• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦିଲ୍ଲୀର ବହୁଚର୍ଚ୍ଚିତ ଉପହାର ସିନେମା ହଲ୍‌ରେ ପୁଣି ଅଗ୍ନିକାଣ୍ଡ । ଆଜି ସକାଳୁ ଉପହାର ସିନେମା ହଲ୍‌ରେ ନିଆଁ ଲାଗି ଯାଇଛି । ହଲ୍‌ର ସିଟ୍, ବାଲକୋନି ଓ ଏକାଧିକ ଚେୟାରରେ ନିଆଁ ଲାଗି ଯାଇଛି । ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବା ବେଳେ ସୌଭାଗ୍ୟବସତଃ କାହାରି କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି ।

ଖବର ପାଇ ୫ଟି ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲା । ଦୀର୍ଘ ସମୟର ପରିଶ୍ରମ ପରେ ନିଆଁ ଲିଭିଥିଲା । ପୂର୍ବରୁ ୧୯୯୭ ମସିହାରେ ଉପହାର ସିନେମା ହଲ୍‌ରେ ହିନ୍ଦୀ ଫିଲ୍ମ ବର୍ଡର ଚାଲିଥିବା ବେଳେ ଅଗ୍ନିକାଣ୍ଡ ଘଟିଥିଲା । ଯେଉଁଥିରେ ପ୍ରାୟ ୫୯ ଜଣ ଜୀବନ ହରାଇଥିଲେ ।

ଦୁଇ ଦିନ ପୂର୍ବରୁ ଓଡ଼ିଶାରେ ମଧ୍ୟ ସମାନ ଘଟଣା ଘଟିଥିଲା । ଭୁବନେଶ୍ୱର ମାର୍କଟ୍‌ବିଲ୍ଡିଂ ସ୍ଥିତ କେଶରୀ ମଲ୍‌ରେ ଲାଗିଥିଲା ନିଆଁ । ଖବର ପାଇ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀ ପହଞ୍ଚି ବହୁ କଷ୍ଟରେ ନିଆଁକୁ ଆୟତ୍ତ କରିଥିଲେ । ତେବେ ନିଆଁ ଆୟତ୍ତ ପୂର୍ବରୁ ସୋ’ରୁମ୍‌ର ଲକ୍ଷାଧିକ ଟଙ୍କାର ଜିନିଷପତ୍ର ପୋଡ଼ି ପାଉଁଶ ହୋଇଯାଇଥିଲା । ନିଆଁ କେମିତି ଲାଗିଲା, ତା’ର କାରଣ ଏକ ଯୁଗ୍ମ ଅନୁଧ୍ୟାନକାରୀ ଟିମ୍ ଖୋଜିବ । ତେବେ ସର୍ଟ ସର୍କିଟ୍‌ରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।