Advertisment

୪୧ ବର୍ଷୀୟ ଶିକ୍ଷୟିତ୍ରୀ ୧୫ ବର୍ଷର ଛାତ୍ରଙ୍କ ସହ ସମ୍ପର୍କ ରଖି ଗିରଫ

ଏହା କୁହାଯାଏ ଯେ ଜଣେ ଛାତ୍ରର ଭବିଷ୍ୟତ ଗଠନରେ ଶିକ୍ଷକଙ୍କ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ। ଶିକ୍ଷକ ଓ ଛାତ୍ରଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ଅତ୍ୟନ୍ତ ସ୍ୱତନ୍ତ୍ର ହୋଇଥାଏ। ଛାତ୍ରଟି ମଧ୍ୟ ନିଜ ଶିକ୍ଷକଙ୍କ ସହିତ ବହୁତ ମିଶିଥାଏ। କିନ୍ତୁ ନିକଟରେ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ବିଚଳିତ କରିପାରେ। ଏହି ଖବର ଜଣେ ମହିଳା ଶିକ୍ଷକ ଏବଂ ଛାତ୍ର ସହିତ ଜଡିତ, କିନ୍ତୁ ଏହା ଅତ୍ୟନ୍ତ ଅଦ୍ଭୁତ ଅଟେ।

author-image
Pramod Behera
41-year-old-lady-teacher-pregnant-after-sex-with-15-year-old-student

41-year-old-lady-teacher-pregnant-after-sex-with-15-year-old-student

ନ୍ୟୁୟର୍କ : ଏହା କୁହାଯାଏ ଯେ ଜଣେ ଛାତ୍ରର ଭବିଷ୍ୟତ ଗଠନରେ ଶିକ୍ଷକଙ୍କ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ। ଶିକ୍ଷକ ଓ ଛାତ୍ରଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ଅତ୍ୟନ୍ତ ସ୍ୱତନ୍ତ୍ର ହୋଇଥାଏ। ଛାତ୍ରଟି ମଧ୍ୟ ନିଜ ଶିକ୍ଷକଙ୍କ ସହିତ ବହୁତ ମିଶିଥାଏ। କିନ୍ତୁ ନିକଟରେ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ବିଚଳିତ କରିପାରେ। ଏହି ଖବର ଜଣେ ମହିଳା ଶିକ୍ଷକ ଏବଂ ଛାତ୍ର ସହିତ ଜଡିତ, କିନ୍ତୁ ଏହା ଅତ୍ୟନ୍ତ ଅଦ୍ଭୁତ ଅଟେ।

Advertisment

ଆମେରିକାର ଫ୍ଲୋରିଡାଠାରେ ରହୁଥିବା ୪୧ ବର୍ଷୀୟ ହ୍ୟାରି କ୍ଲାଭି ଶିକ୍ଷକତା କରୁଥିବା ବେଳେ ତାଙ୍କ ବିରୋଧରେ ଏକ ଗୁରୁତର ଅପରାଧ ଆସିଛି। ହ୍ୟାରି ଜଣେ ୧୫ ବର୍ଷର ଛାତ୍ରଙ୍କ ସହ ପ୍ରେମ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି। ଏହାଠାରୁ ଆହୁରି ବି ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଯେ ସେ ଏହି ଛାତ୍ରଙ୍କ ଦ୍ୱାରା ଗର୍ଭବତୀ ମଧ୍ୟ ହୋଇଥିବା ଜଣାଯାଇଛି। ବର୍ତ୍ତମାନ ସେ ୮ ମାସର ଗର୍ଭବତୀ। ପୋଲିସ ତାଙ୍କୁ ଗିରଫ କରିଥିବା ବେଳେ ଘଟଣାର ତଦନ୍ତ କରୁଛି।

କେବଳ ଯେ ଜଣେ ନାବାଳକ ସହ ସମ୍ପର୍କ ରଖିବାର ଅପରାଧ ନୁହେଁ, ଏହା ବ୍ୟତୀତ ସେ ସ୍କୁଲକୁ ବନ୍ଧୁକ ଆଣିଥିବା ଅଭିଯୋଗ ମଧ୍ୟ ହୋଇଛି। ହ୍ୟାରୀଙ୍କୁ ଛାତ୍ରଙ୍କ ବିରୋଧରେ ଅପରାଧ, ଶିଶୁ ସୁରକ୍ଷା ପ୍ରତି ଅବହେଳା, ସ୍କୁଲକୁ ବନ୍ଧୁକ ଆଣିବା ଓ ନାବାଳକ ଯୌନ ଶୋଷଣ ଅଭିଯୋଗରେ ଗିରଫ କରାଯାଇଛି। ଏହା ବ୍ୟତୀତ ପୀଡିତ ଛାତ୍ର ଶିକ୍ଷକଙ୍କ ବିରୋଧରେ କୌଣସି ପ୍ରକାର ଅଭିଯୋଗ ଆଣିବାକୁ ପ୍ରସ୍ତୁତ ନୁହଁନ୍ତି ବୋଲି ଜାଣି ପୋଲିସ ଆଶ୍ଚର୍ଯ୍ୟ ହୋଇଛି। ପିଲାଟି ପୋଲିସର ତଦନ୍ତରେ ମଧ୍ୟ ସହଯୋଗ କରୁ ନାହିଁ ଏବଂ କହିଛି ଯେ ସେ ପୀଡିତ ନୁହେଁ, ତାକୁ ବଳାତ୍କାର କରାଯାଇ ନାହିଁ। ଫ୍ଲୋରିଡା ପୋଲିସର ମୁଖପାତ୍ର କହିଛନ୍ତି ଯେ ଫ୍ଲୋରିଡାରେ ଜଣେ ନାବାଳକ ସହ ସମ୍ପର୍କ ରଖିବାର ଅନୁମରି ନାହିଁ।

Advertisment

ଛାତ୍ରଙ୍କ ସ୍କୁଲ ସାଙ୍ଗମାନେ ପୋଲିସକୁ କହିଛନ୍ତି ଯେ ସେମାନେ ନାବାଳକର ଫୋନ୍‌ରେ ଏହି ଯୌନକ୍ଷୁଧା ଶିକ୍ଷକ ଓ ତାଙ୍କ ଅଶ୍ଳୀଳ ଭିଡିଓ (ଛାତ୍ର ଶିକ୍ଷକ ଭାଲଗାର ଭିଡିଓ) ଏବଂ ଫଟୋ ମଧ୍ୟ ଦେଖିଛନ୍ତି। ପୋଲିସର ମୁଖପାତ୍ର କହିଛନ୍ତି ଯେ ହ୍ୟାରି ୮ ମାସର ଗର୍ଭବତୀ। କିନ୍ତୁ ସେ ପିଲା କାହାର ସନ୍ତାନ ବୋଲି ଠୋସ୍ ପ୍ରମାଣ ମିଳି ନାହିଁ। ମିଆମି ଡେଡ୍ କାଉଣ୍ଟି ପବ୍ଲିକ୍ ସ୍କୁଲର ଅଧିକାରୀମାନେ କହିଛନ୍ତି ଯେ ହ୍ୟାରୀ ମାର୍ଚ୍ଚ ମାସରୁ ଏହି ସ୍କୁଲ ଆସୁ ନାହାନ୍ତି । ତାଙ୍କୁ ବିଦ୍ୟାଳୟର ଅନ୍ୟ ଏକ କେନ୍ଦ୍ରରେ କାମ କରିବାକୁ ପଠାଯାଇଛି। ବିଦ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଶିକ୍ଷକଙ୍କୁ ବହିଷ୍କାର ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ବର୍ତ୍ତମାନ ସେ ଜିଲ୍ଲାର ଅନ୍ୟ କୌଣସି ବିଦ୍ୟାଳୟରେ ଶିକ୍ଷକତା କରିପାରିବେ ନାହିଁ। ପ୍ରକାଶଥାଉ ଯେ ହ୍ୟାରି ବର୍ତ୍ତମାନ ଜେଲରେ ଥିବା ବେଳେ ସେ ୧୪ ଲକ୍ଷ ଟଙ୍କା ପୈଠକରିବା ପରେ ତାଙ୍କୁ ଜାମିନ ମିଳିବ।

Sexual Abuse Florida America
Advertisment
Advertisment