Advertisment

ଈଶ୍ୱରପ୍ପାଙ୍କ ଇସ୍ତଫା ଯଥେଷ୍ଟ ନୁହେଁ, ତାଙ୍କୁ ଗିରଫ କରାଯାଉ: କଂଗ୍ରେସ

ଶେଷରେ ପଦ ଛାଡିଲେ କର୍ଣ୍ଣାଟକ ମନ୍ତ୍ରୀ କେ.ଏସ୍. ଈଶ୍ୱରପ୍ପା । ଈଶ୍ୱରପ୍ପାଙ୍କ ଇସ୍ତଫା ଯଥେଷ୍ଟ ନୁହେଁ, ତାଙ୍କୁ ଗିରଫ କରାଯାଉ ବୋଲି କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ।

author-image
Otv Khabar Bureau
Karnataka CM Basavaraj Bommai accepts KS Eshwarappa's resignation over contractor's death

Karnataka CM Basavaraj Bommai accepts KS Eshwarappa's resignation over contractor's death

ଶେଷରେ ପଦ ଛାଡିଲେ କର୍ଣ୍ଣାଟକ ମନ୍ତ୍ରୀ କେ.ଏସ୍. ଈଶ୍ୱରପ୍ପା । ଇଶ୍ୱରପ୍ପା ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇଙ୍କୁ ତାଙ୍କ ବାସଭବନରେ ଭେଟିବା ପରେ ସେ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ।

Advertisment

କର୍ଣ୍ଣାଟକ ବିଜେପିର ଜଣେ ଟାଣୁଆ ନେତା ଭାବେ ପରିଚିତ ଇଶ୍ୱରପ୍ପା ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ଥିଲେ । ଠିକାଦାର ସନ୍ତୋଷ ପାଟିଲଙ୍କ ମୃତ୍ୟୁକୁ ନେଇ ବିବାଦକୁ ଆସିବା ପରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।

ହେଲେ ଇଶ୍ୱରପ୍ପାଙ୍କ ଇସ୍ତଫା ଦାବି କରି ବିରୋଧୀ କଂଗ୍ରେସ ପକ୍ଷରୁ ଲଗାତାର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ତେବେ ଈଶ୍ୱରପ୍ପାଙ୍କ ଇସ୍ତଫା ଯଥେଷ୍ଟ ନୁହେଁ, ତାଙ୍କୁ ଗିରଫ କରାଯାଉ ବୋଲି କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ।

Advertisment

ସନ୍ତୋଷ ପାଟିଲ ଆତ୍ମହତ୍ୟା କରିଥିଲେ ଏଥିପାଇଁ ସେ ଇଶ୍ୱରପ୍ପାଙ୍କୁ ଦାୟୀ କରିଥିଲେ ପୂର୍ବରୁ ଇସ୍ତଫା ଦେବାର ପ୍ରଶ୍ନ ଉଠୁନି ବୋଲି କହି ଆସୁଥିବା ଈଶ୍ୱରପ୍ପା ଶେଷରେ ପଦ ଛା଼ଡ଼ିବାକୁ ଗତକାଲି ନିଷ୍ପତ୍ତି ନେଇଥିଲେ । କିନ୍ତୁ ସନ୍ତୋଷ ପାଟିଲଙ୍କ ମୃତ୍ୟୁ ସହ ତାଙ୍କର କୌଣସି ସମ୍ପର୍କ ନାହିଁ ବୋଲି ପୂର୍ବରୁ ଇଶ୍ୱରପ୍ପା ସଫେଇ ଦେଇଥିଲେ ।

Eshwarappa's Resignation
Advertisment
Advertisment