Advertisment

ଆପ୍ ସରକାରର ବଡ଼ ଘୋଷଣା: ପଞ୍ଜାବରେ ମାଗଣା ବିଜୁଳି

ପଞ୍ଜାବବାସୀଙ୍କ ପାଇଁ ଖୁସି ଖବର । ପଞ୍ଜାବରେ ମାଗଣା ବିଜୁଳି ଘୋଷଣା କଲେ ଆପ୍ ସରକାର । ଆସନ୍ତ ଜୁଲାଇ ମାସ ୧ ତାରିଖରୁ ପ୍ରତି ଘରକୁ ମିଳିବ ୩୦୦ ୟୁନିଟ୍ ମାଗଣା ବିଜୁଳି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Mann govt announces 300 units of free power from July 2022

Mann govt announces 300 units of free power from July 2022

ପଞ୍ଜାବବାସୀଙ୍କ ପାଇଁ ଖୁସି ଖବର । ପଞ୍ଜାବରେ ମାଗଣା ବିଜୁଳି ଘୋଷଣା କଲେ ଆପ୍ ସରକାର । ଆସନ୍ତ ଜୁଲାଇ ମାସ ୧ ତାରିଖରୁ ପ୍ରତି ଘରକୁ ମିଳିବ ୩୦୦ ୟୁନିଟ୍ ମାଗଣା ବିଜୁଳି ।

Advertisment

ନିକଟରେ ପଞ୍ଜାବ୍ ନିର୍ବାଚନରେ ଆମ୍‌ ଆଦମୀ ପାର୍ଟି ଜବରଦସ୍ତ ବିଜୟ ହାସଲ କରିଥିଲା । ତେବେ ବିଜୟ ହେଲେ ପ୍ରତି ଘର ପିଛା ୩୦୦ ୟୁନିଟ୍‌ ବିଜୁଳି ଦିଆଯିବ ବୋଲି ନିର୍ବାଚନ ପୂର୍ବରୁ ଦଳ ପକ୍ଷରୁ ପ୍ରତିଶ୍ରୃତି ଦିଆଯାଇଥିଲା । ବିଜୟ ହାସଲ ପରେ ଏବେ ଆପ୍‌ ସରକାର ନିଜ ପ୍ରତିଶୃତିକୁ ପୂରଣ କରି ପ୍ରତି ଘର ପିଛା ୩୦୦ ୟୁନିଟ୍ ବିଜୁଳି ପ୍ରଦାନ କରିବାର ଘୋଷଣା କରିଛନ୍ତି ।

Advertisment

ଅନ୍ୟପକ୍ଷେ, ଲୋକଙ୍କ ଘରେ ଦୁଆରେ ପହଞ୍ଚିବ ରାସନ୍ ବୋଲି ପଞ୍ଜାବ ସରକାର ପୂର୍ବରୁ ଘୋଷଣା କରିଥିଲେ । ପଞ୍ଜାବରେ ଲୋକଙ୍କ ଘରକୁ ଯାଇ ରାସନ ବିତରଣ କରିବାକୁ ଆମ୍ ଆଦମୀ ପାର୍ଟି ନିଷ୍ପତ୍ତି ନିଆଯାଇଛି । ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଏହି ଘୋଷଣା କରିଥିଲେ ।

Punjab
Advertisment
Advertisment