ଜାହାଙ୍ଗୀରପୁରୀ ହିଂସା ମାମଲାର ମୁଖ୍ୟ ଅଭିଯୁକ୍ତ ମହମ୍ମଦ ଅନ୍ସାରଙ୍କୁ ଗତକାଲି ଦିଲ୍ଲୀ ପୋଲିସ କମିଶନର ରାକେଶ ଆସ୍ଥାନା ପଚରାଉଚୁରା କରିଛନ୍ତି।
ଦିଲ୍ଲୀ ପୋଲିସ ପକ୍ଷରୁ ଡ୍ରୋନ୍ ସହାୟତାରେ ତୀକ୍ଷ୍ଣ ନଜର ରଖାଯାଇଛି । ଜାମା ମସ୍ଜିଦ ଅଞ୍ଚଳରେ ପୋଲିସ ଡ୍ରୋନ୍ ଉଡ଼ାଇ ସ୍ଥିତି ଉପରେ ନଜର ରଖିଛି ।
ଦିଲ୍ଲୀ ଜାହାଙ୍ଗୀରପୁରୀ ଅଞ୍ଚଳର ସାମ୍ପ୍ରଦାୟିକ ହିଂସା ମାମଲାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏବେ ଯାଏଁ ମାମଲାରେ ୧୪ ଜଣଙ୍କୁ ଗିରଫ କରିଛି ପୋଲିସ୍ । ହିଂସାକାଣ୍ଡ ଭିଆଇବା ଓ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦକୁ ତେଜିଥିବା କିଛି ବ୍ୟକ୍ତିଙ୍କୁ ଚିହ୍ନଟ ବି କରାଯାଇଛି ।