• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବସରେ ମହିଳାଙ୍କୁ ଦେବାକୁ ପଡ଼ିବ ଅଧାଭଡ଼ା । ହିମାଚଳ ଦିବସରେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଏକ ବଡ଼ ଘୋଷଣା କରିଛନ୍ତି । ଚମ୍ବାରେ ଆୟୋଜିତ ଏକ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ସିଏମ ଜୟରାମ ଠାକୁର ମହିଳାଙ୍କ ସପକ୍ଷରେ ଏହି ଘୋଷଣା କରିଛନ୍ତି । ସରକାରୀ ବସ୍‌ରେ ମହିଳାଙ୍କ ଠାରୁ ଏବେ ଅଧା ଭଡା ହିଁ ଆଦାୟ କରାଯିବ । ରାଜ୍ୟର ପ୍ରଗତିରେ ମହିଳାମାନେ ମଧ୍ୟ ଅନେକ ଅବଦାନ ଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବର୍ତ୍ତମାନ ସରକାରୀ ବସ୍‌ରେ ଥିବା ମହିଳାମାନଙ୍କୁ ନିର୍ଦ୍ଧାରିତ ହାରଠାରୁ ଅଧା ଭଡା ଆଦାୟ କରାଯିବ।

ରାକ୍ଷୀପୂର୍ଣ୍ଣିମା ଓ ଭାଇଦୁଜରେ ମାଗଣା ଯାତ୍ରା ସୁବିଧା

ଏହାପୂର୍ବରୁ ହିମାଚଳ ପ୍ରଦେଶରେ ରାକ୍ଷୀପୂର୍ଣ୍ଣିମା ଓ ଭାଇଦୁଜରେ ସରକାରୀ ବସ୍‌ରେ ଯାତ୍ରା କରୁଥିବା ମହିଳାଙ୍କ ଠାରୁ କୌଣସି ଭଡା ଦେବାକୁ ପଡିନଥିଲା । କିନ୍ତୁ ଅନ୍ୟ ଦିନଗୁଡ଼ିକରେ ସମ୍ପୂର୍ଣ୍ଣ ଭଡା ଦେଇ ଯାତ୍ରା କରୁଥିଲେ ମହିଳା । ତେବେ ମୁଖ୍ୟମନ୍ତ୍ରୀଙ୍କ ନୂଆ ଘୋଷଣା ଦ୍ୱାରା ବର୍ତ୍ତମାନ ରାଜ୍ୟର ଅଧା ଜନସଂଖ୍ୟା ଅଧା ଭଡା ଦେଇ ବସରେ ଯାଆସ କରିପାରିବେ ।

ଘୋଷଣା ପୂର୍ବରୁ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ହିମାଚଳ ଦିବସର ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ପୋଲିସ୍ ଏବଂ ଗୃହ ପ୍ରତିରକ୍ଷା କର୍ମଚାରୀଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିବା ମାର୍ଚ୍ଚର ଅଭିବାଦନ ଗ୍ରହଣ କରିଥିଲେ । ପ୍ୟାରେଡରେ ଏନସିସି, ଏନଏସଏସ ପୋଲିସ ବ୍ୟାଣ୍ଡ ସମେତ ୧୨ ଟି କଣ୍ଟିଜେଣ୍ଟ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମାର୍ଚ୍ଚରେ ଅଂଶଗ୍ରହଣ କରିଥିବା ଦଳକୁ ସମ୍ମାନିତ କରିଥିଲେ । ମୁଖ୍ୟମନ୍ତ୍ରୀ ଜୟ ରମ ଠାକୁରଙ୍କ ସହ ବାଚସ୍ପତି ବିପିନ୍ ପାରମାର ଏବଂ ଜଙ୍ଗଲ ମନ୍ତ୍ରୀ ରାକେଶ ପଠାନିଆ ମଧ୍ୟ ଏହି କାର୍ଯ୍ୟକ୍ରମରେ ବିଶେଷ ଭାବରେ ଉପସ୍ଥିତ ଥିଲେ ।

OTV is now on Whatsapp

Join and get latest news update delivered to you via whatsapp

Join Now