ଫାଇଭ-ଜି ସ୍ପ୍ରେମ୍ ପାଇଁ କଡା ଫାଇଟ୍ ! ରେସରେ ଅମ୍ବାନୀ, ଆଦାନୀ, ମିତଲ୍ ଆଉ ଭୋଡାଫୋନ-ଆଇଡିଆ! ୩ ଦିନ ହେଲା ଜାରି ରହିଛି ନିଲାମ ପ୍ରକ୍ରିୟା! ଫାଇଭ୍-ଜି ଟେଲିକମ ସ୍ପେକ୍ଟ୍ରମ୍ର ନିଲାମୀ ପ୍ରକ୍ରିୟା ଦଶମ ପର୍ଯ୍ୟାୟରେ ୧ ଲକ୍ଷ ୪୯ ହଜାର ୪୫୪ କୋଟିରେ ପହଞ୍ଚିଛି ।
ଅର୍ପିତା ମୁଖାର୍ଜୀଙ୍କର ବେଲଘରିଆରେ ଥିବା ଦ୍ୱିତୀୟ ଆପାର୍ଟମେଣ୍ଟରୁ ମିଳିଛି ଏଭଳି ଆଖି ଟେରା କରିଦେଲା ଭଳି କୁବେର ଭଣ୍ଡାର।
ଦେଶର ସର୍ବପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତିଙ୍କ ପ୍ରତି ଅପମାନସୂଚନକ ଟିପ୍ପଣୀ ପ୍ରତିବାଦରେ ସଂସଦର ଉଭୟ ଗୃହରେ ବିଜେପି ସଦସ୍ୟଙ୍କ ହଟ୍ଟଗୋଳ।
ରାଜ୍ୟ କ୍ୟାବିନେଟ୍ ବୈଠକରେ ପାର୍ଥଙ୍କୁ ହଟାଇବା ନେଇ ନିଷ୍ପତ୍ତି ନିଆଯାଇଛି ।
ଆସନ୍ତା ମାସରେ କର୍ମଚାରୀଙ୍କ ଦରମା ବୃଦ୍ଧି(Salary Hike) ଲାଗି ସରକାର ଯୋଜନା କରୁଥିବା ସୂଚନା ମିଳିଛି। ଡିଏ ବୃଦ୍ଧି(DA Hike)ଠୁ ଆରମ୍ଭ କରି ବକେୟା ଡିଏ (Due DA) ସରକାର ପ୍ରଦାନ କରିପାରନ୍ତି। ଏହାସହ PF ଉପରେ ମିଳିବାକୁ ଥିବା ସୁଧ ଟଙ୍କା ମଧ୍ୟ କର୍ମଚାରୀଙ୍କ ଆକାଉଣ୍ଟକୁ ପଠା ଯାଇପାରେ।
ଅର୍ପିତାଙ୍କ ଘରୁ ୩ଟି କେଜିକିଆ ସୁନା ଇଟା, ଅଧ କିଲୋ ଓଜନ ଲେଖାଏ ୩ଟି ବଳା ଓ ଗୋଟିଏ ସୁନା କଲମ ସମେତ ୫ କିଲୋ ସୁନା ଓ ୨୮ କୋଟି ୯୦ ଲକ୍ଷ ନଗଦ ଟଙ୍କା ଅର୍ପିତାଙ୍କ ଦ୍ୱିତୀୟ ଆପାର୍ଟମେଣ୍ଟରୁ ଜବତ ହୋଇଛି।
ଟିକାକରଣ ବେଳେ ଗୋଟିଏ ସିରିଞ୍ଜରେ ୩୦ ଜଣଙ୍କୁ କରୋନା ଭ୍ୟାକ୍ସିନ୍ ଦିଆଯାଇଥିବା ଅଭିଯୋଗ ହୋଇଛି। ଏନେଇ କିଛି ଅଭିଭାବକ ଅଭିଯୋଗ ଆଣିଛନ୍ତି।
ଗାଡ଼ିରେ ତେଲ ନଥିବାରୁ ଚାଲାଣ କାଟିଲା ଟ୍ରାଫିକ୍ ପୋଲିସ୍...
ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ରୋଗୀ ସଙ୍ଗରୋଧରେ ରହିବେ...
ଅର୍ପିତାଙ୍କ ବେଲଘରିଆ ସ୍ଥିତ ଅନ୍ୟ ଏକ ଫ୍ଲାଟ୍ରୁ ନଗଦ ୨୯ କୋଟି ଟଙ୍କା ଠାବ ହୋଇଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ମିଳିଛି। ଏହାସହ ୫ କିଲୋ ସୁନା ମଧ୍ୟ ମିଳିଛି।
ଘରକୁ ଆସିଲା ୩,୪୧୯ କୋଟି ଟଙ୍କାର ବିଦ୍ୟୁତ୍ ବିଲ୍। ଏହାକୁ ଦେଖିଲା ପରେ ଅସୁସ୍ଥ ହୋଇପଡିଲେ ଉପଭୋକ୍ତା। ଏହା ପରେ କ’ଣ ହେଲା ଜାଣନ୍ତୁ।
କମ୍ପାନୀ ଏହାର ସେବା ଓ ଭିତ୍ତିଭୂମିକୁ ସଂପ୍ରସାରଣ କରିପାରିବ।
ବାରମ୍ବାର ବୈଷୟିକ ତ୍ରୁଟିର ସମ୍ମୁଖୀନ ହେଉଥିବା ସ୍ପାଇସଜେଟ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଡିଜିସିଏ। ଆସନ୍ତା ୮ ସପ୍ତାହ ଅର୍ଥାତ ୨ ମାସ ଯାଏ ସ୍ପାଇସଜେଟ କେବଳ ୫୦% ବିମାନ ଦ୍ୱାରା ଲୋକଙ୍କୁ ସେବା ଯୋଗାଇବ।
ବେଙ୍ଗଲ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ତଥା ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ପୁଣି ୧୫ କୋଟି ଟଙ୍କା ଜବତ ହୋଇଛି। ଆଜି ଇଡିର ଅଧିକାରୀମାନେ ବେଲଘରିଆ ଟାଉନ କ୍ଲବରେ ଥିବା ଅର୍ପିତାଙ୍କ ଘରେ ରେଡ୍ କରି ଏତେ ପରିମାଣର ନଗଦ ଟଙ୍କା ଜବତ କରିଛନ୍ତି। ଏଥିସହ ତାଙ୍କ ଘରୁ ୩ କେଜି ଓଜନର ସୁନା ଅଳଙ୍କାର ମିଳିଛି।
ଦିବ୍ୟାଙ୍ଗ ଯୁବକଙ୍କ ମନୋବଳକୁ ସଲାମ୍ । ଅନ୍ୟ ଉପରେ ନିର୍ଭରଶୀଳ ନହୋଇ ନିଜେ ହ୍ୱିଲଚେୟାରରେ ବସି କଠିନ ପରିଶ୍ରମ କରୁଛନ୍ତି ଓ ରୋଜଗାର କରୁଛନ୍ତି ।
ମୟୂରଭଞ୍ଜ ଜିଲ୍ଲାରୁ ପ୍ରାୟ ୬୦ ଜଣ ଲୋକ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ରାଷ୍ଟ୍ରପତି ଭବନରେ ମଧ୍ୟାହ୍ନ ଭୋଜନ କରିଛନ୍ତି। ମଧ୍ୟାହ୍ନ ଭୋଜନରେ ସବୁ ଖାଦ୍ୟ ନିରାମିଷ ଥିଲା।
କେମିତି ୩ ଭଉଣୀଙ୍କ ମୃତ୍ୟୁ ଘଟିଲା ? ଏହା ଆତ୍ମହତ୍ୟା ନା ହତ୍ୟାର ରୂପ ଦିଆଯାଇଛି। ତାହା ଜଣାପଡ଼ିନି। ଗଛରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି।
ଇଡିର ତଦନ୍ତ, ଗିରଫ କରିବା ଓ ଅନ୍ୟାନ୍ୟ କ୍ଷମତା ନେଇ ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି ।
ଯୁବକଙ୍କ ପାଇଁ ନାକେଦମ୍ ଅଗ୍ନିଶମ କର୍ମଚାରୀ । ସ୍ତ୍ରୀ ଯିବା ପାଇଁ ରାଜି ହେଲେ ହିଁ ଟାୱାର ଉପରୁ ଓହ୍ଲାଇବେ ବୋଲି ଯିଦ୍ ଧରିଥିଲେ ଯୁବକ ।
ଯଦି ଆପଣ ଦିଲ୍ଲୀ କିମ୍ବା ଏନ୍ସିଆର୍ରେ ରହୁଛନ୍ତି ଓ ଦୁଇ ଚକିଆ ଯାନରେ ଯାତ୍ରା କରୁଛନ୍ତି, ତା’ହେଲେ ଟିକେ ସତର୍କ ରୁହନ୍ତୁ। ଦିଲ୍ଲୀରେ ଚାଇନା ମାଞ୍ଜା ସୂତାରେ ଆଉ ଜଣେ ଯୁବକଙ୍କ ବେକ କଟି ଯାଇଛି।
ଭୁବନେଶ୍ୱର ସୈନିକ ସ୍କୁଲ୍ରେ ଆୟୋଜିତ ହୋଇଛି କାର୍ଗିଲ ବିଜୟ ଦିବସ । NCC ର ଛାତ୍ରଛାତ୍ରୀ ପରେଡ୍ ସହ ଅମର ଜୱାନ ଜ୍ୟୋତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ଇଡି ପକ୍ଷରୁ ରୁଜୁ ହୋଇଥିବା ମନି ଲଣ୍ଡରିଂ ମାମଲାରେ ଆଜି ସୋନିଆଙ୍କ ବୟାନ ରେକର୍ଡ ହୋଇଛି
ଅର୍ପିତାଙ୍କ ଘରୁ ମିଳିଥିବା ଏକ ବ୍ଲାକ୍ ଡାଏରୀକୁ ନେଇ ବଢ଼ିଛି ଛନକା
ସଂସଦର ମୌସୁମୀ ଅଧିବେଶନରେ ଜୋରଦାର ହଙ୍ଗାମା। ଦରଦାମ ବୃଦ୍ଧି, ଜିଏସ୍ଟି ଏବଂ ତଦନ୍ତ ଅଧିକାରୀଙ୍କ କାର୍ଯ୍ୟାନୁଷ୍ଠାନକୁ ନେଇ ବିରୋଧୀଙ୍କ ହଙ୍ଗାମା ଜାରି ରହିଛି।
କଂଗ୍ରେସର ନେତାମାନେ ପୂର୍ବରୁ ଅନେକ ଥର ବିଭିନ୍ନ ଜେରାର ସାମ୍ନା କରିଛନ୍ତି। ଅନେକ ମଧ୍ୟ ଗିରଫ ହୋଇଛନ୍ତି। ହେଲେ ଦଳ ସେଭଳି କିଛି ଆଖିଦୃଶିଆ ପଦକ୍ଷେପ ନେଇନି। ହେଲେ ଆଜି ଯେତେବେଳେ ସୋନିଆ ଓ ରାହୁଲଙ୍କ ବେଳ ପଡିଛି ଦଳ କାହିଁକି ଜୋରଦାର ବିରୋଧ କରୁଛି? ଏହା ପଛରେ ରହିଛି କି ଗିରଫଦାରୀ ଭୟ?