/odishatv-khabar/media/post_attachments/uploadimage/library/16_9/16_9_0/Tiger_1730005170.jpg)
Tiger
ରାଜଧାନୀରେ ବାଘ ବୁଲୁନି, ବୁଲୁଛି ବଣଭୂଆ। ଭୁବନେଶ୍ବର ଏୟାରପୋର୍ଟ ଡମ୍ପିଂୟାର୍ଡ ନିକଟରେ ବାଘ ବୁଲୁଥିବା ଚର୍ଚ୍ଚା ନେଇ ପ୍ରତିକ୍ରିୟା ରଖିଛି ବନବିଭାଗ । ଏହା କଲରାପତରିଆ ବାଘ ନୁହେଁ, ବରଂ ଏକ ବଣଭୂଆ ବୋଲି ସ୍ପଷ୍ଟ କରିଛି ବନ ବିଭାଗ । ଖାନ ତଲାସୀ ବେଳେ ଭୋର ସମୟରେ କର୍ମଚାରୀ ମାନେ ଏକ ବଣଭୂଆ ଦେଖିଛନ୍ତି । ହେଲେ ଏଯାଏଁ ଧରା ପଡ଼ିନଥିବାରୁ ଏଯାଏଁ ସ୍ପଷ୍ଟ ହୋଇନି ତାହା ବାଘ କି ଅନ୍ୟ କେଉଁ ଜନ୍ତୁ ।
ତେବେ ବାଘ ଥିବା ଚର୍ଚ୍ଚା ପରେ ଗତକାଲି ବିଳମ୍ବିତ ରାତିରେ ୪ଟି ଟ୍ରାପ୍ କ୍ୟାମେରା ଲଗାଯାଇଛି । ପୂର୍ବରୁ କୁକୁଡ଼ା ଥୋପ ଦଇ ଯନ୍ତା ବି ବସାଇଛି ବନବିଭାଗ । ୫ ବର୍ଷ ପୂର୍ବରୁ ଏହି ଅଞ୍ଚଳରେ ଏକ କଲରାପତରିଆକୁ ଉଦ୍ଧାର କରାଯାଇଥିବାରୁ, ଏଠାରେ ଏବେ ଆଉ ଏକ ବାଘ ବୁଲୁଥାଇପାରେ ବୋଲି ସନ୍ଦେହ ସୃଷ୍ଟି ହୋଇଥିଲା ।
ଗତକାଲି ଭୁବନେଶ୍ବର ବିମାନ ବନ୍ଦରରେ କଲରାପତରିଆ ବାଘ ଆତଙ୍କ ଦେଖାଦେଇଥିଲା। ବିମାନ ବନ୍ଦର ପରିସର ଡମ୍ପିଂ ୟାର୍ଡରେ ବାଘଟିକୁ କର୍ମଚାରୀ ମାନେ ଦେଖିଥିବା କହିଥିଲେ । ପରେ ବାଘକୁ ଠାବ କରିବାକୁ ବନ ବିଭାଗ ଓ ପୋଲିସ ପକ୍ଷରୁ ଉଦ୍ୟମ କରାଯାଇଥିଲା। ବିମାନ ବନ୍ଦରରେ ଯନ୍ତା ବସାଇଥିଲା ବନବିଭାଗ । ବାଘ ଧରିବାକୁ କୁକୁଡା ଥୋପ ବି ରଖାଯାଇଥିଲା। ଏହା ପୂର୍ବରୁ ଗତ ୨୦୧୯ ଫେବ୍ରୁଆରୀ ୨୦ ତାରିଖରେ ଏୟାରପୋର୍ଟ ଅଞ୍ଚଳରେ ଏକ କଲରାପତରିଆ ବାଘ ଦେଖାଯାଇଥିଲା । ସେତେବେଳେ ବାଘଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା ବନବିଭାଗ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)