ଯାତ୍ରୀମାନଙ୍କୁ ଉନ୍ନତ ସୁବିଧା ଯୋଗାଇବା ପାଇଁ ଭାରତୀୟ ରେଳ ନିରନ୍ତର ପ୍ରୟାସ ଜାରି ରଖିଛି । ଏହି କ୍ରମରେ ଭାରତୀୟ ରେଳ ନଆ ଭିଷ୍ଟାଡୋମ୍ କୋଚ୍ ପ୍ରସ୍ତୁତ କରିଛି । ଯାହା କି ଏବେସୁଦ୍ଧା ଭାରତର ସବୁଠାରୁ ଅତ୍ୟାଧୁନିକ ବା ହାଇ-ଟେକ୍ ରେଳ କୋଚ୍ । ଏପ୍ରିଲ ୧୧ରୁ ପଶ୍ଚିମ ରେଳ ଜୋନର ଟ୍ରେନ ନମ୍ବର 12009/10 ମୁମ୍ବାଇ ସେଣ୍ଟ୍ରାଲ-ଗାନ୍ଧିନଗର ଶତାବ୍ଦୀ ଏକ୍ସପ୍ରେସରେ ଏହି କୋଚ ଯୋଡ଼ାଯାଇଛି ।
ଆଲାଏନ୍ସ ଏୟାର୍ ଦ୍ୱାରା ପରିଚାଳିତ ଏହି ବିମାନକୁ ଓ୍ୱାଟର୍ କ୍ୟାନନ୍ ସାଲ୍ୟୁଟ୍ ସହିତ ସ୍ୱାଗତ କରାଯାଇଛି ।
ଏପ୍ରିଲ ୧୧ରୁ ପଶ୍ଚିମ ରେଳ ଜୋନର ଟ୍ରେନ ନମ୍ବର 12009/10 ମୁମ୍ବାଇ ସେଣ୍ଟ୍ରାଲ-ଗାନ୍ଧିନଗର ଶତାବ୍ଦୀ ଏକ୍ସପ୍ରେସରେ ଏହି କୋଚ ଯୋଡ଼ାଯାଇଛି ।
ଆନ୍ଧ୍ରପ୍ରଦେଶ ତିରୁପତି ମନ୍ଦିରରେ ଦଳାଚକଟା । ଏଥିରେ ୩ ଜଣ ଭକ୍ତ ଆହତ ହୋଇଥିବା ସୂଚନା ମିଳିଛି । ଆଜି ସକାଳେ ଏହି ଅଘଟଣ ଘଟିଛି ।
ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କୁ ଅଭିନନ୍ଦନ ଜଣାଇବା ସହ ଆତଙ୍କବାଦ ଉପରେ କଟକଣା ଜାରି କରିବାକୁ ଆହ୍ୱାନ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।
ଝାଡଖଣ୍ଡର ଦେଓଘରରେ ରୋପେୱେ କେବଲ କାର ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି ପାଇଛି । ତେବେ କ୍ୟାବିନ୍ରେ ଫସିରହିଥିବା ଯାତ୍ରୀଙ୍କୁ ଉଦ୍ଧାର ପାଇଁ ୩ ଦିନ ହେଲା ଜାରି ରହିଛି ଉଦ୍ୟମ।
ଗାଁରେ ଭୟଙ୍କର ଥିଲା ପାଣି ସମସ୍ୟା। ମାଇଲ ମାଇଲ ବାଟ ଯିବା ପରେ ବି ମିଳୁନଥିଲା ପାଣି..ଗାଁ ଲୋକଙ୍କ କଷ୍ଟ ନଦେଖି ପାରି ୩ ବର୍ଷ ଏକାକୀ ପରିଶ୍ରମ କରି ପୋଖରୀ ଖୋଳି ଦେଲେ କୃଷ୍ଣଚନ୍ଦ୍ର। ୩ ହଜାର ଟ୍ରଲିର ମାଟି ନିଜେ ବୋହି ସରକାରଙ୍କଠୁ ହେଲେ ପୁରସ୍କୃତ..
ରୋପୱେ ଅଘଟଣ : ଏପର୍ଯ୍ୟନ୍ତ ୩୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆହୁରି ୧୩ରୁ ଅଧିକ ପର୍ଯ୍ୟଟକ ଫସିରହିଥିବା ସୂଚନା ମିଳିଛି ।
ରାମନବମୀ ପୂଜନରେ ବାଧା ସୃଷ୍ଟି ନା ହଷ୍ଟେଲ୍ରେ ଆମିଷ ଖିଆକୁ ବିରୋଧ? କାରଣ ଯାହାବି ହୋଇଥାଉନା କାହିଁକି, ଧର୍ମୀୟ ଭାବନା ବନାମ୍ ବ୍ୟକ୍ତିଗତ ସ୍ୱାଧୀନତାକୁ ନେଇ, ପୁଣି ଅଶାନ୍ତ ହୋଇଛି ଜେଏନୟୁ କ୍ୟାମ୍ପସ୍
ତାରରେ ଲଟକିଛି ୧୨-୧୨ଟି କ୍ୟାବିନ୍ । ଆଉ ତାଭିତରେ ୪୮ ଜଣ ପର୍ଯ୍ୟଟକ । ରବିବାର ଅପରାହ୍ନରୁ ଫଶି ରହିଛନ୍ତି ଯାତ୍ରୀ । କ୍ୟାବିନ୍ ଭିତରେ ୨୪ ଘଂଟା ବିତିଗଲାଣି । ପ୍ରତି ମୁହୂର୍ତ୍ତରେ ଭୟ ଆଉ ଆଶଙ୍କା ବଢିଚାଲିଛି । ଏହାରି ଭିତରେ ପର୍ଯ୍ୟଟକଙ୍କୁ ଉଦ୍ଧାର ଲାଗି ସବୁ ବଳ ଲଗାଇ ଦେଇଛି ବାୟୁସେନା । ଦୁଇ ଦୁଇଟି ଏମ୍ଆଇ-୧୭ ହେଲିକପ୍ଟରରେ ଜାରି ରହିିଛି ଉଦ୍ଧାର କାର୍ଯ୍ୟ ।
ଗୌହାଟି ଯାଉଥିବା ଏକ ଟ୍ରେନ୍ ବାଟରେ ଅଟକିଥିଲା।
ଉଭୟ ରାଷ୍ଟ୍ର ମୁଖ୍ୟ ସିଧାସଳଖ କଥାବାର୍ତ୍ତା ହେବାକୁ ମୋଦିଙ୍କ ପରାମର୍ଶ । ସିଧାସଳଖ କଥାବାର୍ତ୍ତା ହେଲେ ଶାନ୍ତିର ରାସ୍ତା ଫିଟିବ ବୋଲି ପରାମର୍ଶ ଦେଇଛନ୍ତି ମୋଦି ।
ରୋପ୍ ୱେ’ରେ ଝୁଲି ରହିଥିବା ତାର ଯୋଗୁଁ ସମସ୍ୟା ହେଉଥିଲେ ବି ରେସକ୍ୟୁ ଅପରେସନରେ ଲାଗି ପଡ଼ିଛନ୍ତି ବାୟୁସେନାର ଯବାନ । ଆଇଟିବିପି ଏବଂ ଏନଡିଆରଏଫ୍ର ଟିମ୍ ମଧ୍ୟ ସାମିଲ ହୋଇଛନ୍ତି ଉଦ୍ଧାର କାର୍ଯ୍ୟରେ ।
ମୋବାଇଲକୁ ଫୋନ୍ କଲେ ଏଣିକି ଆଉ ଶୁଭିବନି କରୋନା କଲର ଟ୍ୟୁନ୍। ମହାମାରୀ କମିବା ପରେ କଲରଟ୍ୟୁନ୍ ବନ୍ଦ କରିବାକୁ ନିଷ୍ପତ୍ତି ନେଲା କେନ୍ଦ୍ର।
ବିଏମଡବ୍ଲ୍ୟୁ କିଣି ଖୁସିରେ ବୁଲୁଥିଲେ, ଏବେ ଯୁବ ବ୍ୟବସାୟୀଙ୍କ ବିଳାସପୂର୍ଣ୍ଣ ଗାଡ଼ିକୁ ଜବତ କରିଛି ଟ୍ରାଫିକ୍ ପୋଲିସ୍ ।
ଝାଡଖଣ୍ଡର ଦେଓଘରରେ ବଡ ଧରଣର ଅଘଟଣ ଘଟିଛି। ରୋପ୍ୱେ ଟ୍ରଲି ଖସି ୨ଜଣଙ୍କ ମୃତ୍ୟୁ ହୋଇ ଥିବାବେଳେ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।
ଇଡି କବ୍ଜାରେ କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ। ନ୍ୟାସନାଲ ହେରାଲ୍ଡ ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଲ୍ଲିକାର୍ଜୁନଙ୍କୁ ପଚରାଉଚରା କରୁଛି ଇଡି । ପୂର୍ବରୁ ଇଡି ତାଙ୍କୁ ଏହି ମାମଲାରେ ପଚରାଉଚରା କରିବା ପାଇଁ ସମନ ପଠାଇ ଆଜି ହାଜର ହେବାକୁ ଡକାଇଥିଲା। ଏହି ମାମଲାରେ ଅଧିକ ତଥ୍ୟ ହାସଲ ପାଇଁ ଇଡି ତାଙ୍କୁ ପଚରାଉଚରା କରୁଥିବା ଜଣାପଡିଛି।
ଝାଡ଼ଖଣ୍ଡର ଦେବଘର ନିକଟ ତ୍ରିକୁଟ ପାହାଡ଼ ଶିଖରରେ ଥିବା ରୋପୱେରେ ଗତକାଲି କିଛି ଟ୍ରଲି ମଧ୍ୟରେ ଦୁର୍ଘଟଣା ଘଟିଛି।
ପୁଣି ବଢିଲା ସୁନାର ଦର । ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ ସୁନା ଦାମ୍ ୪୭,୪୮୯ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ସୁନା ଦାମ୍ ୫୧,୮୪୦ ଟଙ୍କା ରହିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୭୧,୫୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।
ଆଜି ନୂଆ କ୍ୟାବିନେଟ ଗଠନ କରିବେ ଜଗନ ମୋହନ ରେଡ୍ଡି ।
ଗୁଜରାଟର ଭରୁଚ ସହରରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରିରେ ଗତରାତିରେ ବ୍ଲାଷ୍ଟ ହୋଇ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୬ କର୍ମଚାରୀଙ୍କ ମୃତ୍ୟୁ ଘଟିଛି ।
ଆମିଷ ଖିଆକୁ ନେଇ ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଗତକାଲି ଅପରାହ୍ଣରେ ଦିଲ୍ଲୀ ସ୍ଥିତ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ଏହି ସଂଘର୍ଷ ହୋଇଛି।
ଘଟଣାକୁ ମାସେ ପୂରିବା ଆଗରୁ ତଦନ୍ତ ଶେଷ ହୋଇଛି।
ଋଷ-ୟୁକ୍ରେନ୍ ଯୁଦ୍ଧ ସ୍ଥିତିରେ ଏହି ବୈଠକ ଖୁବ୍ ଗୁରୁତ୍ୱପୂର୍ଣ୍ଣ
ଏପ୍ରିଲ ଦ୍ୱିତୀୟ ସପ୍ତାହରେ ଦିଲ୍ଲୀରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଅସ୍ତବ୍ୟସ୍ତ ଜନଜୀବନ। ୪୧.୬ ଡିଗ୍ରୀ ସେଲସିୟସର ତାପମାତ୍ରା ସହ ଦିଲ୍ଲୀରେ ସତେ ଯେମିତି ଆକାଶରୁ ନିଆଁ ଖଣ୍ଡ ଖସୁଛି।