• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆକାଶଛୁଆଁ ଦର ମଧ୍ୟରେ ଲେମ୍ବୁ ସାଧାରଣ ଲୋକଙ୍କ ପକେଟକୁ ମାଡ଼ କରୁଛନ୍ତି । ଅଚାନକ୍‌ ମୂଲ୍ୟ ବୃଦ୍ଧି ଯୋଗୁଁ ସାଧାରଣ ଲୋକଙ୍କ ସ୍ୱାଦକୁ ଖରାପ କରିଦେଇଛି । ବର୍ତ୍ତମାନ ବିଭିନ୍ନ ସ୍ଥାନରେ ଲେମ୍ବୁ ମୂଲ୍ୟରେ ବୃଦ୍ଧି ଘଟି କିଲୋ ପିଛା ୪୦୦ ଟଙ୍କା ପାଖାପାଖି ପହଞ୍ଚିଛି । ଅନେକ ସ୍ଥାନରେ ଲେମ୍ବୁ ଗୋଟାକ ୧୦ରୁ ୧୫ ଟଙ୍କାରେ ବିକ୍ରି ହେଉଛି । ଏଭଳି ପରିସ୍ଥିତିରେ ଲୋକମାନେ ବିବାହରେ ଲେମ୍ବୁ ଉପହାର ଦେଉଥିବା ଦେଖିବାକୁ ମିଳୁଛି ।

ବିବାହରେ ବରକୁ ଲେମ୍ବୁ ଉପହାର । ଗୁଜୁରାଟର ରାଜକୋଟର ଧୋରଜୀ ସହରରେ ଏକ ବିବାହ ଉତ୍ସବରେ ବରକୁ ତାଙ୍କ ସାଙ୍ଗମାନେ ଲେମ୍ବୁ ଉପହାର ଦେଇଥିବା ଦେଖିବାକୁ ମିଳଉଚି । ତେବେ ନୂଆ ଜୀବନ ଆରମ୍ଭ କରିବା ପୂର୍ବରୁ ବରକୁ ଲେମ୍ବୁ ଉପହାର ଦେଇଥିବା ବ୍ୟକ୍ତିଙ୍କ ନାମ ହେଉଛି ଦୀନେଶ ।

ଦୀନେଶଙ୍କ କହିବା ଅନୁସାରେ ' ବର୍ତ୍ତମାନ ସମୟରେ ଲେମ୍ବୁର ମୂଲ୍ୟ ସମଗ୍ର ଦେଶରେ ନୁହେଁ ବରଂ ରାଜ୍ୟରେ ବହୁତ ବୃଦ୍ଧି ପାଇଛି । ଦିନକୁ ଦିନ ଗ୍ରୀଷ୍ମର ପ୍ରକୋପ ବଢ଼ି ଚାଲିଥିବା ବେଳେ ଲେମ୍ବୁର ଆବଶ୍ୟକତା ମଧ୍ୟ ବଢ଼ି ବଢ଼ି ଚାଲିଛି । ସେଥିପାଇଁ ଅନେକ ଚିନ୍ତା କରିବା ପରେ ବିବାହରେ ଏପରି ଉପହାର ଦେବାପାଇଁ ନିଷ୍ପତ୍ତି ନେଇଥିବା ସେ କହିଛନ୍ତି ।

ଆଉ ତା’ପରେ ବିବାହ ଉତ୍ସବରେ ବନ୍ଧୁମାନେ ମିଠା ବାକ୍ସରେ ଟଙ୍କା କିମ୍ବା ଅଳଙ୍କାର ବଦଳରେ ମହଙ୍ଗା ଲେମ୍ବୁ ଉପହାର ଦେ‌ଇଛନ୍ତି । ଉପହାର ଦେବାର ମୂଳ ଉଦ୍ଦେଶ୍ୟ ହେଲା ଲେମ୍ବୁର ଦର ବର୍ତ୍ତମାନ ଏତେ ବଢ଼ିଯାଇଛି ଯେ ଏହାକୁ ବର୍ତ୍ତମାନ ମହଙ୍ଗା ଉପହାର ଭାବରେ ମଧ୍ୟ ଦିଆଯାଇପାରିବ । ଏହି ବିଶେଷ ଉପହାର ଦେଖି ବିବାହରେ ଯୋଗ ଦେଇଥିବା ଅତିଥିମାନେ ହସି ହସି ଗଡ଼ିଯାଇଥିଲେ ।

ସୂଚନାଯୋଗ୍ୟ ବଜାରରେ ଅଚାନକ୍‌ ବଢ଼ି ଯାଇଛି ଲେମ୍ବୁ ଦର । ଫଳରେ କିଛି ସ୍ଥାନରେ ଲେମ୍ବୁ ଚୋରି ହୋଇଯାଉଥିବର ଖବର ମଧ୍ୟ ଦେଖିବାକୁ ମିଳୁଛି । ଏଥିପାଇଁ କାନପୁର ଓ ୟୁପିରେ ଲେମ୍ବୁ ଫସଲ ଜଗି ରହିଛନ୍ତି ଚାଷୀ । ଅନ୍ୟପଟେ ମୂଲ୍ୟବାନ ଲେମ୍ବୁର ସୁରକ୍ଷା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ ମଧ୍ୟ କରୁଛି ।

OTV is now on Whatsapp

Join and get latest news update delivered to you via whatsapp

Join Now