Advertisment

ମାସକୁ ୧୫୦୦ ଟଙ୍କା ଜମା କଲେ ପାଇବେ ୩୫,୦୦,୦୦୦... ଏହି ସ୍କିମ୍ କ’ଣ ଜାଣନ୍ତୁ...

ଦିନକୁ ଦିଅନ୍ତୁ ମାତ୍ର ୫୦ ଟଙ୍କା। ମାସକୁ ୧୫ ଶହ ଟଙ୍କା ଜମା କରି ପାଆନ୍ତୁ ୩୫ ଲକ୍ଷ ଟଙ୍କା। ଆପଣଙ୍କ ଘର ପାଖରେ ଥିବା ପୋଷ୍ଟ ଅଫିସ ଦେଉଛି ଏମିତି ସୁଯୋଗ। ନିଜ କଷ୍ଟ ଅର୍ଜିତ ଧନକୁ ନିବେଶ କରି ଆପଣ ଭଲ ଆୟ କରିବାକୁ ଚାହୁଁଥିଲେ ମାର୍କେଟରେ ଅନେକ ବିକଳ୍ପ ରହିଛି

author-image
Sarbeswar
Post Office

Post Office

ନୂଆଦିଲ୍ଲୀ: ଦିନକୁ ଦିଅନ୍ତୁ ମାତ୍ର ୫୦ ଟଙ୍କା। ମାସକୁ ୧୫ ଶହ ଟଙ୍କା ଜମା କରି ପାଆନ୍ତୁ ୩୫ ଲକ୍ଷ ଟଙ୍କା। ଆପଣଙ୍କ ଘର ପାଖରେ ଥିବା ପୋଷ୍ଟ ଅଫିସ ଦେଉଛି ଏମିତି ସୁଯୋଗ। ନିଜ କଷ୍ଟ ଅର୍ଜିତ ଧନକୁ ନିବେଶ କରି ଆପଣ ଭଲ ଆୟ କରିବାକୁ ଚାହୁଁଥିଲେ ମାର୍କେଟରେ ଅନେକ ବିକଳ୍ପ ରହିଛି। ଅଧିକାଂଶ ଯୋଜନାରେ ଭଲ ରିଟର୍ଣ୍ଣ ମିଳୁଥିବା ବେଳେ କିଛି ଯୋଜନାରେ ଘାଟା ହେବା ଆଶଙ୍କା ରହିଥାଏ। ଏଥି ପାଇଁ ସମସ୍ତେ ବିପଦରେ ନ ପଡିବା ପାଇଁ ଭଲ ଯୋଜନାକୁ ବାଛିଥାନ୍ତି। ଯଦି ଆପଣ ଏମିତି ଯୋଜନା ଖୋଜୁଥାନ୍ତି ତେବେ ପୋଷ୍ଟ ଅଫିସ ଆପଣଙ୍କ ପାଇଁ ଆଣିଛି ‘ଗ୍ରାମ ସୁରକ୍ଷା ଯୋଜନା’। ଏହା ଏମିତି ଏକ ସ୍କିମ ଯେଉଁଥିରେ ଜଣେ ସାଧାରଣ ଲୋକକୁ ମିଳିଥାଏ ଭଲ ରିଟର୍ଣ୍ଣ। ଏବେ ଜାଣନ୍ତୁ ସ୍କିମ କରିବାକୁ ଚାହୁଁଥିଲେ ଏସବୁ ଥିବା ଆବଶ୍ୟକ।

Advertisment

୧୯ରୁ ୫୫ ବର୍ଷ ବୟସ ମଧ୍ୟରେ କେହି ବି ଭାରତୀୟ ନାଗରିକ ‘ଗ୍ରାମ ସୁରକ୍ଷା ଯୋଜନା’କୁ ନେଇ ପାରିବେ। ଏହି ଯୋଜନାରେ ସର୍ବନିମ୍ନ ବୀମା ରାଶି ୧୦ ହଜାର ଟଙ୍କା ଓ ସର୍ବାଧିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ କରି ହେବ। ଯୋଜନାର ପ୍ରିମିୟମ୍ ପେମେଣ୍ଟ ମାସିକ, ତ୍ରୈମାସିକ, ଅର୍ଦ୍ଧ-ବାର୍ଷିକ ବା ବାର୍ଷିକ କରି ପାରିବେ। ସବୁଠାରୁ ବଡ କଥା ଏହି ବୀମା ଯୋଜନାରେ ଋଣ ସୁବିଧା ରହିଛି। ପଲିସି କିଣିବାର ୪ ବର୍ଷ ପରେ ଜଣେ ଋଣ ସୁବିଧାର ଲାଭ ଉଠାଇ ପାରିବେ।

Advertisment

ଖାଲି ଏତିକି ନୁହେଁ ପଲିସି ସରେଣ୍ଡର କରିବା ବ୍ୟବସ୍ଥା ବି ରହିଛି। ୩ ବର୍ଷ ପରେ ଜଣେ ଗ୍ରାହକ ପଲିସିକୁ ସରେଣ୍ଡର କରିବାର ବିକଳ୍ପ ଚୟନ କରି ପାରିବେ। ତେବେ ଏହି ସ୍ଥିତିରେ ଆପଣଙ୍କୁ ଏହା ସହିତ ଜଡିତ କୌଣସି ଲାଭ ମିଳିନଥାଏ।

ଯଦି କୌଣସି ୧୯ ବର୍ଷ ବୟସ୍କ ୧୦ ଲକ୍ଷର ଗ୍ରାମ ସୁରକ୍ଷା ପଲିସି କିଣନ୍ତି, ତେବେ ମାସିକ ପ୍ରିମିୟମ୍ ୧୫୧୫ ଟଙ୍କା ଦେବାକୁ ହେବ। ଦିନକୁ ହିସାବ କଲେ ପ୍ରାୟ ୫୦ ଟଙ୍କା ହେବ। ପଲିସି କ୍ରେତାଙ୍କୁ ୫୫ ବର୍ଷ ପାଇଁ ୩୧.୬୦ ଲକ୍ଷ ଟଙ୍କା ଓ ୫୮ ବର୍ଷ ପାଇଁ ୩୩.୪୦ ଲକ୍ଷ ଟଙ୍କାର ମାଚ୍ୟୁଟିରି ବେନିଫିଟ୍ ମିଳିବ। ୬୦ ବର୍ଷ ପାଇଁ ମ୍ୟାଚୁରିଟି ବେନିଫିଟ୍ ୩୪.୬୦ ଲକ୍ଷ ଟଙ୍କା ରହିବ।

‘ଗ୍ରାମ ସୁରକ୍ଷା ଯୋଜନା’ର ଲାଭ ପାଇବାକୁ ଚାହୁଁଥିଲେ, ସୁଯୋଗକୁ ହାତଛାଡା କରିବାକୁ କେବେ ହେଲେ ଭାବନ୍ତୁ ନାହିଁ। ତୁରନ୍ତ ପୋଷ୍ଟ ଅଫିସ ସହ ଯୋଗାଯୋଗ କଲେ ସ୍ପେଶାଲ ସୁବିଧା ବିଷୟରେ ସଠିକ ତଥ୍ୟ ପାଇ ପାରିବେ। ଅଥିକ ସୂଚନା ପାଇଁ ଟୋଲ୍-ଫ୍ରି ହେଲ୍ପଲାଇନ୍ ୧୮୦୦୧୮୦୫୨୩୨/୧୫୫୨୩୨ ବା ଅଫିସିଆଲ୍ ୱେବସାଇଟ୍ www.postallifeinsurance.gov.in ରହିଛି।

India India Postal
Advertisment
Advertisment