• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସହଜ ଓ ସରଳ ଉପାୟରେ ବନାନ୍ତୁ ‘କ୍ରିମି କାଜୁ ପନିର୍’

ଘରେ ଆମେ ପନିର୍‌ର ବିଭିନ୍ନ ରେସିପି ପ୍ରସ୍ତୁତ କରିଥାଉ । ଆଜି ଆମେ ପନିରର ଏକ ନୂଆ ରେସିପି ବିଷୟରେ କହିବୁ । ଏହି ରେସିପିର ନାଁ ହେଉଛି ‘କ୍ରିମି କାଜୁ ପନିର୍’ । ଏହି ରେସିପିଟିକୁ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ  ।

‘କ୍ରିମି କାଜୁ ପନିର୍’ ବନେଇବା ପାଇଁ ସାମଗ୍ରୀ:

ପନିର, କାଜୁ ପେଷ୍ଟ, ପିଆଜ ରସୁଣ ପେଷ୍ଟ, ଏକ ଛୋଟ ଚାମଚ ଅଦା ଓ କଞ୍ଚାଲଙ୍କା ପେଷ୍ଟ,ଏକ ବଡ଼ ଚାମଚ ଟମାଟୋ ପ୍ୟୁରି, ହଳଦୀ, ଧନିଆ ପାଉଡର, କାଶ୍ମୀରୀ ମିର୍ଚ୍ଚ ପାଉଡର, ଏକ ବଡ଼ ଚାମଚ କ୍ରିମ୍‌, ଜିରା, ଗରମମସଲା, ଲୁଣ ସ୍ୱାଦ ଅନୁସାରେ, ଧନିଆପତ୍ର, ଭଜା ହୋଇଥିବା କାଜୁ ।

kaju paneer recipekaju paneer recipe

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ପନିରକୁ ଛୋଟ ଛୋଟ ଆକାରରେ କାଟିଦିଅନ୍ତୁ ।
  • ଏହାପରେ ଚୁଲିରେ କଡେଇ ବସାଇ ତେଲ ଗରମ କରନ୍ତୁ ।
  • ଚୁଲିକୁ ମଧ୍ୟମ ଆଞ୍ଚରେ ରଖି ତେଲ ଗରମ ହେଲା ପରେ କଟା ପିଆଜ ପକାନ୍ତୁ ।
  • ପିଆଜକୁ ଭାଜି ସୁନେଲି ରଙ୍ଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ ।
  • ପିଆଜ ଭାଜି ହୋଇଯିବା ପରେ ଏହାକୁ ତାକୁ ଏକ ପ୍ଲେଟ୍‌କୁ କାଢ଼ି ଥଣ୍ଡା ହେବାକୁ ଛାଡ଼ିଦିଅନ୍ତୁ।
  • ପିଆଜ ଥଣ୍ଡା ହେଲା ପରେ ତାକୁ ଗ୍ରାଇଣ୍ଡିଂ କରି ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ ।
  • ଏହାପରେ କଡେଇରେ ଜିରା, ପିଆଜ ପେଷ୍ଟ, ଅଦା କଞ୍ଚାଲଙ୍କା ପେଷ୍ଟ ଓ ରସୁଣ ପେଷ୍ଟ ପକାଇ କଷନ୍ତୁ ।
  • ମସଲା କଷି ହୋଇଗଲା ପରେ  ସେଥିରେ ଟମାଟୋ ପ୍ୟୁରି ପକାନ୍ତୁ ।
  • ଟମାଟୋ ପ୍ୟୁରି ଭଲଭାବେ କଷି ହେଲା ପରେ ହଳଦୀ, ଧନିଆ ପାଉଡର, କାଶ୍ମୀରୀ ଲଙ୍କା ଗୁଣ୍ଡ ପକାଇ ଭଲଭାବେ ମିଶାଇ ଦିଅନ୍ତୁ।
  • ମସଲା ଭଲଭାବେ କଷି ହୋଇଗଲା ପରେ ସେଥିରେ କ୍ରିମ୍‌, କାଜୁ ପେଷ୍ଟ, ଲୁଣ ପକାଇ ୨ରୁ ୩ ମିନିଟ୍‌ ପର୍ଯ୍ୟନ୍ତ ଗୋଳାଇ ଦିଅନ୍ତୁ ।
  • ଏହାପରେ ପାଣି ଦେଇ ତାକୁ କିଛି ସମୟ ଫୁଟିବାକୁ ଦିଅନ୍ତୁ।
  • ଏହି ଗ୍ରେଭି ଫୁଟିବା ମାତ୍ରେ କଟା ପନିରକୁ ପକାଇ ୨ରୁ ୩ ମିନିଟ୍‌ ପର୍ଯ୍ୟନ୍ତ ଫୁଟାଇ ଚୁଲିକୁ ବନ୍ଦ କରିଦିଅନ୍ତୁ।
  • ଏହାପରେ ସେଥିରେ ଅଳ୍ପ ଗରମ ମସଲା ମିଶାନ୍ତୁ।

ଏବେ ପ୍ରସ୍ତତ ହୋଇଗଲା ସୁଆଦିଆ ‘କ୍ରିମି କାଜୁ ପନିର୍’ ପ୍ରସ୍ତୁତ ହୋଇଗଲା । ପରେ ସେଥିରେ କଟା ଧନିଆପତ୍ର ପକାଇ ତାକୁ ଗାର୍ନିସ କରନ୍ତୁ। ଏହି ରେସିପିଟିକୁ ରୁଟି କିମ୍ବା ନାନ୍ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ଘରେ ବନାଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।