• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଆସନ୍ତା ୨୧ ତାରିଖରେ ଭାରତ ଆସିବେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍। ପ୍ରଧାନମନ୍ତ୍ରୀ ଭାବେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ହେବାକୁ ଯାଉଛି। ୨ ଦିନିଆ ଭାରତ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ନିଯୁକ୍ତ ଓ ପ୍ରତିରକ୍ଷା କ୍ଷେତ୍ରରେ ଦ୍ୱିପାକ୍ଷିକ ଆଲୋଚନା କରିବେ।

 ଏଥିସହ କୁଟନୈତିକ ଓ ଅର୍ଥନୈତିକ ଭାଗିଦାରୀ ପ୍ରସଙ୍ଗ ବି ବୈଠକର ଆଜେଣ୍ଡାରେ ରହିଛି। ଏପ୍ରିଲ ୨୧ରେ ବୋରିସ୍ ଜନସନ୍ ଅହମ୍ମଦାବାଦ ଗସ୍ତ କରିବେ। ସେଠାରେ କିଛି ମୁଖ୍ୟ ଶିଳ୍ପ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିବେଶ ବିଷୟରେ ସେ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ରୁଷ-ୟୁକ୍ରେନ୍ ଯୁଦ୍ଧ ସ୍ଥିତିରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌ଙ୍କ ଭାରତ ଗସ୍ତକୁ, ସେ ଦୃଷ୍ଟିରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ବ୍ରିଟେନ୍ ଖୋଲାଖୋଲି ୟୁକ୍ରେନକୁ ସମର୍ଥନ କରିବା ସହ ରୁଷ ଉପରେ କଟକଣା ଲଗାଇଥିବା ବେଳେ, ଭାରତ କିନ୍ତୁ ସମଦୂରତା ନୀତି ଆପଣାଇଛି।

ସେପଟେ ଭାରତ ଗସ୍ତ ପୂର୍ବରୁ ବୋରିସ୍ ଜନସନ୍ କହିଛନ୍ତି, ଆମ ଶାନ୍ତି ଓ ସମୃଦ୍ଧି ପ୍ରତି ଏକଛତ୍ରବାଦୀ ରାଷ୍ଟ୍ରଙ୍କ ଠାରୁ ବିପଦ ଦେଖାଦେଇଥିବାରୁ, ଗଣତାନ୍ତ୍ରିକ ଦେଶ ଓ ବନ୍ଧୁ ରାଷ୍ଟ୍ରମାନେ ଏକାଠି ରହିବା ଦରକାର।

OTV is now on Whatsapp

Join and get latest news update delivered to you via whatsapp

Join Now