/odishatv-khabar/media/post_attachments/uploadimage/library/16_9/16_9_0/IMAGE_1650193543.jpg)
Drone Attack
ଛତିଶଗଡ଼ ବସ୍ତର ଜିଲ୍ଲାରେ ମାଓବାଦୀଙ୍କ ଉପରେ ଆକାଶ ମାର୍ଗରୁ ଆକ୍ରମଣ ଅଭିଯୋଗ। ଲାଲବାହୀନୀର ଦଣ୍ଡକାରଣ୍ୟ ସ୍ପେସାଲ ଜୋନାଲ କମିଟି ତରଫରୁ ପ୍ରେସ୍ ରିଲିଜରେ ଏହା କୁହାଯାଇଛି।
Advertisment
ଗତ ୧୪ ଓ ୧୫ ତାରିଖରେ କୋଟ୍ଟମ, ରାସମ, ଏରାମ, ସାକିଲେର, ମଡ଼ପା, ଦୁଲେଡ, କନ୍ନେମରକା, ପୋଟେମାନଗୁମ ଓ ବେତାମ ଭଳି ଗାଁରେ ଡ୍ରୋନ ସାହାଯ୍ୟରେ ଆକାଶ ମାର୍ଗରୁ ବୋମା ବର୍ଷଣ କରାଯାଇଥିବା କୁହାଯାଇଛି।
ନକ୍ସଲଙ୍କ କହିବା ଅନୁସାରେ ୫୦ରୁ ଅଧିକ ବୋମାମାଡ଼ କରାଯାଇଥିଲା। ତେବେ ମାଓବାଦୀମାନେ ଏଥିରୁ ଅଳ୍ପକେ ବର୍ତ୍ତିଥିବା ସଂଗଠନ ପକ୍ଷରୁ କୁହାଯାଇଛି।ପୋଲିସକୁ ଏହାର କଡ଼ା ଜବାବ ଦିଆଯିବ ବୋଲି ନକ୍ସଲଙ୍କ ତରଫରୁ କୁହାଯାଇଥିଲେ ମଧ୍ୟ ପୋଲିସ ପକ୍ଷରୁ ଏହି ଖବର ସଂପର୍କରେ କିଛି ସ୍ପଷ୍ଟ କରାଯାଇନାହିଁ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)