/odishatv-khabar/media/post_attachments/uploadimage/library/16_9/16_9_0/IMAGE_1650292013.jpg)
Manoj Pandey
ନୂଆ ସ୍ଥଳ ସେନା ମୁଖ୍ୟ ନିଯୁକ୍ତ କଲେ କେନ୍ଦ୍ର ସରକାର । ଲେଫ୍ଟନେଣ୍ଟ ଜେନେରାଲ ମନୋଜ ପାଣ୍ଡେ ହେବେ ପରବର୍ତ୍ତୀ ସ୍ଥଳ ସେନା ମୁଖ୍ୟ । ପ୍ରଥମ ଇଞ୍ଜିନିୟର ଭାବେ ସ୍ଥଳସେନା ମୁଖ୍ୟ ହେବେ ମନୋଜ ପାଣ୍ଡେ ଦାୟିତ୍ୱ ଗ୍ରହଣ କରିବେ । ଜେନେରାଲ ମନୋଜ ମୁକୁନ୍ଦ ନରଭାଣେଙ୍କ ଠାରୁ ଦାୟିତ୍ୱ ନେବେ ମନୋଜ ପାଣ୍ଡେ ।
ତେବେ ଡିସେମ୍ବର ୩୧ ତାରିଖ ୨୦୧୯ ମସିହାରେ ସ୍ଥଳସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ଜେନେରାଲ ମନୋଜ ମୁକୁନ୍ଦ ନରଭାଣେ । ସେନାର ୨୮ତମ ମୁଖ୍ୟ ଭାବେ ସେ ବିଦାୟୀ ସେନାମୁଖ୍ୟ ଜେନେରାଲ ବିପିନ ରାୱତଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ ।
ସବୁଠାରୁ ମୁସ୍କିଲ କାମରେ ସଫଳତା ପାଇବା ଏବଂ ଭଲ ନେତୃତ୍ୱ ନେବାର କ୍ଷମତା ପାଇଁ ନୂଆ ସ୍ଥଳ ସେନା ମୁଖ୍ୟ ନରଭାଣେ ବେଶି ପରିଚିତ ଥିଲେ । ସେତିକି ନୁହେଁ, ସହକର୍ମୀ ଏବଂ ଷ୍ଟାଫଙ୍କ ସହ ଭଲ ବ୍ୟବହାର ପାଇଁ ମଧ୍ୟ ସେ ବେଶ ଲୋକପ୍ରିୟ ।
ଜୁନ୍ ୧୯୮୦ରେ ୭ମ ଶିଖ୍ ଲାଇଟ୍ ଇନଫାଣ୍ଟ୍ରିରୁ କାର୍ଯ୍ୟ ଆରମ୍ଭ କରିଥିବା ମନୋଜ ମୁକୁନ୍ଦ ନରଭାଣେ ଜାମ୍ମୁ ଓ କାଶ୍ମୀର ସହ ଉତ୍ତର ପୂର୍ବ ରାଜ୍ୟମାନଙ୍କରେ ଆତଙ୍କବାଦ ଓ ବିଦ୍ରୋହୀ ଦମନରେ ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଏଥିସହ ଶ୍ରୀଲଙ୍କାରେ ନିୟୋଜିତ ଭାରତୀୟ ଶାନ୍ତି ସେନାରେ ବି ପ୍ରମୁଖ ଭୂମିକା ନେଇଥିଲେ । ଲିୟୁଟେନାଣ୍ଟ ଜେନେରାଲ ନରଭାଣେ ଇଷ୍ଟର୍ଣ୍ଣ କମାଣ୍ଡର ମଧ୍ୟ ଦାୟିତ୍ୱ ନେଇଥିଲେ । ଇଷ୍ଟର୍ଣ୍ଣ କମାଣ୍ଡ ଚୀନ ସହ ଥିବା ପ୍ରାୟ ୪ ହଜାର କିଲୋମିଟର ସୀମାର ସୁରକ୍ଷା ଦାୟିତ୍ୱରେ ସେ ରହିଥିଲେ । ପାଖାପାଖି ୪୦ ବର୍ଷ ଧରି ସେ ସେନାବାହିନୀର ବହୁ ଗୁରତ୍ୱପୂର୍ଣ୍ଣ ଦାୟିତ୍ୱରେ ରହି ଆସିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)