• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିମାନ ଭିତରେ ଯାତ୍ରୀଙ୍କ ମୋବାଇଲ ଫୋନରେ ନିଆଁ । Indigo Flight Fire Indigoର A320 ବିମାନରେ ହଠାତ୍ ଏକ ଯାତ୍ରୀଙ୍କ ମୋବାଇଲ୍ ଫୋନରେ ନିଆଁ ଲାଗିଯିବା ସହ ଧୂଆ ବାହାରି ଯାଇଥିଲା । ମଝି ଆକାଶାରେ ନିଆଁ ଲାଗିଯିବାରୁ ଭୟଭୀତ ହୋଇପଡ଼ିଥିଲେ ଯାତ୍ରୀ । ତେବେ ଠିମ୍‌ ସମୟରେ କ୍ରୁ ସଦସ୍ୟମାନେ ଅଗ୍ନି ନିର୍ବାପକ ଯନ୍ତ୍ର ସାହାଯ୍ୟରେ ନିଆଁକୁ ଆୟତ୍ତ କରିଛନ୍ତି । ଏହି ଘଟଣାରେ କୌଣସି ଯାତ୍ରୀ କିମ୍ବା କ୍ରୁ ସଦସ୍ୟ ଆହତ ହୋଇନାହାନ୍ତି ।

ଗୁରୁବାର ଦିନ ଇଣ୍ଡିଗୋର A320 ନିୟୋ ବିମାନ ଆସାମର ଦିବ୍ରୁଗଡ଼ରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିଥିଲା ବୋଲି ଡିଜିସିଏର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ବିମାନଟି ମଝି ଆକାଶରେ ଥିବା ବେଳେ ଜଣେ ଯାତ୍ରୀଙ୍କ ମୋବାଇଲରୁ ଧୂଆଁ ବାହାରିବା ସହ ନିଆଁ ଲାଗିଯାଇଥିଲା । ତେବେ ଠିକଣା ସମୟରେ ବିମାନର ଜଣେ କ୍ରୁ ସଦସ୍ୟ ଏକତା ଦେଖିଥିଲେ। ଏହାପରେ ତୁରନ୍ତ ଅଗ୍ନି ନିର୍ବାପକ ଯନ୍ତ୍ର ଦ୍ୱାରା ମୋବାଇଲରୁ ବାହାରୁଥିବା ଧୂଆଁକୁ ଆୟତ୍ତ କରାଯାଇଥିଲା । ଫଳରେ କୌଣସି ପ୍ରକାରର ବଡ଼ ଅଘଟଣ ଘଟିନାହିଁ ।

ଡିଜିସିଏ ସୂଚନା ଅନୁସାରେ ବିମାନଟି ସୁରକ୍ଷିତ ଭାବେ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିଛି । ତେବେ କ୍ରୁ ସଦସ୍ୟଙ୍କ ପାଇଁ ଅନେକ ଲୋକଙ୍କ ଜୀବନ ବଞ୍ଚିଯାଇଛି ବୋଲି କୁହାଯାଇଛି । ସମୟ ନଷ୍ଟ ନକରି କ୍ରୁ ସଦସ୍ୟମାନେ ଶୀଘ୍ର ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ । ବିମାନରେ କୌ ଣସି ଯାତ୍ରୀ କିମ୍ବା ସମ୍ପତ୍ତିର କ୍ଷୟକ୍ଷତି ହୋଇନାହିଁ ।