• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଜଳ ଅପଚୟ କଲେ କଠୋର ଦଣ୍ଡବିଧାନ ସହ ଜୋରିମାନା ଦେବାକୁ ପଡ଼ିବ । ଦିନକୁ ଦିନ ସାରା ଦେଶରେ କେଉଁଠି ନା କେଉଁଠି ଜଳସଙ୍କଟ ବଢ଼ି ବଢ଼ି ଚାଲିଛି । ଖରା ହେଉ କି ବର୍ଷା ପାଟି ଟୋପାଏ ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକେ । ସହର ଓ ଗ୍ରାମାଞ୍ଚଳକୁ ଯୋଗାଇ ଦିଆଯାଉଥିବା ପାନୀୟ ଜଳ ଯୋଗାଣ ପାଇପରୁ ଅନବରତ ପାଣି ଚାଲୁଥିବା ଦେଖାଯାଉଛି। ତେବେ ଏହାକୁ ଦୃଷ୍ଟିରେ ରକି ଚଣ୍ଡିଗଡ଼ ମ୍ୟୁନିସିପାଲିଟି କର୍ପୋରେସନ ଏକ ବଡ ନିଷ୍ପତ୍ତି ନେଇଛି । ବର୍ତ୍ତମାନ ଚଣ୍ଡିଗଡ଼ ମ୍ୟୁନିସିପାଲିଟି କର୍ପୋରେସନ୍ ପାଣି ନଷ୍ଟ କରୁଥିବା ବ୍ୟକ୍ତିଙ୍କ ଉପରେ ୫୦୦୦ ଟଙ୍କା ଜୋରିମାନା ଲାଗୁ କରିବ । ଏପ୍ରିଲ ୧୫ ତତା ଆଜି ଠାରୁ ଏହି ଅଭିଯାନ ଆରମ୍ଭ ହେବ ।

ଜଳ ଅପଚୟ କଲେ ୫୦୦୦ ଜୋରିମାନା

ଗ୍ରୀଷ୍ମ ପ୍ରବାହ ଆରମ୍ଭ ହେଉ ହେଉ ଚାରିଆଡ଼େ ଜଳର ଅଭାବ ଦେଖାଗଲାଣି । ଲୋକଙ୍କୁ ଅନେକ ସମୟରେ ସଚେତନ କରୁଥିଲେ ମଧ୍ୟ ଫଳ ଶୂନ । ଏଥିପାଇଁ ଚଣ୍ଡିଗଡ଼ ମ୍ୟୁନିସିପାଲିଟି କର୍ପୋରେସନ୍ ଦ୍ୱାରା ଜଳ ଅପଚୟ ରୋକିବା ପାଇଁ ଏକ ଅଭିଯାନ ଆରମ୍ଭ କରିଛି । ବର୍ତ୍ତମାନ ଯଦି କେହି ଚଣ୍ଡିଗଡ଼ରେ ପାଣି ନଷ୍ଟ କରନ୍ତି, ତେବେ ତାଙ୍କୁ ୫ ହଜାର ଟଙ୍କା ଜରିମାନା କରାଯିବ ।

ଚଣ୍ଡିଗଡ଼ ମ୍ୟୁନିସିପାଲିଟି କର୍ପୋରେସନ୍ ଗଠନ କରିଛି ଏକ ସ୍ୱତନ୍ତ୍ର ଟିମ୍‌

ଚଣ୍ଡିଗଡ଼ ମ୍ୟୁନିସିପାଲିଟି କର୍ପୋରେସନ୍ ଏକ ସ୍ୱତନ୍ତ୍ର ଦଳ ଗଠନ କରି ଜଳ ଅପଚୟ ରୋକିବା ପାଇଁ ଅଭିଯାନ ଆରମ୍ଭ କରିଛି । ଏହି ଟିମ୍‌ ଜଳ ନଷ୍ଟ କରୁଥିବା ଲୋକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।

କେଉଁ ଲୋକଙ୍କ ଠାରୁ ଆଦାୟ କରାଯିବ ଜରିମାନା ?

ପାଣି ପାଇପରେ ବୁଷ୍ଟର ପମ୍ପ ଲଗାଇ ଲଗାଇଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସହ ଜୋରିମାନା ଆଦାୟ କରାଯିବ । କେବଳ ଏତିକି ନୁହେଁ ଛାତ ଉପରେ ନିର୍ମିତ ଟାଙ୍କିରୁ ପାଣି ପଡ଼ୁଥିବାର ଦେଖାଗଲେ, ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସୂଚନାଯୋଗ୍ୟ ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ କୃଷି, ପାଇଁ ପ୍ରଚୁର ଜଳର ଆବଶ୍ୟକ ପଡୁଛି । ଜଳବାୟୁ ପରିବର୍ତ୍ତନ ଯୋଗୁଁ ଜଳାଶୟ ଶୁଖିଲା ପଡୁଛି । ତେବେ ଆସନ୍ତା ୨୦୫୦ ବେଳକୁ ସମଗ୍ର ଦେଶରେ ଜଳ ସଙ୍କଟ ଆହୁରି ଭୟଙ୍କର ହେବ ବୋଲି ପରିବେଶବିତ୍‌ ଚେତାବନୀ ଦେଲେଣି । ତେଣୁ ବେଳ ଥାଉ ଥାଉ ସମସ୍ତଙ୍କୁ ସଚେତନ ହେବାକୁ ପଡ଼ିବ । ଜଳର ଉଚିତ ବ୍ୟବହାର ଓ ସଂରକ୍ଷଣ ପ୍ରତି ବିଶେଷ ଧ୍ୟାନ ଦେବାକୁ କୁହାଯାଇଛି ।