• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଫ୍ୟାନ୍ ମନାଇଲେ ଅମିତାଭଙ୍କ ଜନ୍ମଦିନ

  • ୫ ଦଶଦ୍ଧିର ସିନେମା କ୍ୟାରିୟର ତାଙ୍କୁ ଦେଇଛି ସ୍ୱତନ୍ତ୍ର ପରିଚୟ

ବୟସ ତାଙ୍କ ସମ୍ମୁଖରେ ହାର ମାନିଛି । ଛୋଟ ହେଉ କି ବଡ଼, ସବୁ ପରଦାରେ ସେ ହିଟ୍ । ଦମଦାର ଭଏସ୍ ଓ ଜବରଦସ୍ତ ଆକ୍ସନ୍ ତାଙ୍କୁ ସମସ୍ତ ଭାରତୀୟଙ୍କ ହୃଦୟରେ ସ୍ଥାନ ଦେଇଛି । ଯେତେବେଳେ ସେ ନିଜର ପରିଚୟ ଦିଅନ୍ତି, ତାହା ଇତିହାସ ପାଲଟେ । ସେ ବିଗ୍ ବି, ସେହନସାହା, ବିଜୟ, ମୁନ୍ନା, ଆଙ୍ଗ୍ରି ୟଙ୍ଗମ୍ୟାନ୍, ସୁପରଷ୍ଟାରଙ୍କ ସୁପରଷ୍ଟାର, ଶତାବ୍ଦୀର ମହାନାୟକ ।

ପ୍ରସିଦ୍ଧ ହିନ୍ଦୀ କବି ହରିବଂଶରାୟ ବଚ୍ଚନ ଓ ମା ତେଜି ବଚ୍ଚନଙ୍କ ବଡ଼ ପୁଅ ଭାବେ ୧୯୪୨ ମସିହାରେ ଆବାଦରେ ଜନ୍ମ ନିଅନ୍ତି ଇନକଲାବ୍ ଶ୍ରୀବାସ୍ତବ ତଥା ଆଜିର ଅମିତାଭ୍ ବଚ୍ଚନ । ୧୯୬୯ରେ ପ୍ରଥମେ ମୃଣାଳ ସେନଙ୍କ ଭୁବନ ସୋମରେ କଣ୍ଠଦାନ ପରେ, ସେହି ବର୍ଷ ସାତ୍ ହିନ୍ଦୁସ୍ତାନୀରେ ଅଭିନେତା ଭାବେ ତାଙ୍କର ଡେବ୍ୟୁ ହୁଏ । ତେବେ ୧୯୭୩ରେ ଜଞ୍ଜିରରେ ମିଳେ ଅଭୁତପୂର୍ବ ଲୋକପ୍ରିୟତା । ସେବେଠୁ ଦୀର୍ଘ ୫୦ ବର୍ଷର କ୍ୟାରିୟର୍, ୧୯୦ରୁ ଅଧିକ ଫିଲ୍ମ ତା ଭିତରେ ପଦ୍ମଶ୍ରୀ, ପଦ୍ମଭୂଷଣ ଓ ପଦ୍ମବିଭୂଷଣ ସହ ୪ଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଭଳି ମିଳିଛି ଅଜସ୍ର ସମ୍ମାନ ଓ ପ୍ରଶଂସା ।

୨୦୧୮ ପାଇଁ ଦାଦା ସାହେବ ଫାଲକେ ପୁରସ୍କାର ଅମିତାଭଙ୍କୁ ଆଣି ଦେଇଛି ସ୍ୱତନ୍ତ୍ର ପରିଚୟ । ୧୯୭୫ରେ ଏକ ଓଡ଼ିଆ ଫିଲ୍ମ ମୁକ୍ତାରେ ଶତୃଘ୍ନ ସିହ୍ନା ଓ ରେଖାଙ୍କ ସହ ଅଭିନୟ କରିଥିଲେ ଅମିତାଭ । ହେଲେ ତାହା ରିଲିଜ୍ ହୋଇପାରି ନଥିଲା । ତେବେ କ୍ୟାରିୟରର ସେକେଣ୍ଡ୍ ଇନିଂସରେ ପୂର୍ବାପେକ୍ଷା ଅଧିକ ଶାଣିତ ଅଭିନୟ ଯାଦୁ ଦର୍ଶକଙ୍କୁ ଯୋଗାଇଛି ଭରପୁର ମନୋରଞ୍ଜନ ।

ଛୋଟ ପରଦାରେ କୌନ ବନେଗା କରୋଡ଼ପତିର ସଂଚାଳକ, ଜଣେ କବି ଓ କଣ୍ଠଶିଳ୍ପୀ ଭାବେ ମଧ୍ୟ ବିଗ୍ ବିଙ୍କ ସ୍ୱତନ୍ତ୍ର ପ୍ରସିଦ୍ଧି । ଆଜି ୮୦ ବର୍ଷରେ ପାଦ ଦେବା ପରେ ତାଙ୍କ ପାଇଁ ଛୁଟିଛି ଅସଂଖ୍ୟ ଫ୍ୟାନଙ୍କ ଶୁଭେଚ୍ଛା । ମୁମ୍ବାଇ ଜୁହୁ ସ୍ଥିତ ତାଙ୍କ ବାସଭବନ ଆଗରେ ବି ଦେଖିବାକୁ ମିଳିଛି ନାହିଁ ନଥିବା ଭିଡ଼ । ରାତି ସାରା ଫ୍ୟାନ୍ ଅମିତାଭଙ୍କ ଗୋଟିଏ ଝଲକ ଦେଖିବାକୁ ଅନାଇ ବସିଛନ୍ତି ।