଇଥିଲା। ‘ମିମୀ’ ଦ୍ୱାରା ସେ ଓଟିଟି ପ୍ଲାଟ୍‌ଫର୍ମରେ ଡେବ୍ୟୁ କରିଥିଲେ। ସେହିପରି ରାଜକୁମାର ରାଓଙ୍କର ମଧ୍ୟ ୨୦୨୧ରେ ଦ୍ୱିତୀୟ ଓଟିଟି ରିଲିଜ୍ ହୋଇଥିଲା। ଏହା ପୂର୍ବରୁ ନେଟ୍‌ଫ୍ଲିକ୍ସ ଅରିଜିନାଲ ‘ଦ ହ୍ୱାଇଟ୍ ଟାଇଗର’ରେ ରାଜକୁମାର ପ୍ରିୟଙ୍କା ଚୋପ୍ରାଙ୍କ ସହିତ ନଜର ଆସିଥିଲେ। ତେବେ ସିନେ ପ୍ରେକ୍ଷାଳୟ ଖୋଲିବା ଘୋଷଣା ପରେ ‘ହମ୍ ଦୋ ହମାରେ ଦୋ’ ପ୍ରଥମ ଓଟିଟି ହେବ।

Rajkummar Rao Bollywood Kriti Sanon Hum Do Humare Do
Advertisment
Advertisment