Advertisment

ଡ୍ରାଇଭର ହେବ ତ ଏମିତି; ବାତ୍ୟା ବେଳେ ରୋଗୀଙ୍କ ପାଇଁ ସାଜିଲେ ଦେବଦୂତ

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର ମାନସ କୁମାର ମଲ୍ଲିକ । ସେ ଜଣେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ଆଉ ତାଙ୍କର ସାହାସିକତା ପାଇଁ ଆଜି ବଞ୍ଚି ଯାଇଛି ଜଣେ ମହିଳାଙ୍କ ଜୀବନ । ମଣିଷରୂପୀ ଭଗବାନ ସାଜି ମହିଳାଙ୍କୁ ସାହାଯ୍ୟ କରିଛନ୍ତି।

author-image
Sonali Ojha
Ambulance Driver

Ambulance Driver

ଯେବେ ବିପଦ ମାଡ଼ି ଆସିଛି, ସେବେ ଧରାପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ଈଶ୍ବର । ଆଉ ରକ୍ଷାକର୍ତ୍ତା ସାଜି ବଞ୍ଚାଇଛନ୍ତି ଜୀବନ। ସେହିପରି ବାତ୍ୟା ବାତ୍ୟା  ‘ଦାନା’ ମାଡରେ ଆକ୍ତାମାକ୍ତା କେନ୍ଦ୍ରାପଡାରେ ମଧ୍ୟ ବାତ୍ୟା ବିପନ୍ନଙ୍କ ଲାଗି ଈଶ୍ୱର ସାଜିଥିଲେ ଜଣଏ ଆମ୍ବୁଲାନ୍ସ କର୍ମଚାରୀ। ଆମ୍ବୁଲାନ୍ସ କର୍ମଚାରୀଙ୍କ ସାହସିକତା ଯୋଗୁଁ ବଞ୍ଚିଯାଇଛି ଜଣେ ରୋଗୀଙ୍କ ଜୀବନ।

Advertisment

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର ମାନସ କୁମାର ମଲ୍ଲିକ । ସେ ଜଣେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ଆଉ ତାଙ୍କର ସାହାସିକତା ପାଇଁ ଆଜି ବଞ୍ଚି ଯାଇଛି ଜଣେ ମହିଳାଙ୍କ ଜୀବନ । ମଣିଷରୂପୀ ଭଗବାନ ସାଜି ମହିଳାଙ୍କୁ ସାହାଯ୍ୟ କରିଛନ୍ତି। ବାତ୍ୟା ସମୟରେ ଜଣେ ମହିଳା ରୋଗୀ ଅସୁସ୍ଥ ହୋଇ ପଡିଥିବା ଖବର ପାଇ ୧୦୮ ଆମ୍ବୁଲାନ୍ସ ଟିମ୍ ତାଙ୍କୁ ଆଣିବାକୁ ଯାଇଥିଲା। ହେଲେ ରାସ୍ତା ଖରାପ ଯୋଗୁଁ ଘରଠାରୁ କିଛି ଦୂରରେ ଆମ୍ବୁଲାନ୍ସ ଅଟକି ଯାଇଥିଲା।

ରୋଗୀଙ୍କୁ ଆଣିବାକୁ ଷ୍ଟ୍ରେଚର ନେଇ ଯାଇଥିଲେ ଆମ୍ବୁଲାନ୍ସର କର୍ମଚାରୀ ମାନସ ମଲ୍ଲିକ ଓ ତାଙ୍କ ଅନ୍ୟ ଜଣେ ସାଥୀ। ତେବେ ମହିଳା ଜଣଙ୍କୁ ଆଣିବା ବେଳେ ପ୍ରବଳ ବର୍ଷା ହେବାରୁ ମାନସ କାଦୁଅ ପଚ ପଚ ରାସ୍ତାରେ ତାଙ୍କୁ ଦୁଇ ହାତରେ ଟେକି ଟେକି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ। ସେଠାରୁ ରୋଗୀଙ୍କୁ ନେଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା।

Advertisment

ମାନସ ମଲ୍ଲିକଙ୍କ ଏହି ସାହସିକତା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ତାଙ୍କୁ ପ୍ରଶଂସା କରିଛନ୍ତି। ସୋସିଆଲ୍ ମିଡିଆ ହ୍ୟାଣ୍ଡେଲ୍ X ରେ ପୋଷ୍ଟ କରି ସେ ଲେଖିଛନ୍ତି, ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନସ କୁମାର ମଲ୍ଲିକଙ୍କ ସାହାସିକତା ପାଇଁ ଜଣେ ରୋଗୀଙ୍କ ଜୀବନ ବଞ୍ଚିଯାଇଛି। ଏଥିସହିତ ତାଙ୍କର ସାହସିକତା ଓ ମାନବିକତା ପାଇଁ ମାନସଙ୍କୁ ସେ ସାଧୁବାଦ ଜଣାଇଛନ୍ତି।

Ambulance Driver Cyclone Dana
Advertisment
Advertisment