/odishatv-khabar/media/post_attachments/uploadimage/library/16_9/16_9_0/IMAGE_1633945593.jpg)
beautiful and radiant skin tips
ସୁନ୍ଦର ତ୍ୱଚା ପାଇଁ ଲୋକେ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରିଥାନ୍ତି । ବିଭିନ୍ନ ପ୍ରକାର କ୍ରିମ୍ ଲଗାଇବା ଠାରୁ ଆରମ୍ଭ କରି ଡାକ୍ତରଙ୍କ ପରାମର୍ଶ କରି ବିଭିନ୍ନ ଔଷଧ ମଧ୍ୟ ଖାଇଥାନ୍ତି। ଆମେ ଘରୋଇ ଉପାୟରେ ନିଜ ଦୈନଦିନ ଜୀବନ କିଛି ଖାଦ୍ୟକୁ ଗୁରୁତ୍ୱ ଦେଇ ସୁନ୍ଦର ଓ ଉଜ୍ଜଳ ତ୍ୱଚା ପାଇପାରିବେ । ତେବେ ଚାଲନ୍ତୁ ଜାଣିବା ଏପରି କିଛି ଖାଦ୍ୟ ଓ ପାନୀୟ ସମ୍ପର୍କରେ ଯାହା ଆମକୁ ସୁନ୍ଦର ଓ ତ୍ୱଚା ପ୍ରଦାନ କରିବ ।
Advertisment
Also Read
- କ୍ଷୀର -କ୍ଷୀରରେ ଭିଟାମିନ ଏ ଓ ଡ଼ି ହେତୁ ଏହା ଶରୀରକୁ ଅଧିକ କ୍ୟାଲ୍ସିୟମ ଦେଇଥିବା ସହ ତ୍ୱଚାକୁ ବିଭିନ୍ନ ଚର୍ମ ଜନିତ ରୋଗରୁ ରକ୍ଷା କରିଥାଏ ।
- ପିସ୍ତା ବାଦାମ -ପ୍ରତିଦିନ ଗୋଟେ ପିସ୍ତା ଖାଇବା ଦ୍ୱାରା ଏହା ତ୍ୱଚାକୁ ଚିକ୍କଣ ରଖିଥାଏ ।
- ମାଛ -ମାଛରେ ଥିବା ପ୍ରୋଟିନ ହେତୁ ଏହା ମୁହଁ ଥିବା ଚର୍ମର କୁଞ୍ଚନତାକୁ ଦୂର କରିଥାଏ ।
- ଲେମ୍ବୁ ସରବତ -ଏଥିରେ ଭିଟାମିନ.ସି ଥିବାରୁ ଏହା ମୁହଁରେ ଥିବା କଳା ଦାଗକୁ ଦୂର କରିଥାଏ । ଏହାଛଡ଼ା ବିଭିନ୍ନ ଫଳ ଖାଇବା ଦ୍ୱାରା ତ୍ୱଚା ଉଜ୍ୱଳ ହୋଇଥାଏ । କମଳା, ଲିଚୁ ଆମ୍ବକୁ ଖାଇବା ଦ୍ୱାରା ଏହା ତ୍ୱଚାକୁ ଉଜ୍ଜଳ ରଖିଥାଏ ।
- ଟମାଟୋ -ଏହା ତ୍ୱଚା ପାଇଁ ଖୁବ୍ ଲାଭପ୍ରଦ ଅଟେ । ଏହାକୁ ଲଗାଇବା ଦ୍ୱାରା ସୂର୍ଯ୍ୟ କିରଣ ହେତୁ ଚର୍ମ ଉପରେ ପଡ଼ୁଥିବା ପ୍ରଭାବ ଅଧିକ ପରିମାଣରେ ଦୂର ହୋଇଥାଏ ।
- କାକୁଡ଼ି,ଗାଜର -ଏହାକୁ ନିୟମିତ ଖାଇବା ଦ୍ୱାରା ଏହା ଶରୀରର ଚମକ ସର୍ବଦା ରଖିଥାଏ । ଏତଦ୍ ବ୍ୟତୀତ ଅମୃତଭଣ୍ଡା, ବିଟ୍, ମଟର ଛୁଇଁ ଆଦିକୁ ଖାଇବା ଦ୍ୱାରା ଏହା ଶରୀର ପାଇଁ ଖୁବ୍ ଉପକାରିତା ଦେବା ସହ ତ୍ୱଚାକୁ ପ୍ରାକୃତିକ ଉଜ୍ଜଳତା ବଜାଇ ରଖେ ।
Advertisment
ଏହାକୁ ନିୟମିତ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହିବା ସହ ତ୍ୱଚାକୁ ଖୁବ୍ ଉପକାର ପ୍ରଦାନ କରିବା ସହ ଉଜ୍ଜ୍ଳ ଓ ସୁନ୍ଦର ରଖିଥାଏ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)