• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଉଭୟ ରାମଚନ୍ଦ୍ର ଓ ଲକ୍ଷ୍ମଣଙ୍କୁ ଗିରଫ କଲା ଭିଜିଲାନ୍ସ

  • ଦୁଇ ଭାଇଙ୍କ କାରବାର ସଂପର୍କରେ ଭିଜିଲାନ୍ସ ପକ୍ଷରୁ ସୂଚନା

ନିମାପଡ଼ା : ଭିଜିଲାନ୍ସ ଜାଲରେ ରାମ-ଲକ୍ଷ୍ମଣ । ନିମାପଡ଼ା ତହସିଲଦାର ରାମଚନ୍ଦ୍ର ଜେନା ଗିରଫ । ରାମଚନ୍ଦ୍ରଙ୍କ ଭାଇ ଲକ୍ଷ୍ମଣ ଜେନାଙ୍କୁ ମଧ୍ୟ ଗିରଫ କରାଯାଇଛି । ଉଭୟ ରାମଚନ୍ଦ୍ର ଓ ଲକ୍ଷ୍ମଣଙ୍କୁ ଗିରଫ କରିଛି ଭିଜିଲାନ୍ସ । ଦୁଇ ଭାଇଙ୍କ କଳା କାରବାର ସଂପର୍କରେ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି । ପାଞ୍ଚ ପାଞ୍ଚଟି ପାନ୍ କାର୍ଡ଼ ପାଖରେ ରଖି ଟଙ୍କା ଫାଙ୍କୁଥିଲା ବଡ଼ ଭାଇ । ଆଉ ଦୁର୍ନୀତି କାରବାରରେ ରାମଚନ୍ଦ୍ରଙ୍କ ପ୍ରମୁଖ ସହଯୋଗୀ ଥିଲା ସାନ ଭାଇ ଲକ୍ଷ୍ମଣ ।

ଭାଇ ରାମଚନ୍ଦ୍ରଙ୍କ ଦୂତ ସାଜିଥିଲା ଲକ୍ଷ୍ମଣ । ଭାଇ ରାମଚନ୍ଦ୍ରଙ୍କ ଠାରୁ ଟଙ୍କା ଆଣି ବ୍ୟାଙ୍କରେ ରଖିବା କାମ ଥିଲା ଲକ୍ଷ୍ମଣଙ୍କର । କାଲି ଭାଇଙ୍କ ଠାରୁ ଫୋନ୍ ପାଇ ୪.୫ ଲକ୍ଷ ଟଙ୍କା ଆଣି ବ୍ୟାଙ୍କରେ ଡିପୋଜିଟ୍ କରିବାର ଥିଲା । ଏବେ ଉଭୟ ଭାଇ ଭିଜିଲାନ୍ସ କବଜାରେ ପଡ଼ିଛନ୍ତି । ଜେରା ବେଳେ ଗତ ସେପ୍ଟେମ୍ବର ମାସରେ ଭାଇ ଠାରୁ ମୋଟ୍ ୧୦ ଲକ୍ଷ ଆଣିଥିବା କଥା ମାନିଛନ୍ତି ସାନ ଭାଇ ।

୩ ଥରରେ ଭାଇ ଠାରୁ ୧୦ ଲକ୍ଷ ଆଣି ସେ ବ୍ୟାଙ୍କରେ ଜମା କରିଥିଲେ । ଅସତ୍ ଉପାୟରେ ଭାଇ ସଂଗ୍ରହ କରୁଥିବା ଟଙ୍କା ଜମା କରିବା କାମରେ ବ୍ୟସ୍ତ ରହୁଥିଲେ ଲକ୍ଷ୍ମଣ । ୨୦୦୨ରେ ଟ୍ରକ ହେଲପର ଥିବା ଲକ୍ଷ୍ମଣଙ୍କର ଏବେ ନିଜର କିଛି ରୋଜଗାର ନାହିଁ । ହେଲେ କିଛି ରୋଜଗାର ନଥିବା ଲକ୍ଷ୍ମଣଙ୍କ ଖାତାରେ ଲକ୍ଷ ଲକ୍ଷ ଟଙ୍କାର ବ୍ୟାଙ୍କ୍ ବାଲାନ୍ସ ରହିଛି ।

ସୂଚନାଯୋଗ୍ୟ ତହସିଲଦାର ରାମଚନ୍ଦ୍ର ନାଁରେ ଗୋଟିଏ କି ଦୁଇଟି ନୁହେଁ ପାଞ୍ଚ ପାଞ୍ଚଟି ପାନ୍ କାର୍ଡ । ପାନ୍ କାର୍ଡରେ ନାଁ ସମାନ ରହିଥିଲେ ମଧ୍ୟ ନମ୍ବର ଅଲଗା ଅଲଗା ରହିଛି । ପୁରୀ ନିମାପଡା ତହସିଲଦାର ରାମଚନ୍ଦ୍ର ଜେନାଙ୍କ ସମ୍ପତ୍ତି ଯାଞ୍ଚ ବେଳେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ମିଳିଛି । ଏଥିସହ ପାନକାର୍ଡରେ ତାଙ୍କର ବାପାଙ୍କ ନାଁ ମଧ୍ୟ ଭିନ୍ନ ରହିଛି । ଏପରିକି ଜନ୍ମ ତାରିଖ ମଧ୍ୟ ଭିନ୍ନ ଭିନ୍ନ ରହିଛି । ରାମଚନ୍ଦ୍ର ଜେନା ଚଞ୍ଚକତା କରି ଏଭଳି ପାନକାର୍ଡ ହାତେଇଥିବା ସୂଚନା ମିଳିଛି ।