/odishatv-khabar/media/post_attachments/uploadimage/library/16_9/16_9_0/Leopard_1729944031.jpg)
Leopard
ଭୁବନେଶ୍ବର ବିମାନ ବନ୍ଦରରେ ପୁଣି କଲରାପତରିଆ ବାଘ ଆତଙ୍କ । ବିମାନ ବନ୍ଦର ପରିସର ଡମ୍ପିଂ ୟାର୍ଡରେ ବାଘଟିକୁ କର୍ମଚାରୀ ମାନେ ଦେଖିଥିବା କହିଛନ୍ତି । ବାଘକୁ ଠାବ କରିବାକୁ ବନ ବିଭାଗ ଓ ପୋଲିସ ପକ୍ଷରୁ ଉଦ୍ୟମ କରାଯାଉଛି । ବିମାନ ବନ୍ଦରରେ କଲରାପତରିଆ ବାଘ ଆତଙ୍କ ପରେ ଯନ୍ତା ବସାଇଛି ବନବିଭାଗ । ବାଘ ଧରିବାକୁ କୁକୁଡା ଥୋପ ଦେଇଛି ବନବିଭାଗ।
ସେହିପରି ଯନ୍ତା, ପ୍ଲାଷ୍ଟିକ ଜାଲ ଓ ଅନ୍ୟାନ ଉପକରଣ ସହ ସଜାଗ ରହିଛନ୍ତି ବନବିଭାଗର ଟିମ୍। ତେବେ ଯଦିଓ ବାଘ ନା ଅନ୍ୟ କେଉଁ ଜନ୍ତୁ ସ୍ପଷ୍ଟ ହୋଇନି, ତେବେ କଲରାପତରିଆ ହୋଇଥାଇ ପାରେ ବୋଲି ଆଶଙ୍କା କରୁଛି ବନବିଭାଗ । ବିମାନବନ୍ଦର ପରିସର ଡମ୍ପିଂ ୟାର୍ଡରେ ବାଘଟିକୁ କର୍ମଚାରୀମାନେ ଦେଖିଥିବା କହିଛନ୍ତି । ବାଘ ଧରିବାକୁ କୁକୁଡା ଥୋପ ଦେଇଛି ବନବିଭାଗ । ସେହିପରି ଯନ୍ତା, ପ୍ଲାଷ୍ଟିକ ଜାଲ ଓ ଅନ୍ୟାନ ଉପକରଣ ସହ ସଜାଗ ରହିଛି ବନବିଭାଗ । ଏହା ପୂର୍ବରୁ ଗତ ୨୦୧୯ ଫେବ୍ରୁଆରୀ ୨୦ ତାରିଖରେ ଏୟାରପୋର୍ଟ ଅଞ୍ଚଳରେ ଏକ କଲରାପତରିଆ ବାଘ ଦେଖାଯାଇଥିଲା । ସେତେବେଳେ ବାଘଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା ବନବିଭାଗ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)