ରାଜଧାନୀ ଦିଲ୍ଲୀ ଜାହାଙ୍ଗିରପୁରୀରେ ସୋମବାର ପୁଣି ହିଂସା ଦେଖିବାକୁ ମିଳିଛି। ଉକ୍ତ ଅଞ୍ଚଳରେ ପୁଣି ପୋଲିସ ଉପରେ ପଥର ମାଡ଼ ହୋଇଛି। ଗତ ଶନିବାର ହନୁମାନ ଜୟନ୍ତୀ ପାଇଁ ଶୋଭାଯାତ୍ରା ବେଳେ ଧାର୍ମିକ ହିଂସା ଦେଖାଯାଇଥିଲା ।
ଜେନେରାଲ ମନୋଜ ମୁକୁନ୍ଦ ନରଭାଣେଙ୍କ ଠାରୁ ଦାୟିତ୍ୱ ନେବେ ମନୋଜ ପାଣ୍ଡେ ।
ପୁଣି ବଢ଼ୁଛି କରୋନା ସଂକ୍ରମଣ ସଂଖ୍ୟା । ଉତ୍ତରପ୍ରଦେଶରେ କରୋନା ବଢ଼ିବା ହେତୁ ଯୋଗୀ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଗାଜିଆବାଦ୍, ମେରଠ,ବୁଲନ୍ଦସହର,ବାଘପତ୍ ସମେତ ଲକ୍ଷ୍ନୌରେ ସର୍ବସାଧାରଣ ସ୍ଥାନରେ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି ।
ଅଭିଯୋଗ ଅନୁଯାୟୀ, ଜଣେ କୁନି ପୁଅର ସ୍ୱାସ୍ଥ୍ୟ ଖରାପ ହେବାରୁ ଏହି ହସ୍ପିଟାଲରେ ଚିକିତ୍ସା ପାଇଁ ଶିଶୁୱାର୍ଡରେ ଭର୍ତ୍ତି କରାଯାଇଥିଲା । ଆଉ ୪ ଦିନର ଚିକିତ୍ସା ପରେ ତାର ମୃତ୍ୟୁ ହୋଇଥିଲା
ଗୋଟିଏପଟେ ଦିଲ୍ଲୀରେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ଓଡ଼ିଶାରେ ମୁହଁ ମୁକୁଳା। ନା ଏଠି କେହି ମାସ୍କ ପିନ୍ଧୁଛନ୍ତି ନା କେହି କୋଭିଡ୍ ନିୟମକୁ ଠିକ୍ ଭାବେ ପାଳନ କରୁଛନ୍ତି। ସର୍ବସାଧାରଣ ସ୍ଥାନ, ମାର୍କେଟ, ମଲ୍ ସବୁଠି ଲୋକମାନେ ଖୁଲମଖୁଲା ନିୟମକୁ ଉଲ୍ଲଂଘନ କରୁଛନ୍ତି।
କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ପୁଅ ଆଶିଷ ମିଶ୍ରାଙ୍କ ଜାମିନ ଆବେଦନ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ଚାଷୀଙ୍କ ଉପରେ ଆଶିଷ କାର୍ ଚଢ଼ାଇ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଗତବର୍ଷ ଅକ୍ଟୋବର ୩ରେ ଉତ୍ତରପ୍ରଦେଶ ଲଖିମପୁର ଖେରିରେ ଏହି ଘଟଣା ଘଟିଥିଲା।
ଶିବସେନା ବିଧାୟକ ମଙ୍ଗେଶ କୁଡାଲକରଙ୍କ ପତ୍ନୀ ରଜନୀ କୁଡାଲକରଙ୍କ ମୃତଦେହ ଗତକାଲି ରାତିରେ ମୁମ୍ବାଇ ସ୍ଥିତ ବାସଭବନରୁ ଝୁଲନ୍ତା ଅବସ୍ଥାରେ ମିଳିଛି। ଏହା ଆତ୍ମହତ୍ୟା ବୋଲି ପୋଲିସ୍ ସନ୍ଦେହ କରୁଥିବା ବେଳେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନାହିଁ।
ପୋଲିସକୁ ଏହାର କଡ଼ା ଜବାବ ଦିଆଯିବ ବୋଲି ନକ୍ସଲଙ୍କ ଚେତାବନୀ
ବିବାହରେ ଟଙ୍କା, ସୁନା, ଗହଣା ବଦଳରେ ଲେମ୍ବୁ ଉପହାର ।
ଖବର ପାଇ ୫ଟି ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲା ।
ଏବେ ଯାଏଁ ମାମଲାରେ ୧୪ ଜଣଙ୍କୁ ଗିରଫ କରିଛି ପୋଲିସ୍ । ହିଂସାକାଣ୍ଡ ଭିଆଇବା ଓ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦକୁ ତେଜିଥିବା କିଛି ବ୍ୟକ୍ତିଙ୍କୁ ଚିହ୍ନଟ ବି କରାଯାଇଛି ।
ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଲାଗି ସେ ନିର୍ଦ୍ଦେଶ ଦେଲେ ଶାହା
ବିଧାନସଭା ନିର୍ବାଚନ ହେଉ କି ପୌର ନିର୍ବାଚନ ସବୁଠି ପରାଜୟର ମୁହଁ ଦେଖିଥିବା କଂଗ୍ରେସ ନୂଆ ରଣନୀତି ଆପଣାଇ ୨୦୨୪ ସାଧାରଣ ନିର୍ବାଚନରେ ମୈଦାନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ହେଉଛି।
ରାଜସ୍ଥାନର ସିରୋହି ଜିଲ୍ଲାରେ ଅଜଣା ରୋଗରେ ୭ ଶିଶୁଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏନେଇ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି। ସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ସ୍ୱାସ୍ଥ୍ୟ ବିଭାଗ ପ୍ରୟାସ ଚଳାଇଥିବା ଦାବି କରିଛି।
ପଞ୍ଜାବବାସୀଙ୍କ ପାଇଁ ଖୁସି ଖବର । ପଞ୍ଜାବରେ ମାଗଣା ବିଜୁଳି ଘୋଷଣା କଲେ ଆପ୍ ସରକାର । ଆସନ୍ତ ଜୁଲାଇ ମାସ ୧ ତାରିଖରୁ ପ୍ରତି ଘରକୁ ମିଳିବ ୩୦୦ ୟୁନିଟ୍ ମାଗଣା ବିଜୁଳି ।
ମୁମ୍ବାଇର ଦାଦରରୁ ପୁଡୁଚେରୀ ଅଭିମୁଖେ ଯାତ୍ରା କରୁଥିବା ପୁଡୁଚେରୀ ଏକ୍ସପ୍ରେସ ଲାଇନଚ୍ୟୁତ ।
ଶେଷରେ ପଦ ଛାଡିଲେ କର୍ଣ୍ଣାଟକ ମନ୍ତ୍ରୀ କେ.ଏସ୍. ଈଶ୍ୱରପ୍ପା । ଈଶ୍ୱରପ୍ପାଙ୍କ ଇସ୍ତଫା ଯଥେଷ୍ଟ ନୁହେଁ, ତାଙ୍କୁ ଗିରଫ କରାଯାଉ ବୋଲି କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ।
ବିଶ୍ୱର ଶ୍ରେଷ୍ଠ ଧନୀ ବ୍ୟକ୍ତିଙ୍କ ତାଲିକାରେ ଭାରତର ଆଦାନୀ ଓ ଆମ୍ବାନୀ ହେଲେ ସାମିଲ। ଜାଣନ୍ତୁ ଏମାନଙ୍କ ମଧ୍ୟରୁ ଅଧିକ ଧନୀ କିଏ?
ହିମାଚଳ ଦିବସରେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଏକ ବଡ଼ ଘୋଷଣା କରିଛନ୍ତି
ଉଦଘାଟନ କଲେ ମୋଦି, ପ୍ରଥମ ଟିକେଟ୍ ବି କିଣିଲେ
ମାନବାଧିକାର ଉପରେ ଜ୍ଞାନ ଦେଉଥିବା ଆମେରିକାକୁ ଭାରତର କଡ଼ା ଜବାବ୍ । ଆମେରିକୀୟ ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନଙ୍କ ମନ୍ତବ୍ୟରେ ଗାଲରେ ଚାପୁଡ଼ା ମାରିଲା ଭଳି ରୋକଠୋକ୍ ଜବାବ ଦେଲେ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର
ଆସାମରୁ ଦେଶର ରାଜଧାନୀ ଦିଲ୍ଲୀ ଆସୁଥିବା ଇଣ୍ଡିଗୋ ବିମାନରେ ବଡ଼ ଅଘଟଣ ଘଟିଛି।
ଦିନକୁ ଦିନ ଜଳର ଅପବ୍ୟବହାର ଏବଂ ଅଯଥା ଅପଚୟ ବଢ଼ିଚାଲିିଛି । ଏଥିପାଇଁ ଚଣ୍ଡିଗଡ଼ ମ୍ୟୁନିସିପାଲିଟି କର୍ପୋରେସନ ଏକ ବଡ ନିଷ୍ପତ୍ତି ନେଇଛି ।
ଆଜି କର୍ଣ୍ଣାଟକ ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତରାଜ ମନ୍ତ୍ରୀ କେ.ଏସ୍ ଇଶ୍ୱରପ୍ପା ମୁଖ୍ୟମନ୍ତ୍ରୀଙ୍କୁ ନିଜ ଇସ୍ତଫା ଦେବେ ।