/odishatv-khabar/media/post_attachments/uploadimage/library/16_9/16_9_0/IMAGE_1730026499.jpg)
Body Camera
ଥାନାକୁ ଆସି ଉତ୍ପାତ କରୁଥିବା ଅମାନିଆଙ୍କୁ ସାବାଡ଼ କରିବାକୁ କମିଶନରେଟ୍ ପୋଲିସର ନୂଆ ଯୋଜନା । ଥାନା ରିସେପସନ ଦାୟିତ୍ୱରେ ଥିବା ପୋଲିସ ଅଧିକାରୀ ପିନ୍ଧିବେ ବଡି କ୍ୟାମେରା । ଫଳରେ ଥାନାରେ ଆସି ଉତ୍ପାତ ହେଉଥିବା ଅମାନିଆଙ୍କ ଭିଡିଓ ଓ ଅଡିଓ ରେକର୍ଡ ହେବ । କମିଶନରେଟ ପୋଲିସର ବିଭିନ୍ନ ଥାନାରେ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି ।
ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରିଛି କମିଶନରେଟ ପୋଲିସ । ଅତିରିକ୍ତ ପୋଲିସ କମିଶନର ଉମାଶଙ୍କର ଦାସ ଖାରବେଳନଗର ଥାନା ବୁଲି ଦେଖିବା ସହିତ ତଦାରଖ କରିଛନ୍ତି । ଭୁବନେଶ୍ୱରରେ ଡିଜିପି ସମ୍ମିଳନୀ ପୂର୍ବରୁ ଆକ୍ସନ ମୋଡ଼ରେ କମିଶନରେଟ ପୋଲିସ । କେବଳ ଏତଲାକାରୀ ନୁହଁନ୍ତି ପୋଲିସର ବ୍ୟବହାର ନେଇ ମଧ୍ୟ ହେବ ଛାନଭିନ ।
କ୍ୟାମେରାରେ ରେକର୍ଡ ଦୃଶ୍ୟକୁ ସିଧାସଳଖ ଦେଖିବେ ସିପି ଓ ଡିସିପି । ବଡି କ୍ୟାମେରାରେ ଥିବା ପ୍ୟାନିକ ବଟନ୍ ଦବାଇବା ମାତ୍ରେ ସମସ୍ତ ଘଟଣାର ରେକର୍ଡିଂ ହେବ । ପୂର୍ବରୁ ଭରତପୁର ଘଟଣା ପାଇଁ ବିବାଦ ଘେରକୁ ଆସିଥିଲା କମିଶରେଟ ପୋଲିସ । ଖଣ୍ଡଗିରି ଥାନାରେ ମଧ୍ୟ ଜଣେ ମହିଳା ମଦ୍ୟପାନ କରି ପୋଲିସକୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)