• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦିଲ୍ଲୀ ଜାହାଙ୍ଗିରପୁରୀ ହିଂସାକାଣ୍ଡ ପରେ ବଢ଼ିଛି ସୁରକ୍ଷା ବ୍ୟବସ୍ଥା । ଦିଲ୍ଲୀ ପୋଲିସ୍ ପକ୍ଷରୁ ଆଜି ଫ୍ଲାଗ୍ ମାର୍ଚ୍ଚ କରାଯାଇଛି । କଡ଼ା ସୁରକ୍ଷା ବ୍ୟବସ୍ଥା ସହ ଜାହାଙ୍ଗିରପୁରୀ ଅଞ୍ଚଳରେ ପୋଲିସ୍ ପଇନ୍ତରା ମାରିଛି । ଏବେ ଯାଏଁ ମାମଲାରେ ୧୪ ଜଣଙ୍କୁ ଗିରଫ କରିଛି ପୋଲିସ୍ । ହିଂସାକାଣ୍ଡ ଭିଆଇବା ଓ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦକୁ ତେଜିଥିବା କିଛି ବ୍ୟକ୍ତିଙ୍କୁ ଚିହ୍ନଟ ବି କରାଯାଇଛି ।

ବିଭିନ୍ନ ସ୍ଥାନରେ ଚଢ଼ାଉ ପରେ ଏମାନଙ୍କୁ ଗିରଫ କରାଯିବ ବୋଲି ସୂଚନା ମିଳିଛି । ସମ୍ପୂର୍ଣ୍ଣ ଅଞ୍ଚଳରେ ପୋଲିସ୍ ଫୋର୍ସ ସଂଖ୍ୟାକୁ ବଢ଼ାଯାଇଛି । ଯେପରି କୌଣସି ଅପ୍ରିତିକର ସ୍ଥିତି ଉପୁଜିବ ନାହିଁ ସେନେଇ କଡ଼ା ନଜର ରଖାଯାଇଛି । ଦୁଇ ଦିନ ତଳେ ଜାହାଙ୍ଗୀରପୁରୀରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସାକାଣ୍ଡ ଘଟିଥିଲା । ଶୋଭାଯାତ୍ରା ବେଳେ ପଥରମାଡ଼ ଓ ଭଙ୍ଗାରୁଜା ହୋଇଥିଲା ।

ହିଂସାକାଣ୍ଡରେ ଅନେକ ପୋଲିସ୍ କର୍ମଚାରୀଙ୍କ ସମେତ ସାଧାରଣ ଲୋକ ଆହତ ହୋଇଛନ୍ତି । ପଥରମାଡ଼ରେ ଅନେକ ଗାଡ଼ି ମଧ୍ୟ ଭାଙ୍ଗି ଯାଇଛି । ହିଂସାକାଣ୍ଡ ଘଟଣାକୁ ନେଇ ଦିଲ୍ଲୀ ପୋଲିସ୍ କମିଶନରଙ୍କ ସହ କଥା ହୋଇଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହା । ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଲାଗି ସେ ନିର୍ଦ୍ଦେଶ ଦେଇଛନ୍ତି ।