Advertisment

ଚିନ୍ତା ବଢ଼ାଉଛି କରୋନା; ୭ଟି ଜିଲ୍ଲାରେ ମାସ୍କ ବାଧ୍ୟତାମୂଳକ

ପୁଣି ବଢ଼ୁଛି କରୋନା ସଂକ୍ରମଣ ସଂଖ୍ୟା । ଉତ୍ତରପ୍ରଦେଶରେ କରୋନା ବଢ଼ିବା ହେତୁ ଯୋଗୀ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଗାଜିଆବାଦ୍, ମେରଠ,ବୁଲନ୍ଦସହର,ବାଘପତ୍ ସମେତ ଲକ୍ଷ୍ନୌରେ ସର୍ବସାଧାରଣ ସ୍ଥାନରେ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି ।

author-image
Otv Khabar Bureau
Lucknow wearing face masks in public places is mandatory in 7 districts of up including Ghaziabad lu

Lucknow wearing face masks in public places is mandatory in 7 districts of up including Ghaziabad lu

ପୁଣି ବଢ଼ୁଛି କରୋନା ସଂକ୍ରମଣ ସଂଖ୍ୟା । ଉତ୍ତରପ୍ରଦେଶରେ କରୋନା ବଢ଼ିବା ହେତୁ ଯୋଗୀ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଗାଜିଆବାଦ୍, ମେରଠ,ବୁଲନ୍ଦସହର,ବାଘପତ୍ ସମେତ ଲକ୍ଷ୍ନୌରେ ସର୍ବସାଧାରଣ ସ୍ଥାନରେ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି । ଏହାସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଧିକାରୀମାନଙ୍କୁ କୋଭିଡ୍‌ କଟକଣା ଉପରେ ଗୁରୁତ୍ୱ ଦେବା ପାଇଁ କହିଛନ୍ତି । ଫଳରେ କୋଭିଡ୍‌ର ଚତୁର୍ଥ ଲହରୀ ଆସିବା ସମ୍ଭାବନା କିଛିମାତ୍ରାରେ ହ୍ରାସ ପାଇପାରିବ ।

Advertisment

ୟୁପି ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମା ଅନୁସାରେ, ଦିଲ୍ଲୀ ଏନ୍‌ସିଆର ଜଡିତ ଥିବା ୟୁପିର ସମସ୍ତ ଜିଲ୍ଲା ସମେତ ଲକ୍ଷ୍ନୌରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଦିଲ୍ଲୀରେ କରୋନା ବଢ଼ୁଥିବା ହେତୁ ଏହାର ପ୍ରଭାବ ଗାଜିଆବାଦ୍‌ ଓ ଗୌତମବୁଦ୍ଧ ନଗରରେ ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ,କରୋନା ସଂକ୍ରମଣ କମିବା ପରେ ସରକାର କୋଭିଡ୍‌ ନିୟମ କୋହଳ କରିଥିଲେ। ନାଇଟ୍‌ କର୍ଫ୍ୟୁ ହଟାଇ ଦିଆଯିବା ସହ ଆହୁରି ଅନେକ କଟକଣା କୋହଳ କରାଯାଇଥିଲା। ହେଲେ ଲୋକମାନେ କୋଭିଡ୍‌ ନିୟମକୁ ଠିକ୍‌ଭାବେ ପାଳନ କରୁ ନାହାନ୍ତି। ଅଧିକାଂଶ ଲୋକ ବିନା ମାସ୍କରେ ଖୁଲମଖୁଲା ବାହାରେ ବୁଲୁଥିବା ଦେଖିବାକୁ ମିଳିଛି। ସାମାଜିକ ଦୂରତ୍ୱ ମଧ୍ୟ କେହି ମାନୁ ନାହାନ୍ତି। ହେଲେ ଲୋକଙ୍କ ଏହି ଖାମଖିଆଲି ମନୋଭାବ ଯୋଗୁ ଦିଲ୍ଲୀ, ଉତ୍ତରପ୍ରଦେଶ ଓ ହରିୟାଣାରେ କରୋନା କେସ୍‌ ବୃଦ୍ଧି ପାଇଛି।

Advertisment

ଅନ୍ୟପକ୍ଷେ,ଦେଶରେ କରୋନା ସଂକ୍ରମଣ ପୁଣିଥରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରେ ୨,୧୮୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ, ଏପ୍ରିଲ ୧୭ରେ ୧,୧୫୦ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏପ୍ରିଲ ୧୬ରେ ୯୭୫ ଓ ଏପ୍ରିଲ ୧୫ରେ ୯୪୯ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ହେଲେ ୨୪ ଘଣ୍ଟାରେ ଆକ୍ରାନ୍ତଙ୍କ ସଂଖ୍ୟା ହଠାତ୍‌ ୨ ହଜାର ଉପରକୁ ଚିହ୍ନଟ ହେବା ପରେ ଚିନ୍ତା ଆହୁରି ବଢ଼ିଛି। ସେହିପରି ୨୪ ଘଣ୍ଟାରେ ୨୧୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

Coronavirus Covid Guidelines
Advertisment
Advertisment