Advertisment

ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ହିଂସାକାଣ୍ଡ

ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଲାଗି ସେ ନିର୍ଦ୍ଦେଶ ଦେଲେ ଶାହା

author-image
Chandan Shishu
Hanuman Jayanti Rally Violence

Hanuman Jayanti Rally Violence

ଦିଲ୍ଲୀରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ହିଂସାକାଣ୍ଡ। ଜାହାଙ୍ଗୀରପୁରୀରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସାକାଣ୍ଡ ଘଟିଛି। ଶୋଭାଯାତ୍ରା ବେଳେ ପଥରମାଡ଼ ଓ ଭଙ୍ଗାରୁଜା ବି ହୋଇଛି। ହିଂସାକାଣ୍ଡରେ ଅନେକ ପୋଲିସ୍ କର୍ମଚାରୀଙ୍କ ସମେତ ସାଧାରଣ ଲୋକ ଆହତ ହୋଇଛନ୍ତି। ପଥରମାଡ଼ରେ ଅନେକ ଗାଡ଼ି ମଧ୍ୟ ଭାଙ୍ଗି ଯାଇଥିବା ସୂଚନା ମିଳିଛି।

Advertisment

ହିଂସାକାଣ୍ଡ ଘଟଣାକୁ ନେଇ ଦିଲ୍ଲୀ ପୋଲିସ୍ କମିଶନରଙ୍କ ସହ କଥା ହୋଇଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହା। ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଲାଗି ସେ ନିର୍ଦ୍ଦେଶ ଦେଇଛନ୍ତି।

ସେପଟେ ଏହି ଘଟଣାକୁ ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ଯିଏ ବି ଦୋଷୀ ତା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ ବୋଲି ସେ କହିଛନ୍ତି। ଏଥିସହ ପରସ୍ପରର ହାତଧରି ଶାନ୍ତି ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ ଅପିଲ କରିଛନ୍ତି।   

Advertisment
Violene At Hanuman Jayanti Rally
Advertisment
Advertisment