• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ମୁମ୍ବାଇର ଦାଦରରୁ ପୁଡୁଚେରୀ ଅଭିମୁଖେ ଯାତ୍ରା କରୁଥିବା ପୁଡୁଚେରୀ ଏକ୍ସପ୍ରେସ ଲାଇନଚ୍ୟୁତ । ମହାରାଷ୍ଟ୍ରର ମାତୁଙ୍ଗା ଓ ଦାଦର ମଝିରେ ଏକ୍ସପ୍ରେସର ୩ଟି ବଗି ଲାଇନଚ୍ୟୁତ ହୋଇଛି । ତେବେ ଏଥିରେ କେହି ମୃତାହତ ହେବାର ଖବର ମିଳିନି ।

ସୂଚନା ଅନୁସାରେ, ବଡ଼ି ଭୋରରୁ ଦାଦର ଷ୍ଟେସନ ଛାଡ଼ିବା ପରେ ମାତୁଙ୍ଗା ଷ୍ଟେସନ ପୂର୍ବରୁ କ୍ରସିଂ ଟ୍ରାକରେ ୨ ଟ୍ରେନ ମଧ୍ୟରେ ସାମାନ୍ୟ ଧକ୍କା ଯୋଗୁଁ ପୁଡୁଚେରୀ ଏକ୍ସପ୍ରେସର ୩ଟି ବଗି ଲାଇନଚ୍ୟୁତ ହୋଇଥିଲା ।

ଘଟଣାସ୍ଥଳରେ ରେଲେଓ୍ୱର ବରିଷ୍ଠ ଅଧିକାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି । ଏହାସହ ଉଦ୍ଧାରକାରୀ ଦଳ ପହଞ୍ଚି ଟ୍ରେନକୁ ଲାଇନ ଉପରକୁ ଆଣିଛନ୍ତି ।

ତେବେ ଲାଇନ ଉପରେ ଯାଇଥିବା ଇଲେକ୍ଟ୍ରିକ ତାର ଖସି ଯାଇଥିବାରୁ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇନାହିଁ । ମଧ୍ୟାହ୍ନ ସୁଦ୍ଧା ତାର ସଜଡ଼ା ସରିଯିବ ଓ ଟ୍ରେନ ଚଳାଚଳ ହେବ ବୋଲି ରେଲେଓ୍ୱର ମୁଖ୍ୟ ଲୋକ ସଂପର୍କ ଅଧିକାରୀ କହିଛନ୍ତି । ବିକଳ୍ପ ରାସ୍ତାରେ ଟ୍ରେନ ଚଳାଚଳ କରିବା ଲାଗି ପଦକ୍ଷେପ ନିଆଯାଉଥିବା ସେ କହିଛନ୍ତି ।