/odishatv-khabar/media/post_attachments/uploadimage/library/16_9/16_9_0/pan_card__1635843755.jpg)
pan card
ନିମାପଡ଼ା : ଜଣଙ୍କ ନାଁରେ ଗୋଟିଏ କି ଦୁଇଟି ନୁହେଁ ପାଞ୍ଚ ପାଞ୍ଚଟି ପାନ୍ କାର୍ଡ । ପାନ୍ କାର୍ଡରେ ନାଁ ସମାନ ରହିଥିଲେ ମଧ୍ୟ ନମ୍ବର ଅଲଗା ଅଲଗା ରହିଛି । ପୁରୀ ନିମାପଡା ତହସିଲଦାର ରାମଚନ୍ଦ୍ର ଜେନାଙ୍କ ସମ୍ପତ୍ତି ଯାଞ୍ଚ ବେଳେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ମିଳିଛି । ଏଥିସହ ପାନକାର୍ଡରେ ତାଙ୍କର ବାପାଙ୍କ ନାଁ ମଧ୍ୟ ଭିନ୍ନ ରହିଛି । ଏପରିକି ଜନ୍ମ ତାରିଖ ମଧ୍ୟ ଭିନ୍ନ ଭିନ୍ନ ରହିଛି । ରାମଚନ୍ଦ୍ର ଜେନା ଚଞ୍ଚକତା କରି ଏଭଳି ପାନକାର୍ଡ ହାତେଇଥିବା ସୂଚନା ମିଳିଛି ।
Advertisment
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ନିମାପଡ଼ା ତହସିଲଦାର ରାମଚନ୍ଦ୍ର ଜେନାଙ୍କ ଘରେ ଭୋରରୁ ଭିଜିଲାନ୍ସ ରେଡ୍ ହୋଇଥିଲା । ତହସିଲଦାରଙ୍କ ଠାରୁ ପ୍ରଥମେ ୪ ଲକ୍ଷ ୬୫ ହଜାର ଜବତ ହୋଇଥିଲା । ପରେ ସରକାରୀ ଘରୁ ମିଳିଥିଲା ୫୦ ହଜାର ଟଙ୍କା । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତହସିଲଦାରଙ୍କ ଘରେ ରେଡ୍ ଚାଲିଛି । କଟକ ସିଡିଏ ଘର ଓ କେନ୍ଦ୍ରାପଡା ସ୍ଥିତ ଧାନମଣ୍ଡଳ ବାସଭବନରେ ମଧ୍ୟ ରେଡ୍ ହେଉଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)